ହାଇଦ୍ରାବାଦ: ଚନ୍ଦ୍ରଯାନ 3 ଏବଂ ଆଦିତ୍ୟ ଏଲ 1ର ସଫଳତା ପରେ ମହାକାଶ ଗବେଷଣା କ୍ଷେତ୍ରରେ ଏକ ମାଇଲଖୁଣ୍ଡ ହାସଲ ଇସ୍ରୋ । ବର୍ତ୍ତମାନ ମହାକାଶକୁ ଯାତ୍ରୀଙ୍କୁ ପଠାଇବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)। ଗଗନଯାନ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆସନ୍ତା ଅକ୍ଟୋବର 21 ତାରିଖ ସକାଳ 8ଟାରୁ TV-D1ଟେଷ୍ଟ ଫ୍ଲାଇଟ ଶୀହରିକୋଟାର ସତୀଶ ଧାଓ୍ବନ ସେଣ୍ଟରରୁ ଉତକ୍ଷେପଣ କରାଯିବ ବୋଲି ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଛି । ଏହା ଏକ କମ ଅବଧିର ମିଶନ ହୋଇଥିବା ବେଳେ ଲଞ୍ଚ ଭ୍ୟୁ ଗ୍ୟାଲେରୀରେ(LVG) ନିର୍ଦ୍ଦିଷ୍ଟ ସଂଖ୍ୟକ ଦର୍ଶକଙ୍କୁ ଦେଖିବାକୁ ଅନୁମତି ମିଳିବ ।
-
TV-D1 Flight Test:
— ISRO (@isro) October 17, 2023 " class="align-text-top noRightClick twitterSection" data="
The test is scheduled for October 21, 2023, at 0800 Hrs. IST from the First launchpad at SDSC-SHAR, Sriharikota.
It will be a short-duration mission and the visibility from the Launch View Gallery (LVG) will be limited.
Students and the Public can witness… pic.twitter.com/MROzlmPjRa
">TV-D1 Flight Test:
— ISRO (@isro) October 17, 2023

Students and the Public can witness… pic.twitter.com/MROzlmPjRaTV-D1 Flight Test:
— ISRO (@isro) October 17, 2023
The test is scheduled for October 21, 2023, at 0800 Hrs. IST from the First launchpad at SDSC-SHAR, Sriharikota.
It will be a short-duration mission and the visibility from the Launch View Gallery (LVG) will be limited.
Students and the Public can witness… pic.twitter.com/MROzlmPjRa
ଆଜି ଆରମ୍ଭ ହେବ ରେଜିଷ୍ଟ୍ରେସନ: ଟେଷ୍ଟ ଫ୍ଲାଇଟ ଲଞ୍ଚିଂ ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କୁ ପ୍ରଦର୍ଶିତ କରାଯିବ । ତେବେ ଏହା ଦେଖିବାକୁ ହେଲେ ରେଜିଷ୍ଟ୍ରେସନ କରିବା ଜରୁରୀ ଅଟେ । ଏନେଇ ଇସ୍ରୋ ପକ୍ଷରୁ ଓ୍ବେବସାଇଟ ଜାରି କରି ସୂଚନା ଦିଆଯାଇଛି । https://lvg.shar.gov.in/VSCREGISTRATION/index.jspରେ ପଞ୍ଜିକରଣ କରି ଲଞ୍ଚିଂ ପ୍ରୋଗାମ ଦେଖିପାରିବେ। ଲଞ୍ଚିଂ ପ୍ରୋଗ୍ରାମ ଦେଖିବା ପାଇଁ ଆଜି ଅର୍ଥାତ ଅକ୍ଟୋବର 17 ତାରିଖ ସନ୍ଧ୍ୟା 6 ତାରିଖରୁ ପଞ୍ଜିକରଣ ଆରମ୍ଭ ହେବ । ଲିଙ୍କରେ କ୍ଲିକ କରିବା ପାଇଁ ସବିଶେଷ ତଥ୍ୟ ମିଳିପାରିବ ବୋଲି ଇସ୍ରୋ ପକ୍ଷରୁ ଏକ୍ସ ହ୍ୟାଣ୍ଡେଲରେ କୁହାଯାଇଛି ।
ତେବେ ମହାକାଶଚାରୀଙ୍କୁ ମହାକାଶକୁ ନେବାକୁ ଥିବା କ୍ରୁ ମଡେଲର ଫଟୋ ମଧ୍ୟ ଇସ୍ରୋ ପକ୍ଷରୁ ଏକ୍ସରେ ସେୟାର କରାଯାଇଛି । ତେବେ ଏହି ଟେଷ୍ଟିଂ କରିବାର ଅର୍ଥ ରକେଟରେ ଯଦି କୌଣସି ପ୍ରକାରର ତ୍ରୁଟି ଦେଖାଯାଏ ତେବେ ମହାକାଶଚାରୀଙ୍କୁ ପୃଥିବୀକୁ ଫେରାଇ ଆଣିବାକୁ ଥିବା ଏମର୍ଜେନ୍ସି ସିଷ୍ଟମର ପରୀକ୍ଷଣ କରାଯିବ ।
ମିଶନ୍ TV-D1, ଦ୍ୱିତୀୟଟି TV-D2 ମିଶନ୍ ଏବଂ ତୃତୀୟ LVM3-G1 ଟେଷ୍ଟିଂ କରାଯିବ । ତେବେ ଏହା ମାନବ ବିହୀନ ମିଶନ ହେବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ବେଙ୍ଗାଲୁରୁରେ ରହିଥିବା ଇସ୍ରୋର ମୁଖ୍ୟାଳୟରେ TV-D1ର ବୈଦ୍ୟୁତିକ ପରୀକ୍ଷଣ କରାଯିବା ବେଳେ ଅକ୍ଟୋବର 13 ତାରିଖରେ ଶ୍ରୀହରୀକୋଟାକୁ ଯାନକୁ ଅଣାଯାଇଥିଲା । ଆମେରିକା, ଋଷ, ଚାଇନା ପରେ ମାନବ ମିଶନରେ ଭାରତ ଚତୁର୍ଥ ରାଷ୍ଟ୍ର ହେବ ।
ଫ୍ଲାଇଟ ଟେଷ୍ଟରେ କଣ ହେବ: ପ୍ରଥମେ ଟେଷ୍ଟ ଭେଇକଲ କ୍ରୁ ମଡ୍ୟୁଲକୁ ଉପରକୁ ନେବ । ପ୍ରାୟ 17 କିମି ଉଚ୍ଚରେ ଏହାର ଶବ୍ଦର ଗତି ରକେଟ ଶବ୍ଦର ଗତି ଠାରୁ 1.2 ଗୁଣା ହେବ ଏବଂ ସେଥିରେ କ୍ରୁ ମଡ୍ୟୁଲ ଏବଂ କ୍ରୁ ଏସକେପ ସିଷ୍ଟମ ଲଗାଯିବ । କ୍ରୁ ମଡ୍ୟୁଲକୁ ସେଠାରୁ 2 କିମି ଦୂର ନେବା ପରେ ଶୀହରିକୋଟାରୁ 10 କିମି ଦୂର ସମୁଦ୍ରରେ ଲ୍ୟାଣ୍ଡ କରାଯିବ । ମୋଟ 4ଟି ଫ୍ଲାଇଟ ଟେଷ୍ଟ କରାଯିବ । ମାନବରହିତ ମିଶନ ସଫଳ ହେବାର ପରେ ଇସ୍ରୋ ମାନବ ମିଶନ ଲଞ୍ଚ କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ