ETV Bharat / sitara

ଅଭିନେତା ଅକ୍ଷତଙ୍କ ଆତ୍ମହତ୍ୟା ଘଟଣା, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ - ସୁଇସାଇସ କେସ୍

ବଲିଉଡର ଷ୍ଟାର ଆକ୍ଟର ସୁଶାନ୍ତ ମୃତ୍ୟୁ କଥା ମନକୁ ନଲିଭୁଣୁ ଆଉ ଜଣେ ଅଭିନେତା ଆତ୍ମହତ୍ୟା କରିଛନ୍ତି। ତେବେ ଟେଲିଭିଜନ ଅଭିନେତା ଅକ୍ଷତ ଉତ୍କର୍ସ(26) ଆତ୍ମହତ୍ୟା କରିଛନ୍ତି । ଏପଟେ ପରିବାର ଲୋକେ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ।

ଅଭିନେତା ଅକ୍ଷତଙ୍କ ଆତ୍ମହତ୍ୟା, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

author img

By

Published : Sep 30, 2020, 9:09 AM IST

ମୁମ୍ବାଇ: ବଲିଉଡରେ ବଢୁଛି ସୁଇସାଇସ କେସ୍। ଏହି ଘଟଣା ଯୁବ ବର୍ଗଙ୍କ ଉପରେ ଖରାପ ପ୍ରଭାବ ପକାଇବା ସହ ଏକ ହୀନମାନ୍ୟତାର ଶିକ୍ଷା ଦେଉଛି। ତେବେ ଗତ କିଛିଦିନ ତଳେ ବଲିଉଡର ଷ୍ଟାର ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ କଥା ମନକୁ ନଲିଭୁଣୁ ଆଉ ଜଣେ ଅଭିନେତା ଆତ୍ମହତ୍ୟା କରିଛନ୍ତି।

ତେବେ ଟେଲିଭିଜନ ଅଭିନେତା ଅକ୍ଷତ ଉତ୍କର୍ସ(26) ଆତ୍ମହତ୍ୟା କରିଛନ୍ତି। ସେ ବିହାରର ବାସିନ୍ଦା ହୋଇଥିବା ବେଳେ ମୁମ୍ବାଇର ଅନ୍ଧେରି ଅଞ୍ଚଳରେ ଥିବା ଭଡା ଘରୁ ତାଙ୍କ ମୃତଦେହ ମିଳିଛି।

ଅମ୍ବୋଲି ପୋଲିସ ଅଧିକାରୀଙ୍କ କହିବାନୁସାରେ, ଅକ୍ଷତ ଆତ୍ମହତ୍ୟା କରିଛନ୍ତି ଏବଂ କାମ ଅଭାବରୁ ସେ ଡିପ୍ରେସନରେ ରହୁଥିଲେ । ତାଙ୍କ ପରିବାର କିନ୍ତୁ ଏହାକୁ ଖଣ୍ଡନ କରିବା ସହ ହତ୍ୟା କରାଯାଇଥିବା ଦାବି କରି ଡିପ୍ରେସନ୍ କାହାଣୀକୁ ଖାରଜ କରି ଦେଇଛନ୍ତି। ମଙ୍ଗଳବାର ତାଙ୍କ ମୃତଦେହ ତାଙ୍କ ପରିବାର ମୁଜାଫରପୁରକୁ ନେଇଯାଇଥିଲେ। ଏହାସହ ପୋଲିସର ଅବହେଳା ପାଇଁ ଅଭିଯୋଗ କରିଛନ୍ତି।

ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଘଟଣା ଘଟିବାବେଳେ ଅକ୍ଷତ ତାଙ୍କର ଜଣେ ମହିଳା ବନ୍ଧୁଙ୍କ ସହ ରହୁଥିଲେ। ତାଙ୍କ ରୁମମେଟଙ୍କ ବିବୃତ୍ତି ଅନୁଯାୟୀ ଅକ୍ଷତ ରବିବାର ସନ୍ଧ୍ୟାରେ ପୂର୍ବପରି ଆଚରଣ କରୁଥିଲେ ଏବଂ ଶୋଇବା ପୂର୍ବରୁ ଏକାଠି ରାତ୍ରୀ ଭୋଜନ କରିଥିଲେ।

ହେଲେ ରାତି ପ୍ରାୟ 11.30 ସମୟରେ ସେ ତାଙ୍କ କୋଠରୀରେ ଅକ୍ଷତଙ୍କ ମୃତଦେହ ପଡ଼ିଥିବାର ଦେଖିଲେ। ପୋଲିସ ଅଧିକାରୀଙ୍କ ଏକ ଟିମ୍ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନେଇ ଯାଇଥିଲେ ଯେଉଁଠାରେ ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହା ପରେ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ମୃତଦେହକୁ କୋପର୍ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ବୋଲି ଅଧିକାରୀ କହିଛନ୍ତି।

ଆମ୍ବୋଲି ପୋଲିସ୍ ଷ୍ଟେସନର ବରିଷ୍ଠ ପୋଲିସ୍ ଅଧିକାରୀ ଏ ସମ୍ପର୍କରେ ପଚରାଉଚରା ଜାରି ରଖିଛନ୍ତି। ପ୍ରାଥମିକ ଅନୁସନ୍ଧାନ ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ଘଟଣା ଜଣାପଡିବ।

ପୋଲିସ୍ ଅଧିକାରୀ ଯେଉଁମାନେ ତାଙ୍କ ବନ୍ଧୁମାନଙ୍କୁ ପ୍ରଶ୍ନ କରିବା ପରେ ଜାଣିବାକୁ ପାଇଛନ୍ତି ଯେ ଅକ୍ଷତ ଅବସାଦଗ୍ରସ୍ତ ଥିଲେ । କାରଣ ଲକଡାଉନ ଥିବାରୁ ଚାକିରୀ ନଥିଲା ଏବଂ ତାଙ୍କୁ ପରିବାର ଏବଂ ବନ୍ଧୁମାନଙ୍କଠାରୁ ଋଣ ନେବାକୁ ପଡୁଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.