ETV Bharat / science-and-technology

ଷ୍ଟାଟସ ଅପଡେଟ୍‌ ହେବ ଆହୁରି ମଜାଦାର, ହ୍ବାଟ୍ସଆପରୁ ସିଧାସଳଖ ଫରଓ୍ବାଡ ହେବ ଷ୍ଟାଟସ

ହ୍ୱାଟସ୍ଆପ୍‌ ଷ୍ଟାଟସ୍‌ରେ ନୂଆ ଅପଡେଟ୍‌ । ଏଣିକି ଫେସବୁକ ଏବଂ ଇନଷ୍ଟାଗ୍ରାମକୁ ଫରଓ୍ବାଡ କରିବା ପାଇଁ ମିଳିବ ଅପ୍ପନ। ଅଧିକ ପଢନ୍ତୁ

whatsapp story feature
whatsapp story feature
author img

By ETV Bharat Odisha Team

Published : Dec 5, 2023, 11:43 AM IST

ହାଇଦ୍ରାବାଦ: ଏଣିକି ଗୋଟିଏ କ୍ଲିକରେ ସମସ୍ତ ସୋସିଆଲ ମିଡିଆରେ ସେୟାର ହୋଇପାରିବ ଷ୍ଟାଟସ। ୟୁଜର୍ସଙ୍କୁ ଆଉ ଗୋଟିଏ ପରେ ଗୋଟିଏ ସୋୟାର କରିବାକୁ ପଡିବ ନାହିଁ। ୟୁଜର ଏକ୍ସପେରିୟନ୍ସ ବଢ଼ାଇବା ପାଇଁ ମେଟାର ପେରେଣ୍ଟ କମ୍ପାନୀ ହ୍ବାଟ୍ସଆପ୍‌ ସର୍ବଦା ଗୋଟିଏ ପରେ ଗୋଟିଏ ଫିଚର ରୋଲଆଉଟ କରୁଥିବା ବେଳେ ଏବେ ଆଉ ଏକ ଫିଚର ଆଣିଛି । ଏଣିକି ହ୍ବାଟ୍ସଆପ୍‌ ଷ୍ଟାଟସ ଇନଷ୍ଟାଗ୍ରାମ ଓ ଫେସ୍‌ବୁକ୍‌ରେ ମଧ୍ୟ ସେୟାର ହୋଇପାରିବ । ଏନେଇ ହ୍ବାଟ୍ସଆପ ଉପରେ ନଜର ରଖୁଥିବା ଓ୍ବେବସାଇଟ WABetainfo ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ହ୍ବାଟ୍ସଆପ୍‌ରେ ଅପଡେଟ ଆସିବା ପରେ ଏହି ଫିଚର ସୁବିଧା ପାଇବେ ୟୁଜର୍ସ । ଏହି ଅପଡେଟ ପରେ ୟୁଜର୍ସ ହ୍ବାଟ୍ସଅପ୍‌ରେ ଦେଇଥିବା ଷ୍ଟାଟସ୍‌କୁ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ସେୟାର କରିପାରିବେ । ଏଥିପାଇଁ ୟୁଜର୍ସଙ୍କୁ ଦୁଇଟି ଅପ୍ସନ ମିଳିବ । ଯଦି ଆପଣ ହ୍ବାଟଆସ ଷ୍ଟାଟସକୁ ଫେସବୁକରେ ସେୟାର କରିବାକୁ ଚାହୁଁଛନ୍ତି ସେତେବେଳେ ଏକ ଅପ୍ସନ ମିଳିବ । କିମ୍ବା କେବଳ ଇନଷ୍ଟାଗ୍ରାମରେ ସେୟାର କରିବାକୁ ଚାହୁଁଥିଲେ ମଧ୍ୟ କ୍ଲିକ କରିବାର ଅପ୍ସନ ମିଳିବ । ଅର୍ଥାତ ଦୁଇଟି ସୋସିଆଲ ମିଡିଆ ପାଇଁ ଦୁଇଟି ଅପ୍ସନ ପାଇବେ ୟୁଜର୍ସ ।

ଏହା ମଧ୍ୟ ପଢନ୍ତୁ: ହ୍ବାଟ୍ସଆପ୍‌ରେ ପୁଣି ଫେରିଲା ପୁରୁଣା ଫିଚର, ଡେସ୍କଟପ୍ ଆପ୍ ମାଧ୍ୟମରେ ପଠାଇପାରିବେ ଭିୟୁ ୱାନ୍ସ ଫଟୋ ଏବଂ ଭିଡିଓ

WABetainfo ପକ୍ଷରୁ ଜାରି କରାଯାଇଥିବା ସ୍କ୍ରିନସଟ୍‌ ଅନୁସାରେ, ହ୍ବାଟ୍ସଆପରେ ଯେଉଁଠାରେ ଷ୍ଟାଟସ ପ୍ରାଇଭେସିର(Status Privacy) ଅପ୍ସନ ରହିଛି, ସେଠାରେ ହିଁ ସେୟାର ମାଇଁ ଷ୍ଟାଟସ ଅପଡେଟର (Share My Status Updates) ଅପ୍ସନ୍‌ ପାଇବେ ୟୁଜର୍ସ । ପ୍ରଥମେ ଫେସବୁକ୍‌ ଏବଂ ପରେ ଇନଷ୍ଟାଗ୍ରାମର ଅପ୍ସନ ଦେଖାଯିବ । ସେଠାରେ ଲଗଇନ୍‌ କରି ଆକାଉଣ୍ଟ ଆକ୍ସେସ୍‌ କରିବା ପରେ ସମସ୍ତ ପ୍ରକାର ଷ୍ଟୋରୀ ସେୟାର କରିହେବ । ଏହାପରେ ଫେସବୁକ୍‌ ଉପରେ କ୍ଲିକ୍‌ କଲେ ଫେସବୁକ୍‌ରେ ଷ୍ଟୋରୀ ସେୟାର ହେବ ଏବଂ ଇନ୍‌ଷ୍ଟାଗ୍ରାମ ଉପରେ କ୍ଲିକ୍‌ କରିବା ମାତ୍ରେ ଇନଷ୍ଟାଗ୍ରାମରେ ଷ୍ଟୋରୀ ସେୟାର ହୋଇପାରିବ । ବର୍ତ୍ତମାନ ଏହା କେବଳ କିଛି ୟୁଜର୍ସଙ୍କ ପାଇଁ ରୋଲଆଉଟ୍‌ କରାଯାଇଥିବା ବେଳେ ଖୁବଶୀଘ୍ର ସମସ୍ତ ୟୁଜର୍ସଙ୍କ ପାଇଁ ରୋଲ୍‌ ଆଉଟ୍‌ ହେବ ।

ହ୍ବାଟ୍ସଆପ୍‌ରେ ଡକ୍ୟୁମେଣ୍ଟରେ ସେୟାର କରିହେବ ଫଟୋ ଏବଂ ଭିଡିଓ: ଖୁବଶୀଘ୍ର ହ୍ବାଟ୍ସଆପ୍‌ ୟୁଜର୍ସ ଫଟୋ ଏବଂ ଭିଡିଓକୁ ଡକ୍ୟୁମେଣ୍ଟ୍‌ ଆକାରରେ ସେୟାର କରିପାରିବେ । ଏଥରେ କିନ୍ତୁ ଅରିଜିନାଲ କ୍ବାଲିଟିରେ କୌଣସି ପରିବର୍ତ୍ତନ ହେବ ନାହିଁ । ଖୁବଶୀଘ୍ର ଆପ୍‌ରେ ଏହି ଫିଚର ରୋଲଆଉଟ ହେବାକୁ ଯାଉଥିବା ବେଳେ ଏହା ୟୁଜର ଏକ୍ସପେରିୟନ୍ସକୁ ଆହୁରି ବୃଦ୍ଧି କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.