ମୁମ୍ବାଇ: କୋରୋନା ଭାଇରସ ପ୍ରକୋପ ପାଇଁ ଦେଶରେ ବର୍ତ୍ତମାନ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଚାଲିଛି। ହେଲେ ଏଥର କିଛି ଆସ୍ବସ୍ତି ଦେଶବାସୀଙ୍କୁ ମିଳିଛି । ଯାତାୟତର ସୁବିଧା ଲୋକଙ୍କ ପାଖରେ ପହଞ୍ଚିବା ଆରମ୍ଭ ହୋଇଯାଇଛି । ଆଉ ପାଖାପାଖି 2 ମାସରୁ ଭିନ୍ନ ଭିନ୍ନ ସ୍ଥାନରେ ଫସି ରହିଥିବା ଲୋକ ନିଜ ନିଜ ଘରକୁ ଫେରୁଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ଫେମସ ଅଭିନେତା ଅମିତ ସାଧ।
- " class="align-text-top noRightClick twitterSection" data="
">
ଲକଡାଉନ 4.0 ପାଇଁ ସେ ଶାନ୍ତିର ନିଶ୍ବାସ ମାରିଛନ୍ତି । କଥାଟି ହେଲା ଯେ ଲକଡାଉନ ପୂର୍ବରୁ ସେ ନିଜ ଗାଁକୁ ଯାଇଥିଲେ, ଆଉ ପରେ ଫେରିପାରିନଥିଲେ । ପରିଶେଷରେ ସେ ମୁମ୍ବାଇରେ ଥିବା ନିଜ ଘରକୁ ଫେରିବେ।
ଏହାର ସୂଚନା ସେ ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କୁ ଦେଇଛନ୍ତି । ବର୍ତ୍ତମାନ ତାଙ୍କ ପୋଷ୍ଟ ଦେଖି ଜଣାପଡୁଛି ଯେ ସେ ଘରକୁ ଫେରିବାକୁ ନେଇ ଖୁବ୍ ଖୁସି ଅଛନ୍ତି।