ETV Bharat / science-and-technology

ହ୍ବାଟ୍ସଆପର ନୂଆ ଫିଚର, ଚ୍ୟାନେଲରେ ସେୟାର କରିହେବ ପୋଲ୍ - ଚ୍ଯାନେଲରେ ପୋଲ୍

WhatsApp New Feature: ଏଣିକି ହ୍ବାଟ୍ସଆପ ଚ୍ୟାନେଲରେ ସେୟାର କରିହେବ ପୋଲ୍ । ଏନେଇ WABetainfo ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

WhatsApp New Feature
WhatsApp New Feature
author img

By ETV Bharat Odisha Team

Published : Jan 13, 2024, 12:01 PM IST

ହାଇଦ୍ରାବାଦ: ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପରେ ୟୁଜର୍ସଙ୍କୁ ଆକୃଷ୍ଟ କରିବା ପାଇଁ ମେଟା ଅନେକ ସମୟରେ ନୂଆନୂଆ ଫିଚର ରୋଲଆଉଟ କରିଥାଏ । ତେବେ ୟୁଜର ଏକ୍ସପେରିୟନ୍ସକୁ ବୃଦ୍ଧି କରିବା ପାଇଁ ହ୍ବାଟ୍ସଆପ୍ ଏକ ନୂଆ ଫିଚର ଲଞ୍ଚ୍ କରିଛି । ଏହି ଫିଚର ହ୍ବାଟ୍ସଆପ ଚ୍ଯାନେଲ ପାଇଁ ଉଦ୍ଦିଷ୍ଟ ।

ପ୍ରାୟ ଏକ ବର୍ଷ ପୂର୍ବେ ହ୍ବାଟ୍ସଆପ ପ୍ଲାଟଫର୍ମରେ ପୋଲ୍ ସୁବିଧା ଆରମ୍ଭ କରିଥିଲା । ଏହା ଦ୍ବାରା ୟୁଜର୍ସ କୌଣସି ପ୍ରଶ୍ନର ଉତ୍ତର ପାଇଁ ଅପ୍ସନ ସାହାଯ୍ୟରେ ପୋଲ୍ ତିଆରି କରିପାରୁଥିଲେ । ତେବେ ଏହାକୁ ଗ୍ରୁପରେ ସେୟାର କରିବା ନେଇ ମଧ୍ୟ ସୁବିଧା ପାଉଥିଲେ ୟୁଜର୍ସ । ଏହାରି ଭିତରେ ହ୍ବାଟ୍ସଆପ୍ ଏହି ଫିଚରକୁ ହ୍ବାଟ୍ସଆପ ଚ୍ୟାନେଲ ପାଇଁ ମଧ୍ୟ ରୋଲଆଉଟ କରିଛି । ଏଣିକି ୟୁଜର୍ସ ହ୍ବାଟ୍ସଆପ୍ ଚ୍ୟାନେଲରେ ମଧ୍ୟ ପୋଲ୍ ସେୟାର କରିପାରିବେ । ଏହା ଦ୍ବାରା ୟୁଜର୍ସଙ୍କୁ କୌଣସି ପ୍ରଶ୍ନର ଉତ୍ତର ମଧ୍ୟ ପୋଲ୍ ଦ୍ବାରା ପାଇପାରିବେ ।

ଏହା ମଧ୍ୟ ପଢନ୍ତୁ: ଭେରିଫାଇଡ ହେବ ହ୍ବାଟ୍ସଆପ୍ ବିଜନେସ ୟୁଜର୍ସଙ୍କ ଆକାଉଣ୍ଟ, ଖୁବଶୀଘ୍ର ରୋଲଆଉଟ ହେବ ଫିଚର

ବର୍ତ୍ତମାନ ସୁଦ୍ଧା ୟୁଜର୍ସ ପୋଲ୍ ସୃଷ୍ଟି କରି ସମସ୍ତ ଫ୍ରେଣ୍ଡକୁ ପଠାଉଥିଲେ । ଏହା ଦ୍ବାରା ଅଧିକ ଭୋଟ୍ ପାଇବାରୁ ବଞ୍ଚିତ ହେଉଥିଲେ ୟୁଜର୍ସ । ତେବେ ହ୍ବାଟ୍ସଆପ ଚ୍ୟାନେଲରେ ପୋଲ୍ ସେୟାର କରିବା ଦ୍ବାରା ଅଧିକ ଭୋଟ ପାଇବେ ୟୁଜର୍ସ । ଏନେଇ ହ୍ବାଟ୍ସଆପ୍ ଉପରେ ନଜର ରଖୁଥିବା ଓ୍ବେବସାଇଟ WABetainfo ପକ୍ଷରୁ ସୂଚନା ଦିଆଯାଇଛି । କହି ରଖୁଛି କି, ବର୍ତ୍ତମାନ ଏହି ଫିଚର ହ୍ବାଟ୍ସଆପ୍ ବିଟା ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିଛି । ହ୍ବାଟ୍ସଆପ୍ ଚ୍ୟାନେଲରେ ସେୟାର କରାଯାଇ ପାରୁଥିବା ଏହି ଫିଚରକୁ ମେଟା ଆଣ୍ଡ୍ରୋଏଡ୍ ବିଟା 2.23.24.12 ଅପଡେଟ୍ ପାଇଁ ଜାରି କରିଛି । ଯାହା ବର୍ତ୍ତମାନ ଏକ ଟେଷ୍ଟି ଷ୍ଟେଜରେ ରହିଛି ।

ପ୍ରକାଶ ଥାଉକି, ହ୍ବାଟ୍ସଆପ୍ ବିଜନେସ ଆକାଉଣ୍ଚରେ ଭେରିଫାଇଡ ଟିକ୍ ପ୍ରଦାନ କରାଯିବା ନେଇ ସୂଚନା ଦିଆଯାଇଛି । ଖୁବଶୀଘ୍ର ହ୍ବାଟ୍ସଆପ୍ ବିଜନେସ ଆପରେ ୟୁଜର୍ସଙ୍କୁ ମିଳିବ ଭେରିଫାଇଡ ଟିକ୍ । ହ୍ବାଟ୍ସଆପ୍ ବିଜନେସ ୟୁଜର୍ସଙ୍କ ଆଇଡି ଭେରିଫାଇଡ୍ ହେବା ସହିତ ମିଳିବ ବ୍ୟାଜ୍ । ପୂର୍ବରୁ ଏହି ଫିଚର ଫେସବୁକ ଏବଂ ଇନଷ୍ଟାଗ୍ରାମରେ ରହିଥିବା ବେଳେ ଖୁବଶୀଘ୍ର ହ୍ବାଟ୍ସଆପ ବିଜନେସରେ ରୋଲଆଉଟ କରାଯିବା ନେଇ ସୂଚନା ଦିଆଯାଇଛି । କିନ୍ତୁ ଏହା ଦେୟଯୁକ୍ତ ହେବା ବୋଲି କୁହାଯାଇଛି । ଯଦି ଜଣେ ୟୁଜର୍ସ ଆକାଉଣ୍ଟକୁ ଫେରିଭାଇଡ କରିବାକୁ ଚାହିଁବେ ତାହେଲେ ଭେରିଫିକେସନ ପାଇଁ ଦେୟ ଦେବାକୁ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.