ETV Bharat / science-and-technology

WhatsApp Chat Lock: ଏଣିକି ପ୍ରାଇଭେସି ରହିବ ଚାଟ୍‌, ଆସିଲା ଚାଟ ଲକ୍ ଫିଚର - ହ୍ବାଟ୍ସଆପ ଚାଟ ଲକ୍ ଫିଚର

ଏଣିକି ହ୍ବାଟ୍ସଆପରେ ଚାଟ୍‌ ପ୍ରାଇଭେସି ଆହୁରି ହେଲା ସହଜ । ଆପ୍‌କୁ ଆସିଥିବା ନୂଆ ଫିଚର ଦ୍ବାରା ପ୍ରାଇଭେସି ରହିବ ଚାଟ୍‌ । ଅଧିକ ପଢ଼ନ୍ତୁ

WhatsApp Chat Lock
WhatsApp Chat Lock
author img

By ETV Bharat Odisha Team

Published : Sep 27, 2023, 11:46 AM IST

ହାଇଦ୍ରାବାଦ: ବିଶ୍ବର ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହେଉଛି ହ୍ବାଟ୍ସଆପ୍‌ । ଯେଉଁମାନେ ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଛନ୍ତି, ସେମାନେ ନିଶ୍ଚିତ ଭାବେ ହ୍ବାଟ୍ସଆପ୍‌ ବ୍ୟବହାର କରୁଥିବେ । ଏପରିକି ଏହି ଆପ୍‌ର ୟୁଜର୍ସଙ୍କ ସଂଖ୍ୟା ଭାରତରେ କୋଟିକୋଟି ରହିଛି । ପ୍ରତିବର୍ଷ ୟୁଜର୍ସଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ପରିଲକ୍ଷିତ ହେଉଛି । ପ୍ରାଇଭେସି ସିକ୍ୟୁରିଟି ପାଇଁ ୟୁଜର୍ସଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ହ୍ବାଟ୍ସଆପ୍‌ରେ ଆସିଛି ଆଉ ଏକ ଦମଦାର ଫିଚର । ଏଣିକି ଆହୁରି ପ୍ରାଇଭେସି ହୋଇପାରିବ ଚାଟ୍‌ । ଏଣିକି ମେସେଜକୁ ମଧ୍ୟ ଲକ୍‌ କରିପାରିବେ । ବ୍ୟକ୍ତିଗତ ଚାଟ୍‌କୁ ଲକ୍‌ କରିବାକୁ ସକ୍ଷମ ହେବେ ୟୁଜର୍ସ । ଏନେଇ ହ୍ବାଟ୍ସଆପ ପକ୍ଷରୁ ହିଁ ମେସେଜ ଯୋଗେ ୟୁଜର୍ସଙ୍କୁ ସୂଚନା ଦିଆଯାଇଛି ।

ସମସ୍ତ ଡିଭାଇସରେ ଉପଲବ୍ଧ ଏହି ଫିଚର: ହ୍ବାଟ୍ସଆପ୍‌ରେ ଆସିଥିବା ନୂଆ ଫିଚରର ନାମ ଚାଟ ଲକ୍‌ ରଖାଯାଇଛି । ଏହି ଫିଚର ସମସ୍ତ ପ୍ରକାର ଆଣ୍ଡ୍ରଏଡ୍ ଏବଂ ଆଇଫୋନରେ ଉପଲବ୍ଧ । ଯଦି ଜଣେ ୟୁଜର ନିଜ ସାଥୀ, ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ସହିତ ଏକ ବ୍ୟକ୍ତିଗତ ଚାଟ୍ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ପାଇଁ ଚାଟ୍‌ ଲକ ଫିଚର କାମରେ ଆସିପାରେ । ଏହି ଫିଚର ଟର୍ଣ୍ଣ ଅନ୍‌ କରି ପାସଓ୍ବାର୍ଡ୍‌ ବ୍ୟବହାର କରି ଚାର୍ଟକୁ ସୁରକ୍ଷିତ ରଖିପାରିବେ ।

ଯେତେବେଳେ ସିକ୍ରେଟ୍‌ ଚାଟ୍‌କୁ ପଢ଼ିବାକୁ କିମ୍ବା କାହାରିକୁ ପଠାଇବାକୁ ଚାହାନ୍ତି ତେବେ ଚାଟ ଲକ୍‌ ଅପ୍ସନକୁ ଅନ୍‌ କରିବାକୁ ହେବ । ପାସଓ୍ବାର୍ଡ୍‌ ବ୍ୟତୀତ ଫିଙ୍ଗରପ୍ରିଣ୍ଟ୍‌ ସ୍କାନର, ଫେସ୍‌ ଆଇଡି ମଧ୍ୟ ବ୍ୟବହାର କରିପାରିବେ୍‌ । ଯେକୌଣସି ପାସଓ୍ବାର୍ଡ ବ୍ୟବାହାର କରି ୟଜର୍ସ ଚାଟ୍‌କୁ ଲକ କରିପାରିବେ ।

କେମିତି ବ୍ୟବହାର କରିବେ ଚାର୍ଟ ଲକ:

  • ପ୍ରଥମେ ଆଣ୍ଟ୍ରଏଡ କିମ୍ବା ଆଇଫୋନରେ ହ୍ବାଟ୍ସଆପକୁ ଅନ୍‌ କରନ୍ତୁ
  • ଏହାପରେ ଯାହା ସହିତ ଆପଣ ଚାଟ୍‌ କରିବାକୁ ଚାହୁଁଛନ୍ତି ତାହାର ଚାଟ୍‌ ବକ୍ସ ଖୋଲନ୍ତୁ
  • ଚାର୍ଟବକ୍ସ ଖୋଲିବା ପରେ ଉପରେ ନାମରେ କ୍ଲିକ କରନ୍ତୁ।
  • Disappearing Messagesର ନିମ୍ନରେ ରହିଥିବ ଚାର୍ଟଲକ ଅପ୍ସନ
  • ଏହି ଅପ୍ସନକୁ ଅନ୍‌ କରିବା ପରେ ଚାଟ୍‌ ଲକ ହୋଇଯିବ
  • ଚାର୍ଟ ଲକ ହେବା ପରେ ଉକ୍ତ ଚାଟ୍‌ ଲକଡ ଚାଟ୍‌ ଅପ୍ସନକୁ ସ୍ଥାନାନ୍ତର ହେବ
  • ଏହାପରେ ଉକ୍ତ ୟୁଜର୍ସଙ୍କଠାରୁ କୌଣସି ମେସେଜ ଆସିଲେ Message unread ଅପ୍ସନ ଆସିବ
  • ଏହି ନୋଟିଫିକେସନକୁ କ୍ଲିକ୍‌ କରି ଆପଣ ଚାଟ୍‌ ଦେଖିପାରିବେ

ଏହା ମଧ୍ୟ ପଢନ୍ତୁ: ଏଣିକି ହ୍ବାଟ୍ସଆପ ଚ୍ୟାନେଲରେ ଦେଇ ହେବ ରିପ୍ଲାଇ, ଆସିବାକୁ ଯାଉଛି ଦମଦାର ଅଫର

ଏହି ଅପ୍ସନ ମଧ୍ୟ ରହିଛି:

ଚେଷ୍ଟା କରିବା ପରେ ସିକ୍ରେଟ୍‌ ଚାଟ୍‌ର ଅପ୍ସନ୍‌ ନମିଳିଲେ ମଧ୍ୟ ଆପଣ ଚାଟ୍‌କୁ ଲକ୍‌ କରିପାରିବେ । ହ୍ବାଟ୍ସଆପ୍‌ରେ ଏକ ଲକଡ୍‌ ଅପ୍ସନ ରହିଛି । ଏହାର ବ୍ୟବାହର କରିବାକୁ ହେଲେ ଆପଣଙ୍କୁ ଫିଙ୍ଗରପ୍ରିଣ୍ଟ କିମ୍ବା ପ୍ରାଇଭେସି କୋଡ୍‌ର ବ୍ୟବହାର କରିବାକୁ ହେବ । ଏହାପରେ ୟୁଜର ଯେକୌଣସି ଚାଟ୍‌କୁ ପ୍ରାଇଭେସି ରଖିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.