ମୁମ୍ବାଇ: ଆମେରିକାର କଳା ନାଗରିକ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁକୁ ନେଇ ସାରା ବିଶ୍ବରେ କ୍ରୋଧ ଦେଖିବାକୁ ମିଳୁଛି । ବଲିଉଡରେ କରୀନା କପୁର ଖାନ, କରନ ଜୋହର, ପ୍ରିୟଙ୍କା ଚୋପ୍ରାଙ୍କ ସମେତ ଅନେକ ସେଲିବ୍ରିଟି ଏହି ଘଟଣାରେ ଅସନ୍ତୋଷ ପ୍ରକାଶ କରି ସୋସିଆଲ ମିଡିଆ କିଛି ପୋଷ୍ଟ କରିଥିଲେ । ଯାହା ଉପରେ ନିକଟରେ ଅଭିନେତା ଅଭୟ ଦେଓଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲେ ।
- " class="align-text-top noRightClick twitterSection" data="
">
ସେ ସେଲିବ୍ରିଟିଙ୍କ ପୋଷ୍ଟକୁ ଟାର୍ଗେଟ କରି କହିଥିଲେ ଯେ ନିଜ ଦେଶ ଉପରେ ମଧ୍ୟ ନଜର ପକାଇବା ଦରକାର । ଆଉ ଏବେ ଅଭୟ ଗୋରା ହେବା କ୍ରିମର ବିଜ୍ଞାପନ ଦେଉଥିବା ସେଲିବ୍ରିଟିଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।
ସେ ଇନଷ୍ଟାଗ୍ରାମରେ ବଲିଉଡ ସେଲିବ୍ରିଟିଙ୍କୁ ପ୍ରଶ୍ନ ପଚାରିଛନ୍ତି ଯେ ସେମାନେ ଗୋରା ହେବା କ୍ରିମର ସମର୍ଥନ କରିବା ବନ୍ଦ କରିବେ କି ? ସେହିପରି ସେ ଟ୍ବିଟରେ ଲେଖିଛନ୍ତି, ‘ଆପଣ କଣ ଭାବୁଛନ୍ତି, ଭାରତୀୟ ସେଲିବ୍ରିଟି ଗୋରା ହେବା କ୍ରିମ ବିଜ୍ଞାପନ ବନ୍ଦ କରିବେ କି?’
ପ୍ରକାଶ ଥାଉକି ପୂର୍ବରୁ ମଧ୍ୟ ଅଭୟ ଗୋରା ହେବା କ୍ରିମର ବିଜ୍ଞାପନ ଉପରେ ଅସନ୍ତୋଷ ପ୍ରକାଶ କରିସାରିଛନ୍ତି ।