ETV Bharat / science-and-technology

ହ୍ବାଟ୍ସଆପ୍‌ରେ ଆସୁଛି ନୂଆ ଫିଚର, ଲାଷ୍ଟ ସିନ ବଦଳରେ ଏବେ ଦେଖାଯିବ ଏହି ସୂଚନା - ହ୍ବାଟ୍ସଆପ୍‌ରେ ଲାଷ୍ଟ ସିନ ବଦଳରେ ଏବେ ଦେଖାଯିବ ଏହା

ଖୁବଶୀଘ୍ର ହ୍ବାଟ୍ସଆପ୍‌ ଚାଟ୍ ପେଜରେ ଏକ ନୂତନ ପରିବର୍ତ୍ତନ ଦେଖିବାକୁ ମିଳିବ । ସୂଚନା ଅନୁସାରେ, ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ଚାଟ୍ ପେଜ୍ ସମ୍ବନ୍ଧରେ ଏକ ନୂତନ ସୂଚନା ସାମ୍ନାକୁ ଆସିଛି । ବର୍ତ୍ତମାନ ଲାଷ୍ଟ ସିନ୍ (Last Seen) ବଦଳରେ ଏବେ ଅନ୍ୟ ସୂଚନା ଦେଖିବାକୁ ମିଳିବ । କଣ ତାହା ଜାଣନ୍ତୁ,

ହ୍ବାଟ୍ସଆପ୍‌ରେ ଆସୁଛି ନୂଆ ଫିଚର, ଲାଷ୍ଟ ସିନ ବଦଳରେ ଏବେ ଦେଖାଯିବ ଏହି ସୂଚନା

author img

By ETV Bharat Odisha Team

Published : Nov 28, 2023, 3:19 PM IST

ହାଇଦ୍ରାବାଦ: ୨୦୦ରୁ ଅଧିକ ଦେଶରେ ମେଟାର ଲୋକପ୍ରିୟ ଚାଟିଂ ହ୍ବାଟ୍ସଆପ୍‌ ବ୍ୟବହୃତ ହୁଏ । ଯଦି ଆପଣ ଚାଟିଂ, ଫାଇଲ୍ ସେୟାରିଂ ଏବଂ କଲିଂ ପାଇଁ ତୁରନ୍ତ ମେସେଜିଂ ଆପ୍ ହ୍ବାଟ୍ସଆପ୍‌ ବ୍ୟବହାର କରନ୍ତି, ତେବେ ଏହି ସୂଚନା ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ । ହ୍ବାଟ୍ସଆପରେ ଖୁବ୍ ଶୀଘ୍ର ଚାଟ୍ ପେଜରେ ଏକ ନୂତନ ପରିବର୍ତ୍ତନ ଦେଖିବାକୁ ମିଳିବ । ହ୍ବାଟ୍ସଆପ ଉପରେ ନଜର ରଖୁଥିବା Wabetainfoର ଏକ ରିପୋର୍ଟରେ ହ୍ବାଟ୍ସଆପ ଚାଟ୍ ପେଜ ସମ୍ବନ୍ଧରେ ଏକ ନୂତନ ସୂଚନା ସାମ୍ନାକୁ ଆସିଛି ।

ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ହ୍ବାଟ୍ସଆପ୍‌ ଚାଟ୍‌ ପେଜ୍‌ରେ ୟୁଜର୍ସର ପ୍ରୋଫାଇଲର ସୂଚନା ଦେଖିବାକୁ ମିଳିବ । ବର୍ତ୍ତମାନ ତାଙ୍କର ପ୍ରୋଫାଇଲ୍ ସୂଚନା ପାଇବା ପାଇଁ ଆପଣଙ୍କୁ ଆଉ ସ୍କ୍ରିନ୍ ଟ୍ୟାପ୍ ଏବଂ ଖୋଲିବା ଆବଶ୍ୟକ ନାହିଁ ବା ୟୁଜର୍ସର DP ଉପରେ କ୍ଲିକ୍ କରିବାର କୌଣସି ଆବଶ୍ୟକତା ନାହିଁ । ଚାଟ୍ ପେଜ୍‌ରେ ହିଁ ୟୁଜର୍ସର ସୂଚନା ଦେଖି ପାରିବେ । ଏହାସହ ଆପଣ ୟୁଜର୍ସଙ୍କର ନୂତନ ସ୍ଥିତି ମଧ୍ୟ ଦେଖି ପାରିବେ ।

ହ୍ବାଟ୍ସଆପ୍‌ର ଏହି ୟୁଜର୍ସମାନେ ନୂତନ ଅପଡେଟ୍‌ ଦେଖିବେ

ହ୍ବାଟ୍ସଆପ ଚାଟ୍‌ ପେଜ୍‌ରେ ଏହି ନୂତନ ଅପଡେଟ୍‌ ବର୍ତ୍ତମାନ କେବଳ ଆଣ୍ଡ୍ରଏଡ୍ ବିଟା ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ । ହ୍ବାଟ୍ସଆପ ବର୍ତ୍ତମାନ ଏହି ନୂତନ ସେଟିଂରେ କାମ କରୁଛି । ଏଭଳି ପରିସ୍ଥିତିରେ ହ୍ବାଟ୍ସଆପ୍‌ ସମସ୍ତ ୟୁଜର୍ସଙ୍କୁ ନୂଆ ଅପଡେଟ୍‌ ଦୃଶ୍ୟମାନ ହେବ ନାହିଁ । ଚାଟ୍ ପେଜରେ ପ୍ରୋଫାଇଲ୍ ସୂଚନା ପାଇଁ, ଆପଣ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଆପ୍ ଅପଡେଟ୍ କରିପାରିବେ । ହ୍ବାଟ୍ସଆପ୍‌ ଆଣ୍ଡ୍ରଏଡ୍ ବିଟାର 2.23.25.11 ଅପଡେଟ୍ ସଂସ୍କରଣରେ ଏହି ନୂତନ ପରିବର୍ତ୍ତନ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ହ୍ବାଟ୍ସଆପ୍‌ରେ ପୁଣି ଫେରିଲା ପୁରୁଣା ଫିଚର, ଡେସ୍କଟପ୍ ଆପ୍ ମାଧ୍ୟମରେ ପଠାଇପାରିବେ ଭିୟୁ ୱାନ୍ସ ଫଟୋ ଏବଂ ଭିଡିଓ

ଅନେକ ନୂତନ ଫିଚର ଉପରେ କାର୍ଯ୍ୟ କରୁଛି କମ୍ପାନୀ

ହ୍ବାଟ୍ସଆପ୍‌ର ଅନେକ ନୂତନ ଫିଚର ଉପରେ କାମ କରୁଛି କମ୍ପାନୀ । ବର୍ତ୍ତମାନ ସମୟରେ, କମ୍ପାନୀ ସର୍ଟକଟ୍ ବଟନ୍ ପରିବର୍ତ୍ତନ କରିଛି ଯାହା ଆପଣଙ୍କୁ ଚାଟ୍ ଜିପିଟି ଭଳି AI ଚାଳିତ ଚାଟବୋଟ୍, ଗ୍ରୁପ୍‌ ଚାଟ୍‌ ପାଇଁ ନୂତନ ଭଏସ୍ ଚାଟ୍, ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପାଇଁ ଇମେଲ୍ ଯାଞ୍ଚ ଇତ୍ୟାଦି ସହ କନେକ୍ଟ୍‌ କରିବାକୁ ସୁଯୋଗ ଦେଇଥାଏ ।

ଏହା ମଧ୍ୟ ପଢନ୍ତୁ: ଏଣିକି ଆପେଆପେ ଗାଏବ ହେବ ଭୋଏସ ମେସେଜ, ଆସିବାକୁ ଯାଉଛି ନୂଆ ଫିଚର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.