ETV Bharat / science-and-technology

WhatsApp New Features: ଅଫିସିଆଲ୍ ଚାଟ୍‌ ଫିଚର୍ସ ଆଣିଲା ହ୍ବାଟସ୍‌ଆପ୍

author img

By

Published : Mar 25, 2023, 3:17 PM IST

ଆଉ ଏକ ନୂଆ ଫିଚର୍ସ ଆଣିଲା ହ୍ବାଟସ୍‌ଆପ୍ । iOS ବ୍ୟବହାରକାରୀଙ୍କ ପାଇଁ ଅଫିସିଆଲ୍ ଚାଟ୍ ସୁବିଧା ଆରମ୍ଭ କରିଛି କମ୍ପାନୀ । ଅଧିକ ପଢନ୍ତୁ

WhatsApp
WhatsApp

ନୂଆଦିଲ୍ଲୀ: ଆଉ ଏକ ନୂଆ ଫିଚର୍ସ ଲଞ୍ଚ୍ କରିଛି ମେଟା ମାଲିକାନା ହ୍ବାଟସ୍‌ଆପ୍ । କମ୍ପାନୀ ଏହାର ପ୍ଲାଟଫର୍ମରେ ଅଫିସିଆଲ୍ ଚାଟ୍ ସୁବିଧା ଲଞ୍ଚ କରିଛି । ଏହି ଫିଚର୍ସ ମାଧ୍ୟମରେ ଏଣିକି ବ୍ୟବହାରକାରୀ ହ୍ବାଟସ୍‌ଆପ୍‌ର ଲାଟେଷ୍ଟ୍ ଅପଡେଟ୍ ଜାଣିପାରିବେ । ଏଥିରେ ଆଇଓଏସ୍ ଏବଂ ଆଣ୍ଡ୍ରଏଡରେ କିପରି ବ୍ୟବହାର କରାଯିବ, ସେନେଇ ଅପଡେଟ ସହିତ ଅଧିକ ଟିପ୍ସ ଅନ୍ତର୍ଭୂକ୍ତ କରାଯାଇଛି । ତେବେ ସଦ୍ୟତନ ଫିଚର୍ସ ପ୍ରାଥମିକ ପର୍ଯ୍ୟାୟରେ କମ୍ପାନୀ iOSରେ ଉପଲବ୍ଧ ଥିବା WABetaInfo ସୂଚନା ଦେଇଛି ।

WABetaInfo ସୂଚନା ଅନୁସାରେ, ଅଫିସିଆଲ୍ ଚାଟ୍‌ରେ ଏକ ଗ୍ରୀନ୍‌ କଲର୍‌ର ବ୍ୟାଜ୍ ସହିତ ଚିହ୍ନିତ ହୋଇଛି । ଏଥିରେ ଆପ୍ କିପରି ବ୍ୟବହାର କରାଯିବ ସେ ସମ୍ବନ୍ଧରେ ଟିପ୍ସ ଏବଂ କୌଶଳ ବାବଦରେ ଦର୍ଶାଯାଇଛି । ଚାଟ୍ ଆଇନଗତ ବୋଲି ଯାଞ୍ଚ ହୋଇଥିବା ବ୍ୟାଜ୍ ନିଶ୍ଚିତ କରେ । ଏହା ବ୍ୟବହାରକାରୀଙ୍କୁ ସାଇବର କ୍ରାଇମରୁ ରକ୍ଷା କରିବ ବୋଲି WABetaInfo କହିଛି । ଏଥିସହ ବ୍ୟବହାରକାରୀମାନେ ଲାଟେଷ୍ଟ୍ ଅପଡେଟ୍ ଆପ୍‌ ମାଧ୍ୟମରୁ ହିଁ ଜାଣିପାରିବେ ।

ଏହା ମଧ୍ୟ ପଢନ୍ତୁ:- WhatsApp New Features: ଏଣିକି ସେଣ୍ଡ୍ କରିସାରିଥିବା ମେସେଜ୍‌କୁ ବି ଏଡିଟ୍ କରିହେବ

ଉପଭୋକ୍ତାମାନେ ସିଧାସଳଖ ହ୍ବାଟସ୍‌ଆପ୍‌ରୁ ଅପଡେଟ୍ ମଧ୍ୟ ଗ୍ରହଣ କରିପାରିବେ । ବିଜ୍ଞପ୍ତି ଗ୍ରହଣ କରିବାକୁ ଚାହୁଁନଥିବା ବ୍ୟବହାରକାରୀ ଅଫିସିଆଲ୍ ଚାଟ୍‌କୁ ମ୍ୟୁଟ୍ କିମ୍ବା ବ୍ଲକ୍ କରିପାରିବେ । ନୂତନ ହ୍ବାଟସ୍‌ଆପ୍ ଅଫିସିଆଲ୍ ଚାଟ୍ ବର୍ତ୍ତମାନ କିଛି ନିର୍ଦ୍ଦିଷ୍ଟ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ବୋଲି ରିପୋର୍ଟରେ କୁହାଯାଇଛି । ସୂଚନା ଅନୁସାରେ, ନିକଟରେ ହ୍ବାଟସ୍‌ଆପ୍‌ ପ୍ଲାଟଫର୍ମରେ ଅନେକଗୁଡିଏ ନୂଆ ଫିଚର୍ସ ଆଣିଛି । ଏକକାଳୀନ 100 ଇମେଜ୍, ଭିଡିଓ ସେଣ୍ଡ୍ ସୁବିଧା ସାଙ୍ଗକୁ ଷ୍ଟାଟସ୍‌ରେ ମଧ୍ୟ ଅଡିଓ ରେକର୍ଡ ପୋଷ୍ଟ କରିବାର ଅପଡେଟ୍ ଆଣିଛି । ଏହା ସାଙ୍ଗକୁ ସେଣ୍ଡ୍ କରିଥିବା ମେସେଜ୍‌କୁ ଏଡିକ୍ କରିବାର ଅପ୍ସନ୍ ଆଣିଛି ହ୍ବାଟସ୍‌ଆପ୍ ।

ଏହା ମଧ୍ୟ ପଢନ୍ତୁ:- WhatsApp New Features: ଏଣିକି ଏକକାଳୀନ ପଠାଇ ପାରିବେ 100 ଫଟୋ ଓ ଭିଡିଓ

ପ୍ଲାଟଫର୍ମ ବ୍ୟବହାରକାରୀଙ୍କୁ ସେଣ୍ଡ୍ କରିଥିବା ମେସେଜ୍‌ ଏଡିଟ୍ ପାଇଁ 15 ମିନିଟ୍ ସମୟ ଦେଇଛି । ଏହି ସୁବିଧା ମଧ୍ୟ କେବଳ iOS ରେ ଉପଲବ୍ଧ ଅଛି । ଆଗକୁ ଆଣ୍ଡ୍ରଏଡରେ ଉପଲବ୍ଧ ହେବ ବୋଲି କମ୍ପାନୀ କହିଛି । ତେବେ ଉପଭୋକ୍ତାଙ୍କ ସୁବିଧା ଓ ସୁରକ୍ଷା ପାଇଁ ସର୍ବଦା ନୂଆ ନୂଆ ଫିଚର୍ସ ଆଣୁଥିବା ହ୍ବାଟସ୍‌ଆପ୍‌ ଆଗକୁ କି ଅପଡେଟ୍ କରୁଛି ତାହା ଉପରେ ନଜର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.