ETV Bharat / sitara

କାନ୍ସ ଦେଖିବ ଓଡିଶା ରଗବୀ ଟିମର କାହାଣୀ ‘ଜଙ୍ଗଲ କ୍ରାଏ’ - canners film festival 2019

ଫିଲ୍ମ ସ୍ବାହା ପରେ କାନ୍ସରେ ଆଜି ରିଲିଜ ହେବ ଜଙ୍ଗଲ କ୍ରାଏ । ଫିଲ୍ମଟି ଓଡିଶାର ରଗବୀ ଖେଳାଳୀଙ୍କୁ ନେଇ ନିର୍ମିତ ହୋଇଛି ।

ଫାଇଲ ଫଟୋ
author img

By

Published : May 20, 2019, 4:30 PM IST

ହାଇଦ୍ରାବାଦ: ଓଡିଶାର କଲିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (କିସ)ର ରଗବୀ ଟିମକୁ ନେଇ ପ୍ରସ୍ତୁତ ଫିଲ୍ମ ‘ଜଙ୍ଗଲ କ୍ରାଏ’ର ପ୍ରଥମ ପୋଷ୍ଟର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଗତ ମେ 17 ତାରିଖରେ ରିଲିଜ ହୋଇଥିବାବେଳେ ଆଜି ରିଲିଜ ହେବ ଫିଲ୍ମ । ଏହା ପ୍ରଥମ ଫିଲ୍ମ ଯାହାର 80ପ୍ରତିଶତ ଓଡିଶାରେ ସୁଟିଂ ହୋଇଛି । କିସର ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗଠନ ହୋଇଥିବା ରଗବି ଟିମ 2007ରେ ନିଜର କଠିନ ପରିଶ୍ରମ ଦ୍ବାରା ଲଣ୍ଡନରେ ଛାଡିଥିଲା ନିଜର ସ୍ବର୍ଣ୍ଣିମ ଛାପ ।

ତେବେ ସେତେବେଳେ ସେ କେବଳ ବିଶ୍ବକପ ନୁହେଁ ସେଠାରେ ଥିବା ସମସ୍ତ ଦର୍ଶକଙ୍କ ମନ ଜିତିବା ସହ ନିର୍ଦ୍ଦେଶକ ପ୍ରଯୋଜକଙ୍କୁ ଫିଲ୍ମ ନିର୍ମାଣ ପାଇଁ ପ୍ରେରଣା ଯୋଗାଇଥିଲା । ତେବେ କିସ ନିଜ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ନେଇ ରଗବୀକୁ ବିଦେଶରେ ପ୍ରମୋଟ କରିଥିଲା । ଅନେକ ବାଧା ସତ୍ତ୍ବେ କିସର ଫାଉଣ୍ଡର ଡ. ଅଚ୍ୟୁତ ସାମନ୍ତ 12ଜଣ ଛାତ୍ରଛାତ୍ରୀଙ୍କୁ ଲଣ୍ଡନ ପଠେଇ ବିଜୟୀ ହୋଇଥିଲେ ।

ତେବେ ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ଅଭୟ ଦେଓଲ । ଅଭୟଙ୍କୁ ଫିଲ୍ମରେ ଟିମର କୋଚ ଭାବରେ ଦେଖିବାକୁ ପାଇବେ ଦର୍ଶକ । ତେବେ ଫିଲ୍ମର ପୋଷ୍ଟର ରିଲିଜ ହେବା ସହ ପୂର୍ବରୁ ଟିଜର ଓ ଟ୍ରେଲର ରିଲିଜ ହୋଇଯାଇଛି । ଯାହା ଦର୍ଶକ ମହଲରେ ମଧ୍ୟ ବେଶ ପସନ୍ଦ କରାଯାଉଛି ।

କାନ୍ସରେ ଏହି ଫିଲ୍ମର ପୋଷ୍ଟର ଓ ସ୍ପେଶାଲ ସ୍କ୍ରିନିଂ ପାଇଁ କିସର ଫାଉଣ୍ଡର ଡ. ଅଚ୍ୟୁତ ସାମନ୍ତଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯାଇଛି । ତେବେ ଆଜି ହାଉସ ଅଫ ଲର୍ଡରେ ପୁରା କାନ୍ସ ଦେଖିବାକୁ ପାଇବ ଓଡିଶାର ଏହି ଗର୍ବିତ କାହାଣୀ ।

ପ୍ରକାଶ ଥାଉକି, ଫିଲ୍ମଟି ବକ୍ସଅଫିସରେ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ରିଲିଜ ହେବ । ଫିଲ୍ମର ପ୍ରଯୋଜନା ଦେଇଛନ୍ତି ଶାବିର ବକ୍ସୱାଲା ଓ ପ୍ରଶାନ୍ତ ଶାହା । ଏହାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସାଗର ବାଲାରେ । ଫିଲ୍ମଟି ଓଡିଶା ସମେତ ଲଣ୍ଡନରେ ମଧ୍ୟ ସୁଟିଂ ହୋଇଛି ।

Intro:Body:

FHJ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.