ମୁମ୍ବାଇ: ଅଭିନେତା ଆୟୁଷ ଶର୍ମା ଓ ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ବଲିଉଡର ଫେମସ କପଲ ମଧ୍ୟରେ ଅନ୍ୟତମ । ପ୍ରାୟତଃ ଏହି ଦୁଇଜଣଙ୍କ ପ୍ରେମ ସୋସିଆଲ ମିଡିଆରେ ଦେଖିବାକୁ ମିଳେ । ଏବେ ପୁଣିଥରେ ସମାନ ଜିନିଷ ପାଇଁ ଚର୍ଚ୍ଚାରେ ଏହି ଯୋଡି । କାରଣ ପତ୍ନୀ ଅର୍ପିତାଙ୍କ ନେଇ ରୋମାଣ୍ଟିକ ନଜର ଆସୁଛନ୍ତି ଆୟୁଷ । ଆଉ ଫଟୋ ପୋଷ୍ଟ କରି ତାଙ୍କ ପାଇଁ ଲେଖିଛନ୍ତି ଖାସ୍ କଥା ।
ସେ ରବିବାର ଇନଷ୍ଟାଗ୍ରାମରେ ଅର୍ପିତାଙ୍କ ସହ ଏକ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଥିଲେ, ‘ମାଇଁ ମେ ଲଭ ଅର୍ପିତା ।’ ସେହିପରି ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳୁଛି ଅର୍ପିତାଙ୍କୁ ଆଲିଙ୍ଗନ କରିଥିବାର ଆୟୁଷ । ଦେଖନ୍ତୁ ଫଟୋ...
- " class="align-text-top noRightClick twitterSection" data="
">
ଯଦି ଆୟୁଷଙ୍କ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ଆକ୍ସନ ଡ୍ରାମା ଫିଲ୍ମ ‘ଅନ୍ତିମ’ରେ ନଜର ଆସିବେ । ଯେଉଁଥିରେ ସଲମାନଙ୍କ ସହ ଫାଇଟ୍ କରିବେ ସେ । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ଫେମସ ନିର୍ଦ୍ଦେଶକ ମହେଶ ମାଞ୍ଜରେକର । ଫିଲ୍ମରେ ଆୟୁଷ ଜଣେ ଗ୍ୟାଙ୍ଗଷ୍ଟାର ଭୂମିକାରେ ଅଭିନୟ କରୁଥିବା ବେଳେ ସଲମାନ ପୋଲିସ ଅଫିସର ଭୂମିକାରେ ଦେଖାଯିବେ।