ସାନ ଫ୍ରାନ୍ସିସ୍କୋ: ବିଶ୍ବର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ ହ୍ବାଟସଅପ୍ । ଗତ 6ମାସ ଭିତରେ ହ୍ବାଟସଅପ୍ ୟୁଜର୍ସମାନଙ୍କୁ ସୁହାଇଲା ଭଳି ଫିଚର ଆଣିଥିବା ବେଳେ ଏବେ ପୁଣି ଏକ ନୂଆ ଫିଚର ଆଣିବାକୁ ଯାଉଛି । ଏଣିକି ମେସେଜ ଚାଟ ହୋଇପାରିବ ଆହୁରି ମଜାଦାର । ଆପଣ ଏଣିକି ନିଜ ମନ ମୁତାବକ ଷ୍ଟିକର ତିଆରି କରିପାରିବେ । ମେଟା ମାଲିକାନା ହ୍ବାଟସଅପ୍ ଏକ ନୂତନ ଫିଚର "ଷ୍ଟିକର ମେକର ଟୁଲ୍" ଉପରେ କାମ କରୁଛି । ଏହାଦ୍ବାରା ଆପଣ ଆଇଓଏସରେ ଆପ୍ଲିକେସନରେ ନୂଆ ଷ୍ଟିକର ତିଆରି କରିପାରିବେ ।
WABTinfoର ସୂଚନାଅନୁସାରେ, ଚାଟ୍ ସେୟାର ଆକ୍ସନ୍ ସିଟ୍ ମଧ୍ୟରେ କମ୍ପାନୀ ଏକ 'ନୂଆ ଷ୍ଟିକର୍' ବିକଳ୍ପ ଆଣିବାକୁ ଯୋଜନା କରୁଛି । ଏହାଦ୍ବାରା ଆପଣ ନିଜ ଇଚ୍ଛା ମୁତାବକ ବା ମୁଡ୍ ହିସାବରେ ଷ୍ଟିକର ତିଆରି କରିପାରିବେ । ଲାଇବ୍ରେରୀରୁ ଫଟୋ ଆଣି ବ୍ୟାକ୍ଗ୍ରାଉଣ୍ଡ ବଦଳାଇବା ପାଇଁ ଟୁଲ ସହ ଇଚ୍ଛା ଅନୁସାରେ ଏଡିଟ କରିବା ପାଇଁ ଅନୁମତି ମିଳିବ ।
ଏହା ମଧ୍ୟ ପଢନ୍ତୁ: WhatsApp New Feature: ଏଣିକି ହ୍ବାଟସ୍ଆପ୍ରେ ବ୍ଯବହାର କରିପାରିବେ ଡିଜିଟାଲ ଅବତାର
ଆହୁରି ମଧ୍ୟ କୁହାଯାଇଛି, ହ୍ବାଟ୍ସଆପ୍ର ଏହି ନୂଆ ଫିଚର ଦ୍ବାରା ଅନ୍ୟ କୌଣସି ଆପ୍ଲିକେସନକୁ ଡାଉନଲୋଡ କରିବାର ମଧ୍ୟ ଆବଶ୍ୟକତା ରହିବ ନାହିଁ । ହ୍ବାଟ୍ସଆପ୍ ୱେବ୍ ଏବଂ ଡେସ୍କଟପ୍ରେ ସମାନ ଟୁଲ୍ ପୂର୍ବରୁ ରହିଛି, କିନ୍ତୁ ଆଇଓଏସରେ ବିକଶିତ ହେଉଥିବା ଟୁଲ୍ ବ୍ୟବହାରକାରୀଙ୍କୁ ଅଧିକ ସୁବିଧା ଦେବ । ଏହି ସୁବିଧା ଦ୍ବାରା ୟୁଜର୍ସମାନେ ନିଜ ଉଚ୍ଛାନୁଯାୟୀ ଷ୍ଟିକର ତିଆରି କରିପାରିବେ । ଏବଂ ନୂଆ ପ୍ରକାର ଷ୍ଟିକର ତିଆରି କରି ଅନ୍ୟଜଣଙ୍କୁ ପଠାଇ ପାରିବେ। ଏହା ଦ୍ବାରା ଅନ୍ୟ କାହାର ଷ୍ଟିକର ଆଣି ବ୍ୟବାହର କରିବାର ଆବଶ୍ୟକତା ପଡିବ ନାହିଁ। ଗ୍ରୁପ କଲିଂ ଫିଚର ବ୍ୟବାହର କରି ନୂଆ ଷ୍ଟିକର ତିଆରି କରିବାର ଫିଚର ହ୍ବାଟ୍ସଆପ୍ର ପରବର୍ତ୍ତୀ ଫିଚରରେ ଅନ୍ତର୍ଭୁକ୍ତ କରାଯିବ।
ପ୍ରକାଶଥାଉକି, ଏହା ପୂର୍ବରୁ 'ପୋଲ୍' ଏବଂ କ୍ୟାପସନ୍ ସହ ସେୟାର୍ କରିବା ଭଳି ଦୁଇଟି ନୂତନ ଅପଡେଟ ଘୋଷଣା କରାଯାଇଥିଲା। ଅପଡେଟ୍ଗୁଡିକରେ ପୋଲର ଫିଚରରେ କ୍ୟାପସନ୍ ସହ ମିଡିଆ ପଠାଇବା କ୍ଷମତା, ଏବଂ କ୍ୟାପସନ୍ ସହ ଡକ୍ୟୁମେଣ୍ଟ୍ ସେୟାର କରିବାର କ୍ଷମତା ଅନ୍ତର୍ଭୁକ୍ତ ରହିଛି।
ଭୋଟିଂର ନୂତନ ଅପଡେଟ୍ ସହ ହ୍ବାଟ୍ସଆପ୍ ବର୍ତ୍ତମାନ ସିଙ୍ଗଲ ଭୋଟ୍ ପୋଲ୍ ପାଇଁ ଅନୁମତି ଦେଉଛି, ଗ୍ରୁପ୍ ସଦସ୍ୟମାନଙ୍କୁ କେବଳ ଥରେ ଭୋଟ୍ ଦେବାକୁ ଅନୁମତି ପ୍ରଦାନ କରେ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ନିର୍ଦ୍ଦିଷ୍ଟ ଉତ୍ତର ପ୍ରଦାନ କରେ । ଏହି ଫିଚର ଅପଡେଟ୍ କରିବାକୁ ପୋଲ୍ କ୍ରିଏଟରମାନେ "ଏକାଧିକ ଉତ୍ତର ଅନୁମତି" ବିକଳ୍ପକୁ ବନ୍ଦ କରିପାରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ