ETV Bharat / science-and-technology

YouTube adblocker: ଏଣିକି କାମ କରିବନି Ad blockers , ଆଡ ଫ୍ରି ଭିଡିଓ ପାଇଁ ନେବାକୁ ହେବ ପ୍ରିମିୟମ ପ୍ଲାନ

author img

By ETV Bharat Odisha Team

Published : Nov 1, 2023, 1:22 PM IST

ଆଡ ଫ୍ରି ଭିଡିଓ ପାଇଁ ନେବାକୁ ହେବ ପ୍ରିମିୟମ ପ୍ଲାନ। ଏଣିକି Ad blockers ବ୍ୟବହାର କରି ପାରିବେ ନାହିଁ ୟୁଜର୍ସ। ଅଧିକ ପଢନ୍ତୁ

YouTube adblocker
YouTube adblocker

ହାଇଦ୍ରାବାଦ: ୟୁଟ୍ୟୁବ୍‌ ୟୁଜର୍ସଙ୍କ ପାଇଁ ଦୁଃଖ ଖବର । ଆଉ କାମ କରିବନି AD ବ୍ଲକର । ତେବେ ଆଡ୍‌ ବ୍ଲକର ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଖକୁ ଏନେଇ ୟୁଟ୍ୟୁବ ଆଲର୍ଟ ପଠାଇଛି । ଆଲର୍ଟରେ କୁହାଯାଇଛି ଯେ, "ୟୁଟ୍ୟବୁବରେ 3ଟି ଭିଡିଓ ଦେଖିବା ପରେ ଭିଡିଓ ପ୍ଲେୟାର ବ୍ଲକ ହୋଇଯିବ ।" ତେବେ ଏଣିକି ଆଡ ଫ୍ରି ଭିଡିଓ ଦେଖିବା ପାଇଁ ୟୁଜର୍ସଙ୍କୁ ପ୍ରିମିୟମ ପ୍ଲାନ ନେବାକୁ ହେବ। ବର୍ତ୍ତମାନ ୟୁଜର୍ସଙ୍କ ପାଖରେ ଦୁଇଟି ଅପ୍ସନ ରହିଛି। ୟୁଟ୍ୟୁବ ପ୍ରିମିୟମ ପ୍ଲାନ ଦେଇ ଆଡ୍‌ ଫ୍ରି' ଭିଡିଓ ଦେଖିବେ ନଚେତ ଆଡ୍‌ ସହ ଭିଡିଓ ଦେଖିବେ ।

ଯଦି ଆପଣଙ୍କୁ ୟୁଟ୍ୟୁବରେ ଭିଡିଓ ଦେଖିବା ସମୟରେ ବିଜ୍ଞାପନ ପସନ୍ଦ ଆସୁଛି, ତେବେ ଏହି କ୍ଷେତ୍ରରେ ୟୁଜର୍ସଙ୍କ ଚିନ୍ତା ଆହୁରି ବୃଦ୍ଧି ହେବ । ୟୁଟ୍ୟୁବ୍‌ ପ୍ଲାଟଫର୍ମରେ AD ବ୍ଲକର ବନ୍ଦ କରିଦେଇଛି । ଏହାର ଅର୍ଥ ବର୍ତ୍ତମାନ ଆପ୍‌ରେ ଆଡ୍‌ ଫ୍ରି ଭିଡିଓ ଦେଖିପାରିବେ ନାହିଁ ।

ସୂଚନାଅନୁସାରେ, କେତେକ ୟୁଜର୍ସ AD ବ୍ଲକର ବ୍ୟବହାର କରି ୟୁଟ୍ୟୁବରେ ଫ୍ରିରେ ଭିଡିଓ ଦେଖୁଥିଲେ । ତେବେ ଏହି ଅପ୍ସନକୁ କମ୍ପାନୀ ପକ୍ଷରୁ ବନ୍ଦ କରିଦିଆଯାଇଛି । ଏଣିକି ବିନା ପ୍ରିମିୟମ ପ୍ଲାନ୍‌ରେ ଆଡ ଫ୍ରି ଭିଡିଓ ଦେଖିପାରିବେ ନାହିଁ ୟୁଜର୍ସ । ତେବେ ପୂର୍ବରୁ ୟୁଟ୍ୟୁବ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଯେଉଁମାନେ AD ବ୍ଲକରର ବ୍ୟବହାର କରୁଛନ୍ତି, ସେମାନେ ଆକାଉଣ୍ଟରେ ଭିଡିଓ ଡିସପ୍ଲେ କରାଯାଉଛି । କମ୍ପାନୀର କହିବା ଅନୁସାରେ AD ବ୍ଲକର ବ୍ୟବହାର କରିବା ୟୁଟ୍ୟୁବ ପଲିସିର ଉଲଂଘନ ଅଟେ । କହିରଖୁଛି କି, ଚଳିତବର୍ଷ ୟୁଟ୍ୟୁବ୍‌ ବିଜ୍ଞାପନ ପଲିସିରେ ଅନେକ ପରିବର୍ତ୍ତନ କରିଛି । ଏଥିରେ 30 ସେକେଣ୍ଡର ଅନ୍‌ ସ୍କିପେବଲ ଭିଡିଓ ମଧ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ: YouTube New feature: ୟୁଟ୍ୟୁବରେ ନ୍ୟୁଜ ଦେଖୁଛନ୍ତି କି ? ଆପଣଙ୍କ ପାଇଁ ଆସିଲା ନୂଆ ଅପଡେଟ

ଭାରତରେ କଣ ରହିଛି ୟୁଟ୍ୟୁବ ପ୍ରିମିୟମ ପ୍ଲାନର ଦାମ: ୟୁଟ୍ୟୁବ ପ୍ରିମିୟମ ପ୍ଲାନ ପାଇଁ ମାସିକ 139 ଟଙ୍କା ରହିଛି । ଯଦି ଆପଣ ଅଟୋ ରିନ୍ୟୁ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏହା 129 ଟଙ୍କା ପଡ଼ିବ ।

3ମାସିଆ ପ୍ଲାନର ଦାମ 399 ଟଙ୍କା ରହିଛି ।

12 ମାସ ବା ବାର୍ଷିକ ପ୍ଲାନ୍‌ ପାଇଁ 1290 ଟଙ୍କା ଦେବାକୁ ହେବ।

ୟୁଟ୍ୟୁବ ପ୍ରିମିୟମ ସବସ୍କ୍ରିପସନରେ ୟୁଜର୍ସଙ୍କୁ ଏକ୍ସକ୍ସୁସିଭ ଫିଚର ମିଳୁଛି । ଏଥିରେ ୟୁଜର୍ସଙ୍କୁ ବିନା ବିଜ୍ଞାପନରେ ଭିଡିଓ ଏବଂ ୟୁଟ୍ୟୁବ୍‌ ମ୍ୟୁଜିକର ଆକ୍ସେସ ମଧ୍ୟ ମିଳି ପାରୁଛି । ଯଦି ବିଜ୍ଞାପନ ବିନା ଭିଡିଓ ଦେଖିବାକୁ ଚାହାନ୍ତି ତେବେ ୟୁଜର୍ସଙ୍କୁ ୟୁଟ୍ୟୁବ ପ୍ରିମିୟମ ପ୍ଲାନ୍‌ ନେବାକୁ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.