ନୂଆଦିଲ୍ଲୀ: ବଲିଉଡ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ନିକଟରେ ନିଜ ପିଲା ୟଶ ଏବଂ ରୋହିଙ୍କ ଉପରେ ଆଧାରିତ ଏକ ବହି ଲଞ୍ଚ କରିଥିଲେ । “ଦ ବିଗ୍ ଥଟ୍ ଅଫ୍ ଲିଟିଲ୍ ଲଭ୍” ନାମକ ଏହି ବହିକୁ ୟଶ ଏବଂ ରୋହି ବହୁତ ପସନ୍ଦ କରିଛନ୍ତି ।
ନିକଟରେ, କରଣ ଇନଷ୍ଟାଗ୍ରାମରେ ଏକ ଭିଡିଓ ମାଧ୍ୟମରେ ଏହି ନୂତନ ବୁକ ଲଞ୍ଚ କରି ଏହାକୁ କିଣିବାକୁ ଏବଂ ପଢିବା ପାଇଁ ପ୍ରଶଂସକମାନଙ୍କୁ ଅନୁରୋଧ ମଧ୍ୟ କରିଥିଲେ ।
- " class="align-text-top noRightClick twitterSection" data="
">
ଏବେ ୟଶ ଏବଂ ରୋହିର ଜଣେ ଘନିଷ୍ଠ ବନ୍ଧୁ ଅବରାମ କେବଳ ଏହି ବହି ପ୍ରତି ଆଗ୍ରହ ଦେଖାଇ ନାହାଁନ୍ତି ବରଂ ଏହାକୁ ପଢିବା ମଧ୍ୟ ଆରମ୍ଭ କରିଛନ୍ତି ।
ଗୌରୀ ଖାନ ଇନଷ୍ଟାଗ୍ରାମରେ ଅବରାମଙ୍କ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଅବରାମ କରଣଙ୍କ ଏହି ପୁସ୍ତକ ପଢୁଥିବାର ନଜର ଆସିଛନ୍ତି ।
ଫଟୋରୁ ଜଣାପଡୁଛି ଯେ, ଅବରାମ ସିରିୟସ ହୋଇ ପୁସ୍ତକ ପ୍ରତି ଗଭୀର ଆଗ୍ରହ ଦେଖାଉଛନ୍ତି ଏବଂ ଏହାକୁ ବୁଝିବାରେ ମା’ଙ୍କ ସାହାଯ୍ୟ ମଧ୍ୟ ନେଉଛନ୍ତି ।
ଅବରାମଙ୍କ ଏହି କ୍ୟୁଟ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅବରାମ ବଡ ହେବା ସହିତ ତାଙ୍କର ବନ୍ଧୁତା ମଧ୍ୟ ବଢିବାରେ ଲାଗିଛି ।
ଫଟୋ ସହିତ ଗୌରୀ କ୍ୟାପସନରେ ଲେଖିଛନ୍ତି, ଅବରାମ ବର୍ତ୍ତମାନ ବଡ ହୋଇଗଲାଣି । ଅବ୍ରାମ ନିଜେ ଏହି ବହି ପଢୁଛି । ଏହି ବହି ପାଇଁ କରଣଙ୍କୁ ଅଭିନନ୍ଦନ ।