ETV Bharat / science-and-technology

ହ୍ବାଟ୍ସଆପରେ ଆସିବ Secret Code ଫିଚର ! ଏଣିକି ଆହୁରି ପ୍ରାଇଭେସି ହେବ ଚାଟ - ହ୍ବାଟ୍ସାଆପ ସିକ୍ରେଟ କୋଡ ଫିଚର

ହ୍ବାଟ୍ସଆପରେ ଆସିବାକୁ ଯାଉଛି Secret Code ଫିଚର । ଲକ୍‌ ଚାଟକୁ ଆହୁରି ପ୍ରାଇଭେସି କରିବ ସିକ୍ରେଟ କୋଡ୍‌ । ଅଧିକ ପଢନ୍ତୁ

Secret Code
Secret Code
author img

By ETV Bharat Odisha Team

Published : Oct 9, 2023, 11:48 AM IST

ହାଇଦ୍ରାବାଦ: ବିଶ୍ବର ସବୁଠାରୁ ଲୋକପ୍ରିୟ ଏବଂ ସୁରକ୍ଷିତ ମେସେଜିଂ ଆପ୍‌ ହେଉଛି ହ୍ବାଟ୍ସଆପ୍‌ । ୟୁଜର ଏକ୍ସପେରିୟନ୍ସକୁ ବୃଦ୍ଧି କରିବା ପାଇଁ ହ୍ବାଟ୍ସଆପ ଅନେକ ଫିଚର ରୋଲଆଉଟ କରିଛି । ଏହାରି ଭିତରେ ଚାଟ୍‌କୁ ପ୍ରାଇଭେସି ରଖିବା ପାଇଁ ହ୍ବାଟ୍ସଆପ୍‌ ଆଉ ଏକ ଫିଚର ଉପରେ କାର୍ଯ୍ୟ ଜାରି ରଖିଥିବା ନେଇ ସୂଚନା ମିଳିଛି । ଏହି ଫିଚର ଦ୍ବାରା ଆହୁରି ପ୍ରାଇଭେସି ହେବ ହ୍ବାଟ୍ସଆପ ଚାଟ । ଏହା ଉପଭୋକ୍ତାମାନଙ୍କ ସିକ୍ୟୁରିଟିକୁ ଆହୁରି ଉନ୍ନତ କରିବା ସହିତ ସର୍ବୋତ୍ତମ ଅଭିଜ୍ଞତା ପାଇବେ ୟୁଜର୍ସ । ଏହାର ନାମ ସିକ୍ରେଟ୍‌ କୋଡ ଫିଚର ରଖାଯାଇଛି। ରିପୋର୍ଟରୁ ଜଣାପଡ଼ିଛି ଯେ, ମେଟା ନିଜର ମେସେଜିଂ ଆପକୁ ଚାଟ ଲକ୍ କରିବା ପାଇଁ ଏକ ସିକ୍ରେଟ୍‌ କୋଡ୍‌ ବିକଶିତ କରୁଛି ।

ସମସ୍ତେ ଜାଣନ୍ତି ଯେ, ଲକ ଚାଟ ସର୍ବାଦା ଏକ ଅଲଗା ସିକ୍ବେନ୍ସରେ ମିଳିଥାଏ । ଯାହାକୁ କେବଳ ଫୋନ୍‌ର ପିନ୍‌ କିମ୍ବା ବାୟୋମେଟ୍ରିକ ଅଥୋଣ୍ଟିକେସନର ସାହାଯ୍ୟରେ ଖୋଲାଯାଇ ପାରିବ । ତେବେ ହ୍ବାଟ୍ସଆପ୍‌ର ଏହି ସିକ୍ବେନ୍ସକୁ ଖୋଲିବା ପାଇଁ ନୂଆ ଫିଚର ଆସିବ ବୋଲି ଲାଟେଷ୍ଟ ବିଟା ଅପଡେଟରୁ ଜଣାପଡିଛି।

ହ୍ବାଟ୍ସଆପର ଫିଚର ବିଷୟରେ ସୂଚନା ଦେଉଥିବା ଓ୍ବେବସାଇଟ WABetaInfo ପକ୍ଷରୁ ଏହି ସୂଚନା ମିଳିଛି । WABetaInfoର ସୂଚନା ଅନୁସାରେ, ହ୍ବାଟ୍ସଆପ୍‌ ଲକ୍‌ ଚାଟ୍‌ ପାଇଁ ଏକ ନୂଆ ଫିଚର ଆଣିବାକୁ ଯାଉଛି । ବର୍ତ୍ତମାନ ଏହି ଫିଚର୍‌ ଉପରେ କାର୍ଯ୍ୟ ଜାରି ରହିଛି । ଏହା ଦ୍ବାରା ୟୁଜର୍ସ ଏକ Secret Codeର କନ୍‌ଫିଗର କରିପାରିବେ । ଯେତେବେଳେ ୟୁଜର୍ସମାନେ ଲକ୍‌ ଚାଟ୍‌ ପାଇଁ କଷ୍ଟମ ପାସଓ୍ବାର୍ଡ ସେଟ୍‌ କରିବେ, ତେବେ ଏହା ଚାଟ୍‌ର ପ୍ରାଇଭେସିକୁ ପୁରା ଫୋନ୍‌ର ସିକ୍ୟୁରିଟିରୁ ଅଲଗା କରିଦେଇଥାଏ । ଏହାର ଅର୍ଥ ହେଉଛି, ଯଦି କାହାରିକୁ ଡିଭାଇସ ପାସଓ୍ବାର୍ଡ ବିଷୟରେ ଜଣାପଡ଼େ ତେବେ ମଧ୍ୟ ଚାଟ୍‌ ଫୋଲ୍ଡର ଦେଖିପାରିବେ ନାହିଁ।

ଏହା ମଧ୍ୟ ପଢନ୍ତୁ: WhatsApp Chat Lock: ଏଣିକି ପ୍ରାଇଭେସି ରହିବ ଚାଟ୍‌, ଆସିଲା ଚାଟ ଲକ୍ ଫିଚର

ନିକଟରେ ହ୍ବାଟ୍ସଆପ୍‌ ଚାଟ୍‌ ଲକ୍‌ ଫିଚର ରୋଲ୍‌ ଆଉଟ୍‌ କରିଥିଲା । ଏହି ଫିଚର ସମସ୍ତ ପ୍ରକାର ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍‌ରେ ଉପଲବ୍ଧ । ଯଦି ଜଣେ ୟୁଜର ନିଜ ସାଥୀ, ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ସହିତ ଏକ ବ୍ୟକ୍ତିଗତ ଚାଟ୍ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ପାଇଁ ଚାଟ୍‌ ଲକ ଫିଚର କାମରେ ଆସିପାରେ । ଏହି ଫିଚର ଟର୍ଣ୍ଣ ଅନ୍‌ କରି ପାସଓ୍ବାର୍ଡ୍‌ ବ୍ୟବହାର କରି ଚାର୍ଟକୁ ସୁରକ୍ଷିତ ରଖିପାରିବେ । ଯେତେବେଳେ ସିକ୍ରେଟ୍‌ ଚାଟ୍‌କୁ ପଢ଼ିବାକୁ କିମ୍ବା କାହାରିକୁ ପଠାଇବାକୁ ଚାହାନ୍ତି ତେବେ ଚାଟ ଲକ୍‌ ଅପ୍ସନକୁ ଅନ୍‌ କରିବାକୁ ହେବ । ପାସଓ୍ବାର୍ଡ୍‌ ବ୍ୟତୀତ ଫିଙ୍ଗରପ୍ରିଣ୍ଟ୍‌ ସ୍କାନର, ଫେସ୍‌ ଆଇଡି ମଧ୍ୟ ବ୍ୟବହାର କରିପାରିବେ । ଯେକୌଣସି ପାସଓ୍ବାର୍ଡ ବ୍ୟବାହାର କରି ୟୁଜର୍ସ ଚାଟ୍‌କୁ ଲକ୍‌ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.