ETV Bharat / sitara

67th National Film Awards: ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲକେ, କଙ୍ଗନାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ

author img

By

Published : Oct 25, 2021, 12:55 PM IST

Updated : Oct 25, 2021, 1:08 PM IST

ସାଉଥ ସୁପରଷ୍ଟାର ଥଲାଇଭା ତଥା ରଜନୀକାନ୍ତଙ୍କୁ ସମ୍ମାନଜନକ 51ତମ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି । ଭାରତୀୟ ସିନେମାକୁ ଅତୁଳନୀୟ ଅବଦାନ ପାଇଁ ଆଜି(ସୋମବାର) ତାଙ୍କୁ ଏହି ସମ୍ମାନଜନକ ପୁରସ୍କାରରେ ପୁରସ୍କୃତ କରାଯାଇଛି । ଅଧିକ ପଢନ୍ତୁ...

'ଦାଦା ସାହେବ ଫାଲକେ’ ସମ୍ମାନରେ ସମ୍ମାନିତ ରଜନୀକାନ୍ତ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଥଲାଇଭା ତଥା ରଜନୀକାନ୍ତଙ୍କୁ ସମ୍ମାନଜନକ 51ତମ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି । ଭାରତୀୟ ସିନେମାକୁ ଅତୁଳନୀୟ ଅବଦାନ ପାଇଁ ଆଜି(ସୋମବାର) ତାଙ୍କୁ ଏହି ସମ୍ମାନଜନକ ପୁରସ୍କାରରେ ପୁରସ୍କୃତ କରାଯାଇଛି । ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ରଜନୀକାନ୍ତଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । କଙ୍ଗନା ରଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ମିଳିଥିବାବେଳେ ଅଭିନେତା ମନୋଜ ବାଜପେୟୀଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନରେ ସମ୍ମାନିତ କରାଯାଇଛି ।

67th National Film Awards
ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲକେ, କଙ୍ଗନାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ

ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ୬୭ ଫିଲ୍ମ ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଥିଲା । 70 ବର୍ଷୀୟ ରଜନୀକାନ୍ତଙ୍କୁ ୨୦୦୦ ମସିହାରେ ପଦ୍ମ ଭୂଷଣ ଏବଂ ୨୦୧୬ରେ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି । ରଜନୀକାନ୍ତ ତାମିଲ ସିନେମା ଇଣ୍ଡଷ୍ଟ୍ରିରେ ୪୫ବର୍ଷ ପୂରଣ କରିଥିବାବେଳେ ଫିଲ୍ମ ଆପୋରଭା ରାଗଙ୍ଗାଲଙ୍କରୁ ଡେବ୍ୟୁ କରିଥିଲେ । ଭାରତୀୟ ସିନେମା ଜଗତରେ ଦାଦା ସାହେବ ଫାଲକେ ପୁରସ୍କାର ହେଉଛି ସର୍ବୋଚ୍ଚ ପୁରସ୍କାର। ୨୦୧୮ରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ଏହି ସମ୍ମାନଜକ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହା ସହିତ କଙ୍ଗନା ରଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ତାଙ୍କୁ ଫିଲ୍ମ ‘ପଙ୍ଗା’ ଓ ‘ମଣିକର୍ଣ୍ଣିକା’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ପାଇବା ପରେ ଖୁସି ଜାହିର କରିଛନ୍ତି କଙ୍ଗନା । ସେହିପରି ବଲିଉଡରେ ଭର୍ସାଟାଇଲ ଅଭିନେତା ମନୋଜ ବାଜପେୟୀଙ୍କୁ ଫିଲ୍ମ 'ଭୋସଲେ' ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି । ସାଉଥ ସୁପରଷ୍ଟାର ଧନୁଷଙ୍କୁ ଶ୍ରେଷ୍ଠ ଅଭିନେତା ରୂପେ ଫିଲ୍ମ ଅସୁରନ ପାଇଁ ଜାତୀୟ ଫିଲ୍ମ ପୁରସ୍କାର ପ୍ରଦାନ ପ୍ରଦାନ କରାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Oct 25, 2021, 1:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.