ETV Bharat / science-and-technology

ଏଆଇ ଚାଟବୋଟ ଗ୍ରୋକ ଲଞ୍ଚ କଲେ ମସ୍କ, ଏହି ୟୁଜର୍ସଙ୍କୁ ମିଳିବ ସୁବିଧା

author img

By ETV Bharat Odisha Team

Published : Dec 9, 2023, 9:06 PM IST

X roll out Grok AI chatbot: ଏଆଇ ଚାଟବୋଟ ଗ୍ରୋକ ଲଞ୍ଚ କଲେ ମସ୍କ। ଏକ୍ସରେ ପୋଷ୍ଟ କରି ଦେଲେ ସୂଚନା। ଅଧିକ ପଢନ୍ତୁ

X roll out Grok AI chatbot
X roll out Grok AI chatbot

ହାଇଦ୍ରାବାଦ: ବିଲେନିୟର ଏଲନ ମସ୍କ ଟ୍ବିଟର ଅଧିଗ୍ରହଣ କରିବା ପରେ ଏହା ନାମ ପରିବର୍ତ୍ତନ କରି ଏକ୍ସ କରିଥିଲେ। ଏହାପରେ ଗତ ଅକ୍ଟୋବର ମାସରେ ପ୍ରିମିୟମ ପ୍ଲସ ୟୁଜର୍ସଙ୍କ ପାଇଁ ପେଡ ବ୍ଲୁଟିକ ଘୋଷଣା କରିଥିଲେ। ଏହାରି ଭିତରେ ଗତକାଲି(ଶୁକ୍ରବାର) ମସ୍କ ଏକ୍ସର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟାଟବୋଟ ଗ୍ରୋକ ଲଞ୍ଚ କରିଛନ୍ତି। ତେବେ ଏହାର ଲାଭ କେବଳ ପ୍ରିମିୟମ ସବସ୍କ୍ରାଇବର ପାଇଁ ହିଁ ଉପଲବ୍ଧ। ଏହାର ବ୍ୟବହାର ସମସ୍ତ ୟୁଜର୍ସ କରିପାରିବେ ନାହିଁ। ପୂର୍ବରୁ ମାର୍କେଟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଓପନଏଆଇର ଚାଟଜିପିଟି, ଗୁଗଲ ବାର୍ଡ ଏବଂ ଏନ୍ଥ୍ରୋପିକର କ୍ଲାଉଟ ଟାଟବୋଟ ରହିଥିବା ବେଳେ ଏହା ସମୟରେ ଗ୍ରୋକ ଲଞ୍ଚ କରିଛନ୍ତି ମସ୍କ। ତେବେ ଗ୍ରୋକର ଲଞ୍ଚିଂ ନେଇ ମସ୍କ ଏକ୍ସରେ ଟ୍ବିଟ କରି ସୂଚନା ଦେଇଛନ୍ତି।

ଏକ୍ସ ପ୍ରିମିୟମ ମେମ୍ବରଙ୍କ ଚାର୍ଜ: ପ୍ରଥମେ ଏଲନ ମସ୍କ ଟ୍ବିଟର କିଣିବା ପରେ ଆପରେ ଅନେକ ପରିବର୍ତ୍ତନ ଜାରି ରଖିଛନ୍ତି। ଗତ କିଛି ଦିନ ପୂର୍ବରୁ ଏହାର ନାମ ପରିବର୍ତ୍ତନ କରି ଏକ୍ସ କରିଥିଲେ। ଏହା ପରେ ଅକ୍ଟୋବର 2023ରେ ପ୍ରିମିୟମ ପ୍ଲସ ୟୁଜର୍ସଙ୍କ ପାଇଁ ପେଡ ବ୍ଲୁ ଟିକର ଘୋଷଣା କରିଥିଲେ। ତେବେ ଏହା ପାଇଁ ଭାରତରେ ଓ୍ବେବ ୟୁଜର୍ସଙ୍କୁ ମାସିକ 1300 ଟଙ୍କା ଦେବାର ଆବଶ୍ୟକତା ରହିଥିବା ବେଳେ ମୋବାଇଲରେ 2150 ଦେଇ ପ୍ରିମିୟମ ପ୍ଲସ ୟୁଜର୍ସ ହୋଇପାରିବେ।

ଏହା ମଧ୍ୟ ପଢନ୍ତୁ: ଜେମିନି ଓ ଚାଟ ଜିପିଟି ମଧ୍ୟରେ ପାର୍ଥକ୍ୟ କଣ ? ଗୁଗଲ-ଓପନଏଆଇ ମଧ୍ୟରେ ହେବ କି ଟକ୍କର

ଚାଟଜିପିଟି ସହ ହୋଇପାରେ ମୁକାବିଲା: ଗ୍ରୋକ ଲଞ୍ଚ କରିବା ପରେ ବିଲେୟିନର ଏଲନ ମସ୍କ କହିଛନ୍ତି, "ଓପନ ଏଆଇର ଚାଟଜିପିଟିକୁ ଏହା କଡା ଟକ୍କର ଦେବ। " ପୂର୍ବରୁ ଗତ ନଭେମ୍ବର 4 ତାରିଖରେ ଗ୍ରୋକକୁ ନେଇ ସୂଚନା ପ୍ରଦାନ କରିଥିଲେ ମସ୍କ। ସେ କହିଥିଲେ ଏହା ଗ୍ରୋକ ଏଆଇ ମଡେଲ ଅଟେ। ଏହାସହିତ ଓପନ ଏଆଇକୁ କାଉଣ୍ଟ କରି କରିଥିଲେ। ଗ୍ରୋକ ଚାଟଜିପିଟି , ବାର୍ଡଓ୍ବେବ ଏବଂ ଓ୍ବିକିପିଡିଆରୁ ମଧ୍ୟ ତଥ୍ୟ ସଂଗ୍ରହ କରିଥାଏ। ଗ୍ରୋକକୁ ପ୍ରଶ୍ନ ମଧ୍ୟ ପଚାରିବା ସମ୍ଭବ ଅଟେ। ଯାହା ଅନ୍ୟ ଏଆଇ ଟୁଲ ଉପରେ ସମ୍ଭବ ହୋଇନଥାଏ।

ପ୍ରକାଶଥାଉକି, ଗତ 2 ଦିନ ପୂର୍ବରୁ ଲଞ୍ଚ୍‌ ହୋଇଥିଲା Gemini AI । ଓପନ୍ AIର ଚାଟ୍‌ ଜିପିଟି ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଗୁଗଲ୍ ଏହାର ଉନ୍ନତ ମଡେଲ୍ ଜେମିନି AI ଲଞ୍ଚ କରିଥିଲା। ତେବେ ସୂଚନା ଅନୁସାରେ ଏହି ମଡେଲ ବାର୍ଡଠାରୁ ଅଧିକ ସ୍ମାର୍ଟ୍‌ ହୋଇଥିବା ବେଳେ ଏହା ସମସ୍ତ ପ୍ରକାର କାର୍ଯ୍ୟକୁ ସହଜରେ ପରିଚାଳନା କରିପାରିବ ବୋଲି କୁହାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.