ETV Bharat / science-and-technology

World Space Week 2023: ମହାକାଶ ଏବଂ ଉଦ୍ୟୋଗୀ ଥିମରେ ପାଳିତ

author img

By ETV Bharat Odisha Team

Published : Oct 4, 2023, 11:32 AM IST

ବିଶ୍ୱ ସ୍ପେସ୍ ବା ମହାକାଶ ସପ୍ତାହ ପ୍ରତିବର୍ଷ 4 ରୁ 10 ଅକ୍ଟୋବର ପର୍ଯ୍ୟନ୍ତ ପାଳନ କରାଯାଏ। ଅଧିକ ପଢନ୍ତୁ

World Space Week 2023
World Space Week 2023

ହାଇଦ୍ରାବାଦ: ଆଜିଠୁ ଆରମ୍ଭ ହେଲା ବିଶ୍ବ ମହାକାଶ ସପ୍ତାହ । ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ତଥା ମାନବ ସ୍ଥିତିର ଉନ୍ନତି ପାଇଁ ସେମାନଙ୍କର ଅବଦାନକୁ ମନେ ପକାଇବା ପାଇଁ ବିଶ୍ୱ ସ୍ପେସ୍ ବା ମହାକାଶ ସପ୍ତାହ ପ୍ରତିବର୍ଷ 4ରୁ 10 ଅକ୍ଟୋବର ପର୍ଯ୍ୟନ୍ତ ପାଳନ କରାଯାଏ । ମିଳିତ ଜାତିସଂଘର ସାଧାରଣ ସଭା ଦ୍ବାରା ପ୍ରଥମେ 1999 ମସହା ଡିସେମ୍ବର 6 ତାରିଖ ଦିନ ଏହି ସପ୍ତାହ ପାଳନ କରିବାକୁ ଅନୁମତି ଦେଇଥିଲା ।

ବିଶ୍ବ ମହାକାଶ ସପ୍ତାହର ମହତ୍ତ୍ବ: ଜନସାଧାରଣଙ୍କୁ ଅନ୍ତରୀକ୍ଷରେ ପ୍ରବେଶ କରାଇବା ଏବଂ ଶିକ୍ଷା ବିଷୟରେ ବ୍ୟାପକ ଜ୍ଞାନ ଆହରଣ କରିବାରେ ସାହାଯ୍ୟ କରିବା ବିଶ୍ବ ମହାକାଶ ସପ୍ତାହ ପାଳନ କରିବାର ଉଦ୍ଦେଶ୍ୟ । ଏହା ଦ୍ବାରା ଜନସାଧାରଣ ଏହା ଜଣିପାରିବେ ଯେ, ଅନ୍ତରୀକ୍ଷରୁ କଣ ଲାଭ ପାଇପାରିବେ ଏବଂ ସ୍ଥାୟୀ ଆର୍ଥିକ ବିକାଶ ପାଇଁ ଅନ୍ତରୀକ୍ଷର ବ୍ୟବହାର କରାଯାଇପାରିବ ସେନେଇ ମଧ୍ୟ ଜ୍ଞାନ ମିଳିପାରିବ ।

ବିଶ୍ବ ମହାକାଶ ସପ୍ତାହର ଇତିହାସ: ମିଳିତ ଜାତିସଂଘର ସାଧାରଣ ସଭା ଦ୍ବାରା ପ୍ରଥମେ 999 ମସହା ଡିସେମ୍ବର 6 ତାରିଖ ଦିନ ଏହି ସପ୍ତାହ ପାଳନ କରିବା ପାଇଁ ଘୋଷିତ ହୋଇଥିଲା । ଅକ୍ଟୋବର 4 ତାରିଖ 1957ମସିହାରେ ପ୍ରଥମ ମାନବ ନିର୍ମିତ ପୃଥିବୀ ଉପଗ୍ରହ, ସ୍ପୁଟନିକ୍-1ର ଉତକ୍ଷେପଣ କରାଯାଇଥିଲା। ଏହାପରେ 1967 ମସିହା ଅକ୍ଟୋବର 10 ତାରିଖ ଦିନ ଚନ୍ଦ୍ର ଏବଂ ଅନ୍ୟାନ୍ୟ ବାହ୍ୟ ମହାକାଶର ଅନୁସନ୍ଧାନ ଏବଂ ଶାନ୍ତିପୂର୍ଣ୍ଣ ବ୍ୟବହାରର କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରୁଥିବା ନୀତି ଉପରେ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା ।

ବିଶ୍ବ ମହାକାଶ ସପ୍ତାହର ଥିମ: ପ୍ରତିବର୍ଷ ଏକ ଥିମ୍ ନେଇ ବିଶ୍ବ ମହାକାଶ ସପ୍ତାହ ପାଳନ କରାଯାଏ । ଚଳିତବର୍ଷର ଥିମ ରହିଛି 'ମହାକାଶ ଏବଂ ଉଦ୍ୟୋଗୀ' । ଏହି ଥିମ୍ ବାଣିଜ୍ୟିକ ସ୍ପେସ୍ ଇଣ୍ଡଷ୍ଟ୍ରିର ଉଦୀୟମାନ ପ୍ରଭାବ ଏବଂ ଏହାର ବୃଦ୍ଧିର ପ୍ରଭାବକୁ ଆଲୋକପାତ କରିଥାଏ ।

ଏହା ମଧ୍ୟ ପଢନ୍ତୁ: ବିଶ୍ବ ମହାକାଶ ସପ୍ତାହ: ଦୈନନ୍ଦିନ ଜୀବନ ସହ ଜଡିତ ଗ୍ରହ-ଉପଗ୍ରହର ପ୍ରଭାବ

ବିଶ୍ବ ମହାକାଶ ସପ୍ତାହର ମୁଖ୍ୟ ତଥ୍ୟ:

  • ସବୁଠୁ ବଡ଼ ସ୍ପେସ୍ ଇଭେଣ୍ଟ୍‌: 95ରୁ ଅଧିକ ଦେଶରେ ପାଳନ କରାଯାଉଥିବା ଏହି ବାର୍ଷିକ କାର୍ଯ୍ୟକ୍ରମରେ ପ୍ରତିବର୍ଷ ପ୍ରାୟ 6,000 ଇଭେଣ୍ଟକୁ ଅନ୍ତର୍ଭୁକ୍ତ କରାଯାଇଥାଏ । ଯାହାକି ଏହାକୁ ବିଶ୍ୱବ୍ୟାପୀ ସର୍ବ ବୃହତ ମହାକାଶ ଇଭେଣ୍ଟରେ ପରିଣତ କରିଥିଲା ।
  • ସ୍ପେସ୍‌ ଜଙ୍କ୍‌: ବୈଜ୍ଞାନିକଙ୍କ ଆକଳନ ଅନୁଯାୟୀ ଅନେକ ରକେଟ କିମ୍ବା ସାଟେଲାଇଟ୍‌ ଉତକ୍ଷେପଣ ପରେ ସେଥିରୁ ପ୍ରାୟ 5 ଲକ୍ଷ ସ୍କ୍ରାପ୍‌ ବା ସ୍ପେସ୍‌ ଜଙ୍କ୍‌ ସୃଷ୍ଟି ହୋଇଛି । ଏ ସବୁ ରକେଟ ବା ସାଟେଲାଇଟ୍‌ର ଅବଶେଷ ଭାରେ ମହାକାଶରେ ମହଜୁଦ ରହିଛି ।
  • ଉଲ୍‌କା ପିଣ୍ଡ ବା ମହାକାଶରୁ ଖସୁଥିବା ପଥର: ଉଲ୍‌କା ପିଣ୍ଡ ମହାକାଶରୁ ଖସୁଥିବା ଅତି ଛୋଟଛୋଟ ଖଣ୍ଡଖଣ୍ଡ ପଥର ସଦୃଶ । ଏହି କଣିକା ମଧ୍ୟ ହୋଇପାରେ ଯାହା ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ଘର୍ଷଣ ଓ ଉତ୍ତାପ ଯୋଗୁଁ ଜଳି ଯାଇଥାଏ ।
  • ଆମ ସୌର ମଣ୍ଡଳର ବୟସ: ଆମ ସୌର ମଣ୍ଡଳର ବୟସ ନେଇ ବୈଜ୍ଞାନିକ କିଛି ଆକଳନ କରି ରଖିଛନ୍ତି। ଏହି ଆକଳନ ଅନୁଯାୟୀ ଆମ ସୌର ମଣ୍ଡଳ ପ୍ରାୟ 4.57 ବିଲିୟନ ବର୍ଷ ପୁରୁଣା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.