ETV Bharat / science-and-technology

ତାରିଖ ଦେଇ ମେସେଜ ଖୋଜିବେ ୟୁଜର୍ସ, ଆସିବାକୁ ଯାଉଛି Search Message by Date ଫିଚର - ହ୍ବାଟ୍ସଆପ ଲାଟେଷ୍ଟ ଫିଚର

ଏଣିକି ହ୍ବାଟ୍ସଆପରେ ମେସେଜ୍‌ ଖୋଜିବା ଆହୁରି ହେବ ସହଜ । ଆସିବାକୁ ଯାଉଛି Search Message by Date ଫିଚର । ଅଧିକ ପଢ଼ନ୍ତୁ

Search Message by Date
Search Message by Date
author img

By ETV Bharat Odisha Team

Published : Oct 17, 2023, 12:46 PM IST

ହାଇଦ୍ରାବାଦ: ବିଶ୍ବର ସବୁଠାରୁ ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହେଉଛି ହ୍ବାଟ୍ସଆପ୍‌ । ସମୟ ଅନୁସାରେ ୟୁଜର୍ସଙ୍କ ପାଇଁ ନୂଆନୂଆ ଫିଚର ରୋଲଆଉଟ୍‌ କରି ଆସୁଛି ହ୍ବାଟ୍ସଆପ୍‌ । କିନ୍ତୁ ହ୍ବାଟ୍ସଆପ୍‌ ପକ୍ଷରୁ କୌଣସି ଫିଚରକୁ ରୋଲଆଉଟ କରାଗଲେ ପ୍ରଥମେ ଆଣ୍ଟ୍ରୋଏଡ ଏବଂ IOS ମୋବାଇଲ ବ୍ୟବହାରକାରୀମାନଙ୍କ ପାଇଁ ଉପଲବ୍ଧ ହେଉଥିଲା। ହେରଲେ ବର୍ତ୍ତମାନ ପ୍ରଥମ ଥର ପାଇଁ କୌଣସି ଫିଚରକୁ ଡେକ୍ସଟପ ଭର୍ସନ ପାଇଁ ରୋଲଆଉଟ କରୁଛି। ନୂଆ ସାଇଟବାର ଏବଂ ଗ୍ରୁପଚାଟ ଫିଲ୍ଟରକୁ ଡେକ୍ସଟପ ଭର୍ସନ ପାଇଁ ପ୍ରଥମେ ରୋଲଆଉଟ କରାଯିବ ବୋଲି WABetaInfo ପକ୍ଷରୁ ସୂଚନା ଦିଆଯାଇଛି।

କମ୍ପାନୀ ଓ୍ବେବ ପାଇଁ ସାଇଡବାର ଏହଂ ଗ୍ରୁପଚାଟ ଫିଲ୍ଟର ଉପରେ କାର୍ଯ୍ୟ ଜାରି ରଖିଛି। ଏହି ଫିଚରର ନାମ ସର୍ଚ୍ଚ ମେସେଜ ବାଇ ଡେଟ୍‌ ରଖାଯାଇଛି । ଏହି ଫିଚର ଦ୍ବାରା ୟୁଜର୍ସ ଅତି ସହଜରେ ପୁରୁଣା ଚାଟ୍‌ ଖୋଜି ପାରିବେ । ତାରିଖ ଅନୁସାରେ ପୁରୁଣା ଚାଟ୍‌ ପାଇବାରେ ସକ୍ଷମ ହେବେ ୟୁଜର୍ସ ।

ବିଟା ଟେଷ୍ଟରଙ୍କ ପାଇଁ ରୋଲଆଉଟ ହୋଇଛି ଏହି ଫିଚର: WABetaInfoର ସୂଚନା ଅନୁସାରେ, ହ୍ବାଟ୍ସଆପ୍‌ ଏହି ନୂଆ ଫିଚରକୁ ବିଟା ଭର୍ସନ ଉପରେ ଟେଷ୍ଟ ଜାରି ରଖିଛି । ଯାହାକି କେତେକ ବିଟା ଟେଷ୍ଟରଙ୍କ ପାଇଁ ଏହି ଫିଚର ରୋଲଆଉଟ କରାଯାଇଛି । କିନ୍ତୁ ସମସ୍ତ ବିଟା ଭର୍ସଙ୍କ ପାଇଁ ଏହି ଫିଚର ରୋଲଆଉଟ କରାଯାଇ ନାହିଁ । ତେବେ ଖୁବ କମ ସମୟ ମଧ୍ୟରେ ଏହା ସମସ୍ତ ବିଟା ୟୁଜର୍ସଙ୍କ ପାଇଁ ରୋଲଆଉଟ ହୋଇପାରେ । ପରେ ଅନ୍ୟ ୟୁଜର୍ସ ମଧ୍ୟ ଏହି ଫିଚରର ଲାଭ ଉଠାଇପାରେବେ । ପ୍ରଥମ ଥର ପାଇଁ ଓ୍ବେବ୍‌ ଭର୍ସନ ପାଇଁ ଏଭଳି ଫିଚର ରୋଲଆଉଟ କରିଛି ହ୍ବାଟ୍ସଆପ ।

କିଭଳି କାମ କରିବ ଏହି ଫିଚର: ତେବେ WABetaInfo ପକ୍ଷରୁ ଜାରି କରାଯାଇଥିବା ଫଟୋରେ ଦେଖାଯାଇଛି ଯେ, ହ୍ବାଟ୍ସଆପ୍‌ରେ ଏକ ନୂଆ ଫୋଲ୍ଡର ବଟମ ଆସିବାକୁ ଯାଇଛି । ଯାହାକି ୟୁଜର୍ସଙ୍କୁ ପ୍ଲାଟଫର୍ମ ଭିତରେ ଯେକୌଣସି ମେସେଜ ଖୋଜିବାରେ ସହଜସାଧ୍ୟ ହେବ । ତାରିଖ ଦେଇ ମେସେଜ ଖୋଜିପାରିବେ ୟୁଜର୍ସ । ମେସେଜ ପଠାଇବାର ତାରିଖ ମନେ ରହିଥିଲେ ସହଜରେ ମେସେଜ ଖୋଜିହେବ । iOS ଭର୍ସନ 22.24.0.77 ପାଇଁ ପୂର୍ବରୁ ହ୍ବାଟ୍ସଆପ ବିଟାରେ ଏହି ଫିଚର ଉପଲବ୍ଧ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.