ମୁମ୍ବାଇ: ପୁରା ଦେଶରେ ଏବେ ମୋବ ଲିଞ୍ଚିଂ(ଭିଡ ହିଂସା) ସମସ୍ୟା ଦେଖିବାକୁ ମିଳୁଛି । ମବ ଲିଞ୍ଚିଂର ବଢୁଥିବା ଘଟଣା ମଧ୍ୟରେ ଫିଲ୍ମ ଜଗତର 49 କଳାକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠି ଜରିଆରେ ପିଏମ ନରେନ୍ଦ୍ର ମୋଦିଙ୍କ ପାଖରେ ମୋବ ଲିଞ୍ଚିଙ୍କୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି କଳାକାର ।
ଏହି ଚିଠିରେ ନିର୍ଦ୍ଦେଶକ ମଣିରତ୍ନ, ଅଦୁର ଗୋପାଲକୃଷ୍ଣନ, ରାମଚନ୍ଦ୍ର ଗୁହା, ଅନୁରାଗ କଶ୍ୟପ ଭଳି ଅନେକ ନିର୍ଦ୍ଦେଶକ ସାଇନ କରିଛନ୍ତି । ସେମାନେ ପିଏମଙ୍କୁ ଏପରି ଏକ ପରିବେଶ ସୃଷ୍ଟି କରିବାକୁ ଦାବି କରିଛନ୍ତି । ଯେଉଁଠାରେ ଅସହମତିକୁ ପାଦ ତଳେ ଚାପି ନ ଦିଆଯାଉ । ଏହାସହ ସେମାନେ କହିଛନ୍ତି ଅସହମତି ଦେଶକୁ ଆହୁରି ଶକ୍ତିଶାଳୀ କରୁଛି ।
ଏହି ଚିଠିରେ ଲେଖାଯାଇଛି ଯେ ଆମର ସମ୍ବିଧାନ ଭାରତକୁ ଏକ ସେକୁଲର ଗଣତନ୍ତ୍ର କହୁଛି । ଯେଉଁଠାରେ ସବୁ ଧର୍ମ, ସମ୍ପ୍ରଦାୟ, ଲିଙ୍ଗ, ଜାତିର ସମାନ ଅଧିକାର ରହିଛି । ଏହାସହ ଚିଠିରେ ଦାବି କରାଯାଇଛି ଯେ ମୁସଲିମ, ଦଳିତ ଏବଂ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଲିଞ୍ଚିଂ ଶୀଘ୍ର ରୋକାଯାଉ । ଚିଠିରେ ନେସନାଲ କ୍ରାଇମ ରେକର୍ଡ ବ୍ୟୁରୋ ଗଣନା ଅନୁଯାୟୀ 2009 ଜାନୁଆରୀ 1ଠାରୁ ନେଇ ଅକ୍ଟୋବର 29-2018 ପର୍ଯ୍ୟନ୍ତ ଧର୍ମକୁ ଆଧାର 254 ଅପରାଧି ମାମଲା ରୁଜୁ ହୋଇଛି ।
ଏହି ଗଣନା ମଧ୍ୟରେ 91 ଲୋକଙ୍କ ହତ୍ୟା ହୋଇଥିବାବେଳେ 579 ଲୋକ ଆହତ ହୋଇଛନ୍ତି । ଚିଠି ଅନୁଯାୟୀ ମୁସଲିମ ଯିଏ ଭାରତର ଜନସଂଖ୍ୟାରେ 14 ପ୍ରତିଶତ ଅଛନ୍ତି, ସେ 62 ପ୍ରତିଶତ ଅପରାଧିର ଶିକାର ହୋଇଛନ୍ତି । ଅନ୍ୟପଟେ ଖ୍ରୀଷ୍ଟିଆନ, ଭାରତ ଜନସଂଖ୍ୟାରେ ମାତ୍ର 2 ପ୍ରତିଶତ ସେମାନେ 14 ପ୍ରତିଶତ ଅପରାଧିର ଶିକାର ହୋଇସାରିଛନ୍ତି । ଖାଲି ଏତିକି ନୁହେଁ ଏଥିରେ କୁହାଯାଇଛି 2014 ପରେ ମୋବ ଲିଞ୍ଚିଂ ଅପରାଧି 90 ପ୍ରତିଶତ ହୋଇଥିଲା, ଯେବେ ନରେନ୍ଦ୍ର ମୋଦି ଶାସନରେ ଆସିଲେ ।
ଏପରି ଅପରାଧ ବିସ୍ତାର କରୁଥିବା ଲୋକଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ କରାଯାଉ । ଯଦି ହତ୍ୟା ଦୋଷୀଙ୍କୁ ବିନା ପାରୋଲରେ ଆଜୀବନ କାରାଦଣ୍ଡର ଦଣ୍ଡ କରାଯାଇପାରୁଛି । ତେବେ ଲିଞ୍ଚିଂ ମାମଲାରେ ଏମିତି କାହିଁକି ହୋଇପାରିବ ନାହିଁ । ଯାହା ସବୁଠାରୁ ଘୃଣ୍ୟ ଅପରାଧ । ଆମ ଦେଶର କୌଣସି ନାଗରିକଙ୍କୁ ଭୟ ଏବଂ ଡରରେ ରହିବାର ଆବଶ୍ୟକ ନାହିଁ ବୋଲି ଚିଠିରେ ଲେଖାଯାଇଛି ।