ETV Bharat / science-and-technology

Glitch in X: ଏକ୍ସରେ ତ୍ରୁଟି ଯୋଗୁଁ ହଟିଲା ସୋସିଆଲ ମିଡିଆ ପୋଷ୍ଟ, ଏହା ହୋଇପାରେ କାରଣ

author img

By

Published : Aug 21, 2023, 1:18 PM IST

ମସ୍କଙ୍କ ଏକ୍ସରେ ଏକ ତ୍ରୁଟି ଦେଖାଦେଇଛି । ଏହି ତ୍ରୁଟି ଯୋଗୁଁ 2014ପୂର୍ବରୁ ହୋଇଥିବା ସୋସିଆଲ ମିଡିଆ ପୋଷ୍ଟ ଡିଲିଜ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

Glitch in X
Glitch in X

ହାଇଦ୍ରାବାଦ: ପୁଣିଥରେ ଏକ୍ସରେ ତ୍ରୁଟି । ହଟିଲା ସୋସିଆଲ ମିଡିଆ ପୋଷ୍ଟ । 2014 ପୂର୍ବରୁ ପୋଷ୍ଟ ହୋଇଥିବା ଫଟୋ ଏବଂ ତଥ୍ୟକୁ ଡିଲିଟ କରିଲା ଏକ୍ସ । ବର୍ତ୍ତମାନ ୟୁଜର୍ସ ଫଟୋ ଏବଂ ପୋଷ୍ଟକୁ ଦେଖିପାରୁନଥିବା ଅଭିଯୋଗ କରିଛନ୍ତି । ଏକ ମିଡିଆ ରିପୋର୍ଟ ଅନୁସାରେ, 2014 ପୂର୍ବରୁ ହୋଇଥିବା ପୋଷ୍ଟକୁ ନେଇ ଏକ୍ସରେ ତ୍ରୁଟି ଦେଖାଯାଇଥିଲା । ଫଟୋ ଏବଂ ହାଇପର ଲିଙ୍କ୍‌କୁ ନେଇ ତ୍ରୁଟି ଦେଖା ଦେଇଥିଲା । ଯାହାକୁ କମ୍ପାନୀର URL ସର୍ଟର୍ ବ୍ୟବହାର କରି ପରିବର୍ତ୍ତିତ ହୋଇଛି । ଏହି ତ୍ରୁଟି ଯୋଦୁଁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ୍‌ରେ 2014 ପୂର୍ବରୁ ହୋଇଥିବା ପ୍ରସିଦ୍ଧ ପୋଷ୍ଟ୍‌ ମଧ୍ୟ ଡିଲିଟ ହୋଇଛି ।

ଏହା ମଧ୍ୟ ପଢନ୍ତୁ: X New Feature: Xରେ ହେଲା ଆଉ ଏକ ପରିବର୍ତ୍ତନ, ଏହି ୟୁଜର୍ସଙ୍କୁ ମିଳିବ ସ୍ବତନ୍ତ୍ର ସୁବିଧା

ଓସ୍କାର ଫଟୋ ମଧ୍ୟ ଡିଲିଟ୍‌ ହୋଇଥିବା ସୂଚନା ରହିଛି । 2014 ଓସ୍କାର ହୋଷ୍ଟ ଏଲେନ୍ ଡିଜେରେସର ସବୁଠାରୁ ପ୍ରସିଦ୍ଧ ପୋଷ୍ଟ ମଧ୍ୟ ପ୍ରଭାବିତ ହୋଇଛି । ସେ ଓସ୍କାର ପରେ ଏକ ସେଲ୍‌ଫି ନେଇଥିଲେ ଯେଉଁଥିରେ ବ୍ରେଡଲେ କପୁର୍, ଜେନିଫର୍ ଲରେନ୍ସ, ବ୍ରାଡ୍‌ ପିଟ, ମେରିଲ ଷ୍ଟ୍ରିପ୍‌ ଭଳି ସେଲିବ୍ରିଟି ରହିଥିଲେ । ସେ ସେଥିରେ ଲେଖିଥିଲେ, 'କାସ୍‌ ବ୍ରାଡଲିଙ୍କ ହାତ ଲମ୍ବା ହୋଇଥାଆନ୍ତା । ସବୁଠାରୁ ସୁନ୍ଦର ଫଟୋ।"

ଏହା ମଧ୍ୟ ପଢନ୍ତୁ: X Block Feature: ଏଲନ ମସ୍କଙ୍କ ବଡ ଘୋଷଣା, ୟୁଜର୍ସଙ୍କଠୁ ଛଡାଇ ନିଆଯିବ ଏହି ଅଧିକାର

2012 ମସିହାର ଏହି ଫଟୋ ପ୍ରଭାବିତ ହୋଇନାହିଁ: ତେବେ ଏକ୍ସର ଯାନ୍ତ୍ରିକ ତ୍ରୁଟି ଯୋଗୁଁ 2012 ମସିହାର କିଛି ଫଟୋ ପ୍ରଭାବିତ ହୋଇନାହିଁ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ କିଛି ପୋଷ୍ଟ ସୋସିଆଲ ମିଡିଆରେ ଉପଲବ୍ଧ ରହିଛି । ସେ ତାଙ୍କ ପତ୍ନୀଙ୍କ ସହ ଫଟୋ ସେୟାର କରିଥିବା ବେଳେ ସେହି ଫଟୋ ଏକ୍ସର ତ୍ରୁଟି ଯୋଗୁଁ ପ୍ରଭାବିତ ହୋଇନାହିଁ ।

କଣ ପାଇଁ ଡିଲିଟ ହେଉଛି ଫଟୋ: ତେବେ ଆପରେ କେଉଁ କାରଣରୁ ତ୍ରୁଟି ଦେଖାଦେଇଛି ସେନେଇ ଏକ୍ସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଏନେଇ ଆପ୍‌ରେ ଏଲନ ମସ୍କ ତରଫରୁ ଅଫିସିଆଲ ଘୋଷଣା କରାଯାଇ ନାହିଁ । ରିପୋର୍ଟ ଅନୁଯାୟୀ, ଆପ୍‌ରେ ଏହି ପରିବର୍ତ୍ତନ 2016 ମସିହାରେ ହୋଇଥିବା ପରିବର୍ତ୍ତନ ପାଇଁ ହୋଇଥାଇପାରେ ବୋଲି ଆଲୋଚନା କରାଯାଉଛି । 2016 ମସିହାରେ କମ୍ପାନୀ ଏନହାନ୍ସଡ ୟୁଆରଏଲ ଏଙ୍କ୍ରିମେଣ୍ଟ୍‌ ଫିଚର ଯୋଡ଼ି ହୋଇଥିଲା । ଯାହାଦ୍ବାରା 140 କ୍ୟାରେକ୍ଟରଠାରୁ ଅଧିକ ଲିଙ୍କ୍‌ର ପ୍ରିଭ୍ୟୁ ଦେଖିବା ପାଇଁ କମ୍ପାନୀ ପକ୍ଷରୁ ଏହି ଫିଚର ଯୋଡ଼ା ଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.