ମୁମ୍ବାଇ: ବଲିଉଡ ଅଭିନେତା ଆମୀର ଖାନ ସାସନ ଗିରରେ ପରିବାର ସହିତ ବାର୍ଷିକୀ ପାଳନ କରିବା ପରେ ପୋରବନ୍ଦର ଫେରିଥିଲେ । ପୋରବନ୍ଦରରେ ସେ ମହାତ୍ମା ଗାନ୍ଧୀଙ୍କ ଜନ୍ମସ୍ଥାନ ପରିଦର୍ଶନ କରିଥିଲେ ।
ପୋରବନ୍ଦର ଗାନ୍ଧିଜୀଙ୍କ ଜନ୍ମସ୍ଥାନ ଭାବରେ ଜଣାଶୁଣା । ଏଠାରେ ଅବସ୍ଥିତ ତାଙ୍କର ପୌତୃକ ଘର ହେଉଛି କିର୍ତ୍ତୀ ମନ୍ଦିର । ଗାନ୍ଧୀ ତାଙ୍କର ପିଲାଦିନେ କିର୍ତ୍ତୀ ମନ୍ଦିରରେ ରହୁଥିଲେ ।
ଅଭିନେତା କିର୍ତ୍ତୀ ମନ୍ଦିରରେ ଗାନ୍ଧିଜୀଙ୍କ ଜୀବନ ବିଷୟରେ କୌତୁହଳପୂର୍ଣ୍ଣ ସୂଚନା ପାଇଥିଲେ ଏବଂ ପରିବାର ସହିତ ଅନେକ ଫଟୋ ମଧ୍ୟ ଉଠାଇଥିଲେ । ଅଭିନେତା ଏବଂ ସରକାରୀ କର୍ମଚାରୀମାନେ କିଛି ଫଟୋରେ ମାସ୍କ ପିନ୍ଧି ନଥିଲେ। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଏହି ଫଟୋକୁ ନେଇ ବହୁ ଆଲୋଚନା ମଧ୍ୟ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ