ମୁମ୍ବାଇ: ୟଙ୍ଗଷ୍ଟାର୍ସଙ୍କ ମଧ୍ୟରେ ଚହଳ ସୃଷ୍ଟି କରିଥିବା ଫିଲ୍ମ ‘ୟେ ଜୱାନୀ ହେ ହେ ଦିୱାନୀ’ ରିଲିଜକୁ 7 ବର୍ଷ ପୂରଣ ହୋଇଛି । ଯାହାକୁ ମନେ ପକାଇ ବି-ଟାଉନର ପଦ୍ମାବତୀ ଦୀପିକା ପାଦୁକୋନ ନିଜ ଏକ୍ସ ବୟଫ୍ରେଣ୍ଡ ତଥା ଅଭିନେତା ରଣବୀର କପୁରଙ୍କ ସହ ନିଜର କିଛି ସୁନ୍ଦର ଫଟୋ ସେୟାର କରିଛନ୍ତି । ହେଲେ ସବୁଠାରୁ ମଜାଦାର କଥା ହେଲା ଯେ ଫଟୋ ଦେଖି ଦୀପିକାଙ୍କ ସ୍ବାମୀ, ଅଭିନେତା ରଣବୀର ସିଂ ଜବରଦସ୍ତ କମେଣ୍ଟ କରିଛନ୍ତି। ଯାହାକୁ ନେଇ ଏବେ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ।
ପ୍ରଥମ ପୋଷ୍ଟରେ ଦୀପିକା, ରଣବୀରଙ୍କୁ ଆଲିଙ୍ଗନ କରୁଥିବାର ନଜର ଆସୁଛନ୍ତି । ଆଉ ଦ୍ବିତୀୟରେ ସେ ରଣବୀରଙ୍କ ଆଖି ସହ ଆଖି ମିଶାଇ ହସୁଥିବାର ଦେଖାଯାଉଛନ୍ତି । ଆଉ ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ସ୍ମୃତି ମିଠା ବକ୍ସ ପରି ହୋଇଥାଏ । ଯଦି ଥର ଖୋଲିଲ ତେବେ ଖଣ୍ଡେ ମଧ୍ୟ ଖାଇପାରିବ ନାହିଁ । ନୈନା4 ତଲୱାର। ୟେ ଜୱାନୀହେଦିୱାନୀ7ବର୍ଷ । ଅୟାନ ମୁଖାର୍ଜୀ ହ୍ୟାଶଟ୍ୟାଗରଣବୀର କପୁର ହ୍ୟାଶଟ୍ୟାଗବନି ।’
- " class="align-text-top noRightClick twitterSection" data="
">
ସେପଟେ ସ୍ବାମୀ ରଣବୀର କମେଣ୍ଟି କରି ଲେଖିଛନ୍ତି, ‘କ୍ୟୁଟ’। ଖାଲି ରଣବୀର ମଧ୍ୟ ନୁହେଁ ଫ୍ୟାନ୍ସ ମଧ୍ୟ କମେଣ୍ଟ କରିବାରେ ଲାଗିଛନ୍ତି । ଜଣେ ଫ୍ୟାନ ଲେଖିଛନ୍ତି, ‘ଓ ମାଇଁ ଗଡ ବନି ଆଉ ନୈନା ।’ ସେହିପରି ଆଉ ଜଣେ ଫ୍ୟାନ ଲେଖିଛନ୍ତି, ‘ପ୍ଲିଜ ଏମିତି ହିଁ ଫିଲ୍ମ ସବୁବେଳେ ନିର୍ମାଣ କରୁଥାଅ।’
ପ୍ରକାଶ ଥାଉକି ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ ଫେମସ ନିର୍ଦ୍ଦେଶ ମୁର୍ଖାଜୀ । ଦୀପିକା, ରଣବୀରଙ୍କ ବ୍ୟତୀତ ଫିଲ୍ମରେ ଆଦିତ୍ୟ ରାୟ କପୁର ଓ କଲ୍କି କୋଚଲିନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।