ମୁମ୍ବାଇ: ସୁପରଷ୍ଟାର ଆମୀର ଖାନ ବୁଧବାର ଦିନ ତାଙ୍କ ସ୍ୱର୍ଗତ ସହଯୋଗୀ ଅମୋସଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ ।
ମଙ୍ଗଳବାର ଦିନ ଅମୋସଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଆମୀର ତାଙ୍କ ପତ୍ନୀ ତଥା ଚଳଚ୍ଚିତ୍ର ନିର୍ମାତା କିରଣ ରାଓଙ୍କ ସହ ସମବେଦନା ଜଣାଇବା ପାଇଁ ସହଯୋଗୀଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚିଥିଲେ ।
ଖବର ଅନୁଯାୟୀ, ଅମୋସଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ଅମୋସ ଆମୀରଙ୍କ ସହ 25 ବର୍ଷରୁ ଅଧିକ ସମୟ ଧରି କାମ କରିଆସୁଥିଲେ । ଅମୋସଙ୍କ ଅନ୍ତିମ ସଂସ୍କାରର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଆମୀର ଏବଂ କିରଣ ଅମୋସଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିବାର ନଜର ଆସିଛନ୍ତି ।
କୋଭିଡ -19 ମହାମାରୀ ହେତୁ ଅନ୍ତିମ ସଂସ୍କାରରେ ଉଭୟ ଆମୀର ଏବଂ କିରଣ ମାସ୍କ ପିନ୍ଧିଥିଲେ ।