ETV Bharat / science-and-technology

WhatsApp New Features: ହ୍ୱାଟ୍‌ସ୍‌ ଆପ୍‌ରେ ଆସିବ ନୂଆ ଫିଚର, ଗ୍ରୁପ୍‌ କଲ୍‌ ସେଡ୍ୟୁଲ କରି ପାରିବେ ୟୁଜର୍ସ

author img

By

Published : Feb 9, 2023, 6:38 PM IST

ଏଣିକି ହ୍ବାଟସ୍‌ଆପ୍ ଗ୍ରୁପ୍ କଲ୍ ହେବ ଆହୁରି ସହଜ । ପ୍ଲାଟଫର୍ମରେ ଗ୍ରୁପ୍ କଲ୍ ସେଡ୍ୟୁଲ୍ କରିପାରିବେ ୟୁଜର୍ସ । ଅଧିକ ପଢନ୍ତୁ

WhatsApp
WhatsApp

ସାନ ଫ୍ରାନ୍ସିସ୍କୋ: ଏଣିକି ୟୁଜର୍ସ ହ୍ବାଟସ୍‌ଆପ୍ ଗ୍ରୁପ୍ ଚାଟ୍‌ରେ କଲ୍ ସେଡ୍ୟୁଲ୍ କରିପାରିବେ । ମେଟା ମାଲିକାନା ମେସେଜିଂ ପ୍ଲାଟଫର୍ମ ହ୍ୱାଟ୍‌ସ୍‌ ଆପ୍‌ ଏହି ନୂତନ ଫିଚର୍ସ ଉପରେ କାମ କରୁଥିବା ଜଣାପଡିଛି, ଯାହା ଉପଭୋକ୍ତାମାନଙ୍କୁ ସେମାନଙ୍କ ଗ୍ରୁପ୍ ଚାଟ୍ ମଧ୍ୟରେ କଲ୍ ସେଡ୍ୟୁଲ୍ କରିବାକୁ ଅନୁମତି ଦେବ । ୱାବେଟାଇନଫୋ ରିପୋର୍ଟ ଅନୁଯାୟୀ, ଉପଭୋକ୍ତାମାନେ ସେମାନଙ୍କର କଲ୍ ପାଇଁ ଏକ କଣ୍ଟେଣ୍ଟ ବା ବିଷୟବସ୍ତୁ, ଦିନ, ତାରିଖ ଏବଂ ସମୟ ନିର୍ଣ୍ଣୟ କରିବାରେ ସକ୍ଷମ ହେବେ । ଏହା ଫଳରେ ଗ୍ରୁପ୍ କଲ୍ କେତେବେଳେ ହେବ ତାହା ସମସ୍ତ ଗ୍ରୁପ୍ ମେମ୍ବର ଜାଣିପାରିବେ ।

ଏହା ମଧ୍ୟ ପଢନ୍ତୁ:-Twitter Blue Service: ଭାରତରେ ସେବା ଆରମ୍ଭ, ମାସକୁ ଦେବେ ଏତିକି ଟଙ୍କା

କୌଣସି ଇଭେଣ୍ଟ ଆୟୋଜନ କରିବା ସମୟରେ ଏହି ଫିଚର୍ସ ନିଶ୍ଚିତ ରୂପେ ସହାୟକ ହେବ । ରିପୋର୍ଟରେ ଦର୍ଶାଯାଇଛି ଯେ, ଗ୍ରୁପ୍ ଚାଟ୍ ମଧ୍ୟରେ କଲ୍ ସେଡ୍ୟୁଲ୍ କରିବାର କ୍ଷମତା ପାଇଁ ବର୍ତ୍ତମାନ କାର୍ଯ୍ୟ ଜାରି ରହିଛି ଏବଂ ଭବିଷ୍ୟତର ଅପଡେଟରେ ଏହା ପ୍ରକାଶ ପାଇବ ବୋଲି ଆଶା କରାଯାଉଛି । ଅନ୍ୟପଟେ, ପ୍ଲାଟ୍‌ଫର୍ମ ବ୍ୟବହାରକାରୀଙ୍କୁ କଲିଂ ସର୍ଟକର୍ଟ କ୍ରିଏଟ କରିବାକୁ ଅନୁମତି ଦେବ । ଆଗାମୀ ଦିନରେ ଏହି ଫିଚର୍ସ ଆସିବା ନେଇ ଗତ ସପ୍ତାହରେ ଘୋଷଣା କରିଥିଲା କମ୍ପାନୀ ।

ଏହା ମଧ୍ୟ ପଢନ୍ତୁ:-ଛଟେଇ କରିବ Disney, ଚାକିରି ହରାଇବେ 7000 କର୍ମଚାରୀ

ଏହି ନୂତନ ଫିଚର୍ସରେ କଣ୍ଟାକ୍ଟ ତାଲିକାରେ ଥିବା କଣ୍ଟାକ୍ଟ ସେଲ୍‌କୁ ଟ୍ୟାପ୍ କରି କଲିଂ ସର୍ଟକଟ୍ କ୍ରିଏଟ୍ କରିବା ସମ୍ଭବ ହେବ । ଫଳରେ ଉପଭୋକ୍ତାମାନେ ଯେଉଁମାନଙ୍କ ସହ ନିୟମିତ ଚାଟ୍‌ କିମ୍ବା କଲ୍‌ କରିବାକୁ ଚାହୁଁଥିବେ ତାଙ୍କ ସହ ଯୋଗାଯୋଗ କରିବା ସହଜ ହେବ । ଏହି ଫିଚର୍ସ ଆସିବା ପରେ ବ୍ୟବହାରକାରୀଙ୍କୁ ବାରମ୍ବାର ଆପ୍ଲିକେସନ୍ ଓପନ କରିବାକୁ ପଡିବନି । କଲିଂ ସର୍ଟକଟ୍ ମାଧ୍ୟମରେ ମେସେଜ୍ କରିପାରିବେ ।

ଏହା ମଧ୍ୟ ପଢନ୍ତୁ:-Diet Plan Tips: ଡାଏଟ୍‌ରେ ଆଣନ୍ତୁ ଏହି ପରିବର୍ତ୍ତନ, ବଜାୟ ରହିବ ଫିଗର୍

ସେପଟେ ଆଉ ଏକ ଇନ୍-ଆପ୍ ବ୍ୟାନର ଫିଚର୍ସ ଉପରେ ମଧ୍ୟ କାମ କରୁଛି ହ୍ୱାଟ୍‌ସ୍‌ ଆପ୍‌, ଯାହା ଉପଭୋକ୍ତାମାନଙ୍କୁ ସେମାନଙ୍କର ଡକ୍ୟୁମେଣ୍ଟ୍ ବ୍ରାଉଜ୍ କରିବାକୁ ଅନୁମତି ଦେବ । ଆପ୍‌ର ଆଗାମୀ ଅପଡେଟରେ ଏହି ଫିଚର୍ସ ଉପଲବ୍ଧ ହେବ । ଏହା ଫଳରେ ପ୍ଲାଟଫର୍ମ ୟୁଜର୍ସଙ୍କୁ 2 ଜିବି ପର୍ଯ୍ୟନ୍ତ ଡକ୍ୟୁମେଣ୍ଟ୍ ଏବଂ ଫାଇଲ୍ ସେୟାର୍ କରିବାକୁ ଅନୁମତି ଦେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.