ETV Bharat / science-and-technology

WhatsApp New Features: ଏଣିକି ସେଣ୍ଡ୍ କରିଥିବା ଫାଇଲ୍‌ରେ ବାର୍ତ୍ତା ଯୋଡିପାରିବେ

author img

By

Published : Apr 17, 2023, 12:25 PM IST

Updated : Apr 17, 2023, 3:52 PM IST

ବ୍ୟବହାରକାରୀଙ୍କ ସୁବିଧା ପାଇଁ ଆଉ ଏକ ନୂଆ ଫିଚର୍ସ ଆଣିଲା ମେଟା ମାଲିକାନା ହ୍ୱାଟସ୍‌ଆପ୍ । ଏଣିକି ସେଣ୍ଡ୍ ବା ପଠାଇ ସାରିଥିବା ଫଟୋ, ଭିଡିଓ, GIF ଏବଂ ଡକ୍ୟୁମେଣ୍ଟରେ କ୍ୟାପ୍ସନ୍ ଆଡ୍(ଯୋଡି) ପାରିବେ । ଅଧିକ ପଢନ୍ତୁ

WhatsApp
WhatsApp

ସାନ ଫ୍ରାନ୍ସିସ୍କୋ: ବ୍ୟବହାରକାରୀଙ୍କ ସୁବିଧା ପାଇଁ ସର୍ବଦା ମେଟା ମାଲିକାନା ହ୍ୱାଟସ୍‌ଆପ୍ ନୂଆ ନୂଆ ଫିଚର୍ସ ଆଣିଥାଏ । ଏହି କ୍ରମରେ ପ୍ଲାଟଫର୍ମରେ ଆଉ ଏକ ନୂଆ ସୁବିଧା ଯୋଡିଛି କମ୍ପାନୀ । ଏହି ଫିଚର୍ସ ଆସିବା ପରେ ଏଣିକି ଆଣ୍ଡ୍ରଏଡ ବ୍ୟବହାରକାରୀମାନେ ସେଣ୍ଡ୍ ବା ପଠାଇ ସାରିଥିବା ଫଟୋ, ଭିଡିଓ, GIF ଏବଂ ଡକ୍ୟୁମେଣ୍ଟରେ କ୍ୟାପ୍ସନ୍ ଆଡ୍(ଯୋଡି) ପାରିବେ । ଏହି ସୁବିଧା ପୂର୍ବରୁ ବିଟା ପରୀକ୍ଷକ(ଯେଉଁ ବିଟା ବ୍ୟବହାରକାରୀଙ୍କ ଆପ୍‌ରେ ପରୀକ୍ଷା କରାଯାଇଥିଲା) ସେମାନଙ୍କ ପାଇଁ ଉପଲବ୍ଧ ଥିଲା । ବର୍ତ୍ତମାନ ଆଣ୍ଡ୍ରଏଡ୍‌ରେ ଏହି ସୁବିଧା ମିଳିବ ।

ଏହା ମଧ୍ୟ ପଢନ୍ତୁ:- World Hemophilia Day: ହିମୋଫିଲିଆ କଣ, ଜାଣନ୍ତୁ ରୋଗ ବାବଦରେ ସମ୍ପୂର୍ଣ୍ଣ ବିବରଣୀ

WAbitinfo ଅନୁଯାୟୀ, ଯଦି ଆପଣ ପଠାଇ ସାରିଥିବା କ୍ୟାପ୍ସନ୍ ସେଥିପାଇଁ ପ୍ରଯୁଜ୍ୟ ନୁହେଁ, କିମ୍ବା ଏହାକୁ ବଦଳାଇବାକୁ ଚାହୁଁଛନ୍ତି ତେବେ ଏହା ସୁବିଧାଜନକ ହେବ । ପୂର୍ବ କ୍ୟାପସନ୍ ଡିଲିଟ୍ କରି ଏହାକୁ ପୁନର୍ବାର ନୂଆ କ୍ୟାପ୍ସନ୍ ଯୋଡିପାରିବେ । ଏଥିସହ ପୁନର୍ବାର ପଠାଯାଇ ଥିବା ମେସେଜ୍ ବା କ୍ୟାପ୍ସନ୍ ସହ ପୂର୍ବ କ୍ୟାପ୍ସନ୍‌ର କୌଣସି ସଂଯୋଗ ରହିବ ନାହିଁ । ଅର୍ଥାତ୍ ଆପଣ ଏଥିରେ କୌଣସି ଏଡିଟ୍ କରିଛନ୍ତି ବୋଲି ସେଣ୍ଡ୍ କରିଥିବା ବ୍ୟକ୍ତି ଜାଣିପାରିବେ ନାହିଁ । ଏହି ଫିଚର୍ସ ସେଣ୍ଡ୍ କରୁଥିବା ଫଟୋ, ଭିଡିଓ, GIF ଏବଂ ଡକ୍ୟୁମେଣ୍ଟ୍ ବାବଦରେ ସଂକ୍ଷିପ୍ତ ବର୍ଣ୍ଣନା କରିବାରେ ସୁବିଧା ଦେବ ।

ଏହା ମଧ୍ୟ ପଢନ୍ତୁ:- WhatsApp New Features: ଅଫିସିଆଲ୍ ଚାଟ୍‌ ଫିଚର୍ସ ଆଣିଲା ହ୍ବାଟସ୍‌ଆପ୍

ଏହା ବ୍ୟତୀତ ରିପୋର୍ଟରେ କୁହାଯାଇଛି ଯେ, ଏହି ଅପଡେଟ୍ ଇନଷ୍ଟଲ୍ କରିବା ପରେ କିଛି ଉପଭୋକ୍ତା ଷ୍ଟାଟସ୍ ଅପଡେଟ୍ ଦେଖିବା ଏବଂ ଭିଡିଓ ଡାଉନଲୋଡ୍ କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏହି ସମୟରେ, ହ୍ବାଟସ୍ଆପ୍ ଆଣ୍ଡ୍ରଏଡ୍‌ର ସର୍ବଶେଷ ଅପଡେଟ୍‌ରେ ସମସ୍ତ ବିଟା ପରୀକ୍ଷକଙ୍କ ପାଇଁ 'ପାର୍ଟନର ମୋଡ୍' ଫିଚର୍ସ ରୋଲ କରିଛି । ପୂର୍ବରୁ, ବିଟା ପରୀକ୍ଷକଙ୍କ ଏକ ମନୋନୀତ ଗ୍ରୁପ୍ ପାଇଁ ଏହି ସୁବିଧା ଉପଲବ୍ଧ ଥିଲା ।

ସୂଚନା ଅନୁସାରେ, ନିକଟରେ କମ୍ପାନୀ ପ୍ଲାଟଫର୍ମରେ ଆଉ ଏକ ନୂଆ ଫିଚର୍ସ ଲଞ୍ଚ୍ କରିଥିଲା, ଯାହା ଅଫିସିଆଲ୍ ଚାଟ୍ ଭାବେ ଉପଲବ୍ଧ । ଏହି ଫିଚର୍ସ ମାଧ୍ୟମରେ ବ୍ୟବହାରକାରୀ ହ୍ବାଟସ୍‌ଆପ୍‌ରୁ ହିଁ ଲାଟେଷ୍ଟ୍ ଅପଡେଟ୍ ଜାଣିପାରିବେ । ଏଥିରେ ଆଇଓଏସ୍ ଏବଂ ଆଣ୍ଡ୍ରଏଡରେ କିପରି ବ୍ୟବହାର କରାଯିବ, ସେନେଇ ଅପଡେଟ ସହିତ ଅଧିକ ଟିପ୍ସ ଅନ୍ତର୍ଭୂକ୍ତ କରାଯାଇଛି । ତେବେ ସଦ୍ୟତନ ଫିଚର୍ସ ପ୍ରାଥମିକ ପର୍ଯ୍ୟାୟରେ କମ୍ପାନୀ iOSରେ ଉପଲବ୍ଧ ଥିବା WABetaInfo କହିଥିଲା । ଆଗକୁ ଏହି ସୁବିଧା ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ଉପଲବ୍ଧ ହୋଇପାରେ ।

Last Updated : Apr 17, 2023, 3:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.