ETV Bharat / science-and-technology

ହ୍ବାଟ୍ସଆପରେ ଆସିଲା ନୂଆ ଫିଚର, ଏଣିକି ପେଟିଏମ ଏବଂ ଗୁଗୁଲ ପେ' ଭଳି କରିପାରିବେ ପେମେଣ୍ଟ - ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟ୍ସଆପ

ଏଣିକି ଆହୁରି ସହଜ ହେବ ହ୍ବାଟ୍ସଆପ ପେମେଣ୍ଟ । ହ୍ବାଟ୍ସଆପରେ ଆସିଲା ନୂଆ ଫିଚର, ଏଣିକି ପେଟିଏମ୍‌ ଏବଂ ଗୁଗୁଲ ପେ ଭଳି କରିପାରିବେ ପେମେଣ୍ଟ । ଅଧିକ ପଢନ୍ତୁ

WhatsApp Payment Feature
WhatsApp Payment Feature
author img

By ETV Bharat Odisha Team

Published : Sep 21, 2023, 10:22 AM IST

Updated : Sep 21, 2023, 10:40 AM IST

ହାଇଦ୍ରାବାଦ: ମେଟା ମାଲିକାନା ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟ୍ସଆପରେ ଏକ ନୂଆ ଅପଡେଟ ଆସିଛି । ଯାହାଦ୍ବାରା ଆପ୍‌ରେ ୟୁଜର୍ସ ୟୁପିଆଇ, ଡେବିଟ୍‌ କାର୍ଡ, କ୍ରେଡିଟ କାର୍ଡ ଏବଂ ନେଟ ବ୍ୟାଙ୍କିଂ ବ୍ୟବହାର କରି ପେମେଣ୍ଟ କରିପାରିବେ। ତେବେ ଏନେଇ ଏକ ବ୍ଲଗ ପୋଷ୍ଟ ଜରିଆରେ ହ୍ବାଟ୍ସଆପ ପକ୍ଷରୁ ସୂଚନା ଦିଆଯାଇଛି। ଟେକ ବିଶେଷଜ୍ଞଙ୍କ ଅନୁଯାୟୀ, ହ୍ବାଟ୍ସାଆପର ଏହି ଅପଡେଟ ୟୁଜର୍ସଙ୍କୁ ଆପ୍‌ ଦ୍ବାରା କ୍ରୟ କରିବା ପାଇଁ ଉତ୍ସାହିତ କରିବ ।

ହ୍ବାଟ୍ସଆପର ପେମେଣ୍ଟ ଫିଚର: ହ୍ବାଟ୍ସଆପ୍‌ ପକ୍ଷରୁ ଜାରି କରାଯାଇଥିବା ବ୍ଲଗ୍‌ ପୋଷ୍ଟରେ କୁହାଯାଇଛି ଯେ, "ଆମେ ଆପଣଙ୍କ ପାଇଁ ଏକ ଫିଚର ଆଣିଛୁ ଯାହା ଦ୍ବାରା ୟୁଜର୍ସ ଚାଟିଂ ସହିତ ଆପ୍‌ରେ ସହଜରେ କୌଣସି ଜିନିଷ କ୍ରୟ କରିପାରିବେ। ଆଜିଠାରୁ ଭାରତର ଲୋକମାନେ ନିଜ କାର୍ଟରେ ଆଇଟମ୍ ଯୋଡିପାରିବେ ଏବଂ ଭାରତରେ ଚାଲୁଥିବା ସମସ୍ତ UPI ଆପ୍ ମାଧ୍ୟମରେ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ପରି ସେମାନଙ୍କର ପସନ୍ଦ ପଦ୍ଧତି ସହିତ ପେମେଣ୍ଟ କରିପାରିବେ।"

ବ୍ଲଗରେ ଆହୁରି ମଧ୍ୟ କୁହାଯାଇଛି ଯେ, ହ୍ବାଟ୍ସଆପ ରେଜରପେ(Razorpay) ଏବଂ ପେୟୁ(Pay U) ସହ ସହଭାଗୀ ହୋଇ ନିଶ୍ଚିନ୍ତ ରହିଛି । UPI ଆପ୍‌ଗୁଡିକ ବର୍ତ୍ତମାନ ଗୁଗୁଲ୍ ପେ', ଫୋନ୍ ପେ, ପେଟିଏମ୍‌ ଭଳି ଅନେକ UPI ଅନ୍ତର୍ଭୁକ୍ତ ହୋଇଛି । ପୂର୍ବରୁ ଉପଭୋକ୍ତାମାନେ ହ୍ବାଟ୍ସଆପ୍‌ରେ ଏହି ଆପ୍‌କୁ ପେମେଣ୍ଟ କରିପାରୁଥିଲେ କିନ୍ତୁ ହ୍ବାଟ୍ସଆପ୍‌ ବାହାରେ ରିଡାଇରେକ୍ଟ ହେବା ପରେ ଏହା ସମ୍ଭବ ହେଉଥିଲା । କିନ୍ତୁ ବର୍ତ୍ତମାନ ଏଭଳି କରିବାର ଆବଶ୍ୟକତା ରହିବ ନାହିଁ ।

ଏହା ମଧ୍ୟ ପଢନ୍ତୁ: Avatar Feature: ହ୍ବାଟ୍ସଆପ କଲରେ ଆସୁଛି ଦମଦାର ଫିଚର, ଚେହେରା ବଦଳରେ ଦେଖାଇପାରିବେ ଅବତାର

ହ୍ବାଟ୍ସଆପ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଭାରତରେ ହ୍ବାଟ୍ସଆପ 500 ମିଲିୟନ ୟୁଜର୍ସ ରହିଛନ୍ତି । କିନ୍ତୁ ହ୍ବାଟ୍ସଆପ୍‌ ପେ'ର ବ୍ୟବହାର କେବଳ 100 ମିଲିୟନ ୟୁଜର୍ସ କରୁଛନ୍ତି । ଏଭଳି ପରିସ୍ଥିତିରେ ପରିବର୍ତ୍ତନ କରିବା ପାଇଁ ହ୍ବାଟ୍ସଆପ୍‌ ଏକ ନୂଆ ଫିଚର ଯୋଡ଼ିଛି । କହିରଖୁଛୁ କି, ହ୍ବାଟ୍ସଆପ୍‌ ଏଣ୍ଡ୍‌ ଟୁ ଏଣ୍ଡ୍‌ ସପିଂ ଜିଓ ମାର୍ଟ ଏବଂ ଚେନ୍ନାଇ ଏବଂ ବେଙ୍ଗାଲୁରୁ ମେଟ୍ରୋ ସିଷ୍ଟମରେ ଉପଲବ୍ଧ ରହିଥିଲା । ତେବେ ଏହି ଫଚର ଦ୍ବାରା ୟୁଜର୍ସଙ୍କୁ ଅଧିକ ବିକଳ୍ପ ପାଇବା ପାଇଁ ସୁବିଧା ମିଳିବ ।

ପ୍ରକାଶଥାଉକି, ହ୍ବାଟ୍ସଆପ୍‌ କଲ୍‌ରେ ଏବେ ଆସିବାକୁ ଯାଉଛି ଦମଦାର ଫିଚର । ଏଣିକି ନିଜ ମୁହଁ ବଦଳରେ ଦେଖାଇପାରିବେ ଅବତାର । ଏହି ଡିଜିଟାଲ ଅବତାର ୟୁଜର୍ସଙ୍କ ମୁହଁର ଆଚରଣ ଏବଂ ଭାବର ନକଲ କରିବ । ଏହି ଅବତାରକୁ ଭିଡିଓ କଲ କରିଥିବା ବ୍ୟକ୍ତି ଦେଖିପାରିବେ । ଏହା ଦ୍ବାରା ଭିଡିଓ କଲର ଅଭିଜ୍ଞତା ବଦଳିବ ଏବଂ ଆପଣ ହିଁ ଉକ୍ତ ବ୍ୟକ୍ତିଙ୍କ ସହ କଥା ହେଉଛନ୍ତି ବୋଲି ଅନୁଭବ ହେବ । ଯେତେବେଳେ ଆପଣ ସଠିକ ଢଙ୍ଗରେ ପୋଷାକ ପରିଧାନ କରିନଥିବେ ବା ଆପଣ ଅନ୍ୟଜଣଙ୍କୁ ଆପଣଙ୍କର ଚେହେରା ଦେଖାଇବାକୁ ଚାହୁଁନଥିବେ ସେତେବେଳେ ଏହି ଫିଚର ୟୁଜର୍ସଙ୍କୁ ଅଧିକ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 21, 2023, 10:40 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.