ETV Bharat / science-and-technology

ଶୁକ୍ରାଣୁ, ଡିମ୍ବାଣୁ ବିନା ବିଶ୍ବର ପ୍ରଥମ କୃତ୍ରିମ ଭ୍ରୁଣ ତିଆରି କଲେ ବୈଜ୍ଞାନିକ

author img

By

Published : Aug 14, 2022, 10:52 PM IST

ଚିକିତ୍ସା ବିଜ୍ଞାନରେ ବିରଳ ଉପଲବ୍ଧି । ବିନା ଶୁକ୍ରାଣୁ, ଡିମ୍ବାଣୁରେ ପ୍ରସ୍ତୁତ କଲେ ପ୍ରଥମ ସିନ୍ଥେଟିକ ଭ୍ରୁଣ । ଅଧିକ ପଢନ୍ତୁ

ଶୁକ୍ରାଣୁ, ଡିମ୍ବାଣୁ ବିନା ବିଶ୍ବର ପ୍ରଥମ କୃତ୍ରିମ ଭ୍ରୁଣ ତିଆରି କଲେ ବୈଜ୍ଞାନିକ
ଶୁକ୍ରାଣୁ, ଡିମ୍ବାଣୁ ବିନା ବିଶ୍ବର ପ୍ରଥମ କୃତ୍ରିମ ଭ୍ରୁଣ ତିଆରି କଲେ ବୈଜ୍ଞାନିକ

ଓକ୍ସଫୋର୍ଡ: ଚିକିତ୍ସା ବିଜ୍ଞାନରେ ଆଉ ଏକ ଉପଲବ୍ଧି । ଉଦ୍ଭାବନ କଲେ କୃତ୍ରିମ ଭ୍ରୁଣ । ପ୍ରାଥମିକସ୍ତରରେ ମୂଷାର କୃତ୍ରିମ ଭ୍ରୁଣ(Embryo) ପ୍ରସ୍ତୁତ କରିଛନ୍ତି ଇସ୍ରାଏଲର ଏକ ଅନୁସନ୍ଧାନକାରୀ ଦଳ । ସାଧାରଣତଃ ଶୁକ୍ରାଣୁ(Sperm) ଏବଂ ଡିମ୍ବାଣୁ(Egg Cell or Ovum) ବିନା ଭ୍ରୁଣ ସୃଷ୍ଟି ହେବା ଅସମ୍ଭବ ବୋଲି ସମସ୍ତେ ଜାଣିଥିବେ, କିନ୍ତୁ ଏହି ଅନୁସନ୍ଧାନକାରୀ ଦଳ ଏହାକୁ ସମ୍ଭବ କରି ଦେଖାଇଛନ୍ତି । ମୂଷାର କେବଳ ମାତ୍ର Stem Cells ଅର୍ଥାତ୍ ଶରୀରର raw materials କୁ ନେଇ କ୍ରୁତ୍ରିମ ଭ୍ରୁଣ ତିଆରି କରିଛନ୍ତି ।

ତେବେ ମୂଷା ଭ୍ରୁଣ ଗର୍ଭଧାରଣ ଅବଧିର(Gestation Period) ଅଧା ଦିନ ମଧ୍ୟରେ କ୍ରୁ୍ତ୍ରିମ ଭ୍ରୁଣ ପୂର୍ଣ୍ଣାଙ୍ଗ ପାଇଯିବ । ସାଧାରଣତଃ 16 ଦିନ ମଧ୍ୟରେ ମୂଷା ଜନ୍ମ ନେଉ ଥିବାବେଳେ କ୍ରୁତିମ ଭ୍ରୁଣରେ ଏହା 8 ଦିନ ମଧ୍ୟରେ ଜନ୍ମନେବ । 2021 ମସିହାରେ ଅନୁସନ୍ଧାନକାରୀ ଦଳ ସମାନ କୃତ୍ରିମ ଗର୍ଭକୁ ପ୍ରାକୃତିକ ମୂଷା ଭ୍ରୁଣ(fertilised from sperm and eggs) ବଢାଇବା ପାଇଁ ବ୍ୟବହାର କରିଥିଲେ, ଯାହାକି 11 ଦିନ ବଞ୍ଚିଥିଲା ​​। ଲ୍ୟାବ ଦ୍ୱାରା ନିର୍ମିତ ଗର୍ଭ, ବା ବାହ୍ୟ ଗର୍ଭାଶୟ(external uterus), ଏକ ସଫଳତା ଥିଲା କାରଣ ଭ୍ରୁଣ ପେଟ୍ରି Petri dish(Laboratory glassware) ରେ ବଞ୍ଚିରହିବା ସମ୍ଭବପର ନଥିଲା ।

ତେବେ ବାହ୍ୟ ଗର୍ଭାଶୟ ହେଉଛି ଏକ ଘୂର୍ଣ୍ଣନ ଉପକରଣ ଯାହାକି ପୁଷ୍ଟିକର ଗ୍ଲାସ୍ ବୋତଲରେ ଭର୍ତ୍ତି ହୋଇଥାଏ । ଏହି ମୁଭ୍‌ମେଣ୍ଟ ରକ୍ତ ଏବଂ ପୋଷକ ତତ୍ତ୍ୱ କିପରି Placenta(ଏକ ଅଙ୍ଗ ଯାହା ଗର୍ଭଧାରଣ ସମୟରେ ଗର୍ଭାଶୟକୁ ବୃଦ୍ଧି କରିଥାଏ) ରେ ପ୍ରବାହିତ ହେବ ତାହା କରିଥାଏ । ଏହି ଡିଭାଇସ୍ ଅବିକଳ ମୂଷାର ପ୍ରାକୃତିକ ଗର୍ଭାଶୟ ଭଳି କାମ କରିଥାଏ ।

କେତେକ କୋଷକୁ ରାସାୟନିକ ପଦାର୍ଥ ଦ୍ବାରା ଚିକିତ୍ସା କରାଯାଉଥିଲା, ଯାହା Placenta କିମ୍ବା yolk sac(ଗର୍ଭଧାରଣର ପ୍ରାଥମିକସ୍ତରରେ ଗର୍ଭାଶୟ ମଧ୍ୟରେ ବିକଶିତ ହୋଇଥାଏ) ବୃଦ୍ଧି ପାଇଁ ଜେନେଟିକ ପ୍ରୋଗ୍ରାମକୁ ସାହାଯ୍ୟ କରୁଥିଲା । ଅନ୍ଯ କିଛି ବ୍ଯବହାର ବିନା ଅଙ୍ଗ ଏବଂ କୋଷ ବିକଶିତ ହୋଇଥିଲା । କିନ୍ତୁ ଅଧିକାଂଶ Stem Cells ଗୁଡିକ ବିକଶିତ ହୋଇପାରୁ ନ ଥିବାବେଳେ ମାତ୍ର 0.5% ପ୍ରାକୃତିକ ଭ୍ରୁଣ ଭଳି ଆଠ ଦିନ ମଧ୍ୟରେ ହାର୍ଟ ଏବଂ ସାଧାରଣ ସ୍ନାୟୁ ପ୍ରଣାଳୀ ଏବଂ yolk sac ବୃଦ୍ଧି ପାଉଥିଲା । ତେବେ ଏହି ନୂତନ ପ୍ରଯୁକ୍ତିବିଦ୍ୟା ପାଇଁ ନୈତିକ ଏବଂ ଆଇନଗତ ଚିନ୍ତାର ଆବଶ୍ଯକତା ରହିଛି ।

Artificial wombs(କୃତ୍ରିମ ଗର୍ଭ): ସଦ୍ୟତମ ଅଧ୍ୟୟନରେ ବୈଜ୍ଞାନିକମାନେ ଷ୍ଟେମ୍ କୋଷ(ଶରୀରର raw materials) ସଂଗ୍ରହ କରିବା ଆରମ୍ଭ କରିଥିଲେ । ଏହା ବାହ୍ୟ ଗର୍ଭାଶୟ ଦ୍ବାରା ସୃଷ୍ଟି ହୋଇଥିବା ଅବସ୍ଥା ବିକାଶ ପ୍ରକ୍ରିୟାକୁ ପ୍ରବର୍ତ୍ତାଇବା ସହ ଭ୍ରୁଣ ସୃଷ୍ଟି କରିଥିଲା । ବୈଜ୍ଞାନିକମାନେ କହିଛନ୍ତି ଯେ, ସିନ୍ଥେଟିକ୍ ମାନବ ଭ୍ରୁଣ ପ୍ରସ୍ତୁତ କରିବା ଠାରୁ ବର୍ତ୍ତମାନ ବହୁ ଦୂରରେ ଅଛୁ, ନିକଟ ଭବିଷ୍ୟତରେ କୃତ୍ରି ମାନବ ଗର୍ଭଧାରଣ ପରୀକ୍ଷଣ ହେବ ।

ପ୍ରତିବର୍ଷ ବିଶ୍ବ ବ୍ୟାପୀ 3 ଲକ୍ଷରୁ ଅଧିକ ମହିଳା ପ୍ରସବ ସମୟରେ କିମ୍ବା ଗର୍ଭଧାରଣରେ ଜଟିଳତା ହେତୁ ମୃତ୍ୟୁମୁଖରେ ପଡନ୍ତି, ଏଥିପାଇଁ ମୌଳିକ ଯତ୍ନର ଅଭାବ ରହିଥାଏ । ଧନୀ ଦେଶମାନଙ୍କରେ ମଧ୍ୟ ଗର୍ଭଧାରଣ ଏବଂ ପ୍ରସବ ସମୟରେ ମହିଳାମାନଙ୍କୁ ବିପଦର ସମ୍ମୁଖୀନ ହେବାକୁ ପଡିଥାଏ । ଏଥିପାଇଁ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ଅଧିକାଂଶ ସମୟରେ ସମାଲୋଚନାର ଶିକାର ହେବାକୁ ପଡିଥାଏ ।

ସମଗ୍ର ପୃଥିବୀରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଗମ କରିବା, ମାଆମାନଙ୍କ ପାଇଁ ଉତ୍ତମ ମାନସିକ ସ୍ୱାସ୍ଥ୍ୟ ସହାୟତା ଯୋଗାଇବା ଏବଂ ଗର୍ଭଧାରଣ ଏବଂ ପ୍ରସବକୁ ଅଧିକ ସୁରକ୍ଷିତ କରିବା ପାଇଁ ଏକ ଜରୁରୀ ଆବଶ୍ୟକତା ଅଛି । ଏକ ଆଦର୍ଶ ସମାଜରେ ପ୍ରତ୍ୟେକ ପିତାମାତା ଗର୍ଭଧାରଣ ସମୟପେ ଉତ୍କୃଷ୍ଟ ଯତ୍ନ ନେବା ଉଚିତ୍ । ଏହି ଟେକ୍ନୋଲୋଜି ଅପରିପକ୍ୱ ଶିଶୁମାନଙ୍କୁ ଚିକିତ୍ସା କରିବାରେ ସାହାଯ୍ୟ କରିପାରିବ ଏବଂ ଅନ୍ତତଃପକ୍ଷେ କିଛି ମହିଳାଙ୍କୁ ଏକ ଭିନ୍ନ ବିକଳ୍ପ ଦେଇପାରେ । ନିଜ ପିଲାଙ୍କୁ ଧାରଣ କରିବା ପାଇଁ ଏକ କୃତ୍ରିମ ଗର୍ଭାଶୟର ସାହାଯ୍ୟ ନେବାକୁ ପସନ୍ଦ କରିପାରନ୍ତି । କେତେକ ଦାର୍ଶନିକ କହିଛନ୍ତି ଯେ, ପିତାମାତାଙ୍କୁ କୃତ୍ରିମ ଗର୍ଭର ବିକାଶ ପାଇଁ ଏକ ନୈତିକ ଚେତନାର ଆବଶ୍ୟକତା ରହିଛି । ସେହିପରି ଅନ୍ୟ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, କୃତ୍ରିମ ଗର୍ଭ ମହିଳାଙ୍କ ଗର୍ଭଧାରଣ ବନ୍ଦ କରିବାର ଆଇନଗତ ଅଧିକାର ପ୍ରତି ବିପଦ ମଧ୍ୟ ସୃଷ୍ଟି କରିପାରେ ।

Synthetic embryos and organs(ସିନ୍ଥେଟିକ୍ ଭ୍ରୁଣ ଏବଂ ଅଙ୍ଗ):

ଗତ କିଛି ବର୍ଷ ମଧ୍ୟରେ ବୈଜ୍ଞାନିକମାନେ coax stem କୋଷର ଅତ୍ୟାଧୁନିକ ଗଠନ ପାଇଁ ପରୀକ୍ଷଣ କରୁଛନ୍ତି, ଯାହା ମାନବ ଅଙ୍ଗ(organoids)ର ଗଠନ ଏବଂ କାର୍ଯ୍ୟକୁ ଅନୁକରଣ କରିଥାଏ । ଲ୍ୟାବରେ ମଧ୍ୟ କୃତ୍ରିମ ମାନବ କିଡନୀ, ମସ୍ତିଷ୍କ, ହୃଦୟ ଏବଂ ଅନ୍ୟାନ୍ୟ ଅଙ୍ଗ ସୃଷ୍ଟି କରିଛନ୍ତି । ମାତ୍ର ଏସବୁ ଚିକିତ୍ସା ବ୍ୟବହାର ପାଇଁ ପ୍ରଯୁଜ୍ୟ ହୋଇନାହିଁ, କାରଣ ଏହି ଅଙ୍ଗଗୁଡିକ ପ୍ରାଥମିକ ସ୍ତରରେ ରହିଛି ।

ଅନୁସନ୍ଧାନ ପାଇଁ ମାନବ ଅଙ୍ଗକୁ ମଡେଲ କରିବା ପାଇଁ ଷ୍ଟେମ୍‌ ସେଲ ବ୍ୟବହାର କରିବା ଏବଂ ସିନ୍ଥେଟିକ ଭ୍ରୁଣ ସୃଷ୍ଟି କରିବା ପାଇଁ ଷ୍ଟେମ ସେଲ ବ୍ୟବହାର କରିବା ମଧ୍ୟରେ ନୈତିକ ପାର୍ଥକ୍ୟ ଅଛି କି ନାହିଁ, ଏନେଇ ପୂର୍ବରୁ କୋର୍ଟରେ ମାମଲରା ଚାଲିଛି । ଅର୍ଗାନଏଡ ଏବଂ ସିନ୍ଥେଟିକ୍ ଭ୍ରୁଣ ମଧ୍ୟରେ ଏକ ପ୍ରମୁଖ ପାର୍ଥକ୍ୟ ହେଉଛି ସେମାନଙ୍କର ସାମର୍ଥ୍ୟ । ଯଦି ଏକ ସିନ୍ଥେଟିକ୍ ଭ୍ରୁଣ ଏକ ଜୀବରେ ବିକଶିତ ହୋଇପାରେ, ତା’ଠାରୁ ଅଧିକ ସୁରକ୍ଷା ରହିବା ଉଚିତ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.