ସାନ ଫ୍ରାନ୍ସିସ୍କୋ: ୟୁଜର୍ସଙ୍କ ପାଇଁ ନୂଆ ଫିଚର୍ସ ଆଣିଲା ଟ୍ବିଟର(Twitter New Feature Launch) । ଏଣିକି ହ୍ଵାଟସଆପ୍ ଭଳି ଟ୍ବିଟରରେ ମଧ୍ୟ ହାଇଡ୍ ଅପ୍ସନ ପାଇପାରିବେ । କମ୍ପାନୀ 'Twitter Circle' ନାମରେ ଏକ ଫିଚର ଲଞ୍ଚ କରିଛି(Twitter Launch Twitter Circle) । ଏହି ଫିଚର ଜରିଆରେ ୟୁଜର୍ସ ନିଜର ପ୍ରାଇଭେଟ ଟ୍ଵିଟ କରିପାରିବେ । ଅର୍ଥାତ୍ ୟୁଜର୍ସ ଯେଉଁମାନଙ୍କୁ ପୋଷ୍ଟରେ ହାଇଡ୍ କରିବାକୁ ଚାହୁଁଥିବେ ସେମାନଙ୍କୁ ହାଇଡ୍ କରିପାରିବେ ।
ଏହି ଫିଚର ଲଞ୍ଚ ନେଇ ଟ୍ଵିଟର ପକ୍ଷରୁ ଟ୍ଵିଟ୍ ଯୋଗେ ସ୍ପଷ୍ଟ କରାଯାଇଛି । କମ୍ପାନୀ ଏହାର ଫିଚର ବିଷୟରେ କହିଥିବା ରିପୋର୍ଟ ମୁତାବକ, ଟ୍ଵିଟର ସର୍କଲରେ ପାଖାପାଖି ୧୫୦ ଲୋକଙ୍କୁ ସାମିଲ କରିପାରିବେ । ଏହି ଫିଚର ଇନଷ୍ଟାଗ୍ରାମ ଫିଚର ‘କ୍ଲୋଜ ଫ୍ରେଣ୍ଡ’ ଫିଚର ଭଳି କାମ କରିବ । ଏଥିରେ ଆପଣ ଇଚ୍ଛା ଅନୁସାରେ ୧୫୦ ଲୋକଙ୍କୁ ରଖି ଅନ୍ୟ ସମସ୍ତଙ୍କୁ ହାଇଡ କରି ଟ୍ଵିଟ୍ କରିପାରିବେ । ଏହି ସମୟରେ ଆପଣଙ୍କୁ ଟ୍ଵିଟରରେ କିଏ ଫଲୋ ଏବଂ କିଏ ଅନଫଲୋ କରୁଛନ୍ତି ତା’ର ନୋଟିଫିକେସନ ନୂଆ ଫିଚରରେ ମିଳିବ ନାହିଁ ।
କମ୍ପାନୀ କହିଛି ଯେ, ୟୁଜର୍ସଙ୍କୁ ସର୍କଲ ରିମୁଭ କରିବାର ଅନୁମତି ମିଳିବ ନାହିଁ । ୟୁଜର୍ସ ଯଦି ସର୍କଲରେ ଭାଗ ନେବାକୁ ଚାହୁଁଛନ୍ତି, ତେବେ ସର୍କଲ କ୍ରିଏଟ କରୁଥିବା ବ୍ୟକ୍ତିଙ୍କୁ ବ୍ଲକ କରିପାରିବେ । ଏମିତି କରିବା ଦ୍ୱାରା ସେ ସର୍କଲରୁ ହଟିଯିବେ । ଏହି ଫିଚର ଯୋଗୁଁ ସର୍କଲରେ କରାଯାଇଥିବା ଟ୍ଵିଟ ଗ୍ରୀନ ବ୍ରିଜ ଭିତରେ ରହିବ । ଏହି ଟ୍ଵିଟରେ ରିଟ୍ଵିଟ କିମ୍ବା ସେୟାର ହୋଇପାରିବ ନାହିଁ । ଏହି ଟ୍ଵିଟରେ ସମସ୍ତଙ୍କ ରିପ୍ଲାଏ ପ୍ରାଇଭେଟ ରହିବ । ଏହା ଅଧିକ ଅନ୍ତରଙ୍ଗ ବାର୍ତ୍ତାଳାପ ଏବଂ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସହ ସଂଯୋଗ ସ୍ଥାପନ କରିବାରେ ସହଜ ହେବ ବୋଲି ଟ୍ୱିଟର ଏହାର ବ୍ଲଗ୍ ପୋଷ୍ଟରେ କହିଛି ।