ETV Bharat / science-and-technology

Deep fakes: ବିବାଦକୁ ଟାଣୁଛି ଡିପ୍ ଫେକ୍, ସାଇବର କ୍ରାଇମରୁ ବର୍ତ୍ତିବେ କିପରି ?

ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସ ଜରିଆରେ କୌଣସି ବି ଭିଡିଓ କିମ୍ବା ଅଡିଓକୁ ବଦଳାଇ ଦିଆଯାଇପାରେ । ନିକଟରେ ବଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ କ୍ୟାଟ୍ରିନା କୈଫଙ୍କ ଚେହେରାକୁ ବ୍ୟବହାର କରି ଡିପ୍ ଫେକ୍ ଭଳି ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସ ଜରିଆରେ ନକଲି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ।

How to identify AI powered feature
ସାଇବର କ୍ରାଇମ୍ରୁ ବର୍ତିବେ କିପରି ?
author img

By ETV Bharat Odisha Team

Published : Nov 12, 2023, 4:22 PM IST

ହାଇଦ୍ରାବାଦ: ଆଧୁନିକ ସମାଜରେ ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା ବୈଜ୍ଞାନିକ ପ୍ରଗତିରେ ଏକ ନୂଆ ଫର୍ଦ୍ଦ ଯୋଡିଛି । କିନ୍ତୁ ଡିପ୍ ଫେକ୍ ନାମକ ଏ.ଆଇ ବା କୃତ୍ରିମ ବୁଦ୍ଧିମତା ସମ୍ପ୍ରତି ଡିଜିଟାଲ କଣ୍ଟେଣ୍ଟର ବିଶ୍ବସନୀୟତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଭୁଲ ତଥା ମିଥ୍ୟା ତଥ୍ୟର ପ୍ରଚାର ପ୍ରସାର କରେଇବାରେ ସମର୍ଥ । ଏହା ଜରିଆରେ କୌଣସି ବି ଭିଡିଓ କିମ୍ବା ଅଡିଓ କୁ ନିଜ ହିସାବରେ ବଦଳାଇ ଦିଆଯାଇପାରେ । ନିକଟରେ ବଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଚେହେରାକୁ ବ୍ୟବହାର କରି ଡିପ୍ ଫେକ୍ ଜରିଆରେ ଏକ ନକଲି ଅଶ୍ଳୀଳ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ନେଇ ରଶ୍ମିକାଙ୍କୁ ନାନା ସମାଲୋଚନାର ଶିକାର ହେବାକୁ ପଡିଥିଲା ।

ସେହିପରି କ୍ୟାଟ୍ରିନା କୈଫଙ୍କ ଏକ ଫିଲ୍ମର ଦୃଶ୍ୟକୁ ମଧ୍ୟ ଡିପ୍ ଫେକ୍ ଜରିଆରେ ବିକୃତ କରାଯାଇଛି । ରଶ୍ମିକା ଏହାକୁ ନେଇ ସାଇବର ଥାନାରେ ଅଭିଯୋଗ କରିଥିଲେ । ରଶ୍ମିକାଙ୍କ ସମର୍ଥନରେ ବିଗ୍ ବି ଟ୍ବିଟ୍ କରିବା ସହ କେନ୍ଦ୍ର ସରକାର ଏହି ଘଟଣାକୁ ନେଇ ଗମ୍ଭୀର ଏବଂ କଠୋର ପଦକ୍ଷେପ ନେଇଛନ୍ତି । ଗତ ନଭେମ୍ବର ୮ ତାରିଖ ଦିନ କେନ୍ଦ୍ର ସରକାର ଆଇ.ଟି ଆଇନ୍ ୨୦୨୧ ଅଧିନିୟମ ଜାରି କରିଥିଲେ ଯେଉଁ ଥିରେ ଏପରି ଅଭିଯୋଗ ମିଳିବାର ୨୪ ଘଣ୍ଟା ମଧ୍ୟରେ ଡିପ୍ ଫେକ୍ ଭିଡିଓ ଗୁଡିକୁ ହଟାଇବାକୁ ନିର୍ଦେଶ ରହିଛି ।

ଏହାକୁ ମଧ୍ୟ ପଢନ୍ତୁ... ସ୍ୱାସ୍ଥ୍ୟସେବାରେ କୃତିମ ବୁଦ୍ଧିମତାର ପ୍ରୟୋଗ, ଆଗୁଆ ଜାଣିବେ 5ବର୍ଷ ପରେ ହେବ କେଉଁ ରୋଗ

କଣ ଏହି ଡିପ୍‌ ଫେକ: ଏହି ଡିପ୍ ଫେକ୍ ଟେକ୍ମୋଲୋଜି ପ୍ରଥମଥର ୨୦୧୪ରେ ସିନ୍ଥେଟିକ ମିଡିଆ ଭାବେ ପରିଚୟ ଲାଭ କରିଥିଲା । ୨୦୧୭ ମସିହା ପର ଠାରୁ ଏହି ଟେକ୍ନୋଲୋଜି ଅଧିକ ବିକଶିତ ହୋଇଥିଲା । ସାଇଫ୍ରାଇମା ନାମକ ସାଇବର ସିକ୍ୟୁରିଟି କମ୍ପାନୀର ତଥ୍ୟ ମୁତାବକ ଡିପ୍ ଫେକର ବ୍ୟବହାର ଦ୍ବାରା ସାଇବର ଅପରାଧରେ ୨୩୦% ବୃଦ୍ଧି ଘଟିଛି । ତେବେ ଏହି ଡିପ୍ ଫେକ୍ ଟେକ୍ମୋଲୋଜି ଦ୍ବାରା କୌଣସି ବ୍ୟକ୍ତିର ମାନହାନୀ କରିବା ତଥା ତା ସମ୍ପର୍କରେ ଭୁଲ୍ ତଥ୍ୟ ପ୍ରସାର କରେଇବା, ସାଇବର ଠକେଇ ଆଦି ସମ୍ଭବପର । କିନ୍ତୁ କୌଣସି ଭିଡିଓକୁ ପାଖରୁ ଦେଖି ଜଣଙ୍କ ଫେସିଆଲ୍ ଏକ୍ସପ୍ରେସନ, ଲିପ୍ ସିଙ୍କ ଏବଂ ବଡି ଲାଙ୍ଗୁଏଜ୍ ଦ୍ବାରା ଡିପ୍ ଫେକ୍ ଭିଡିଓ କୁ ଚିହ୍ନିବା ସହଜ ଅଟେ । ସେହିପରି ପ୍ରତିଟି ଭିଡିଓର ମୂଳ ସୋର୍ସକୁ ପରଖି ତାହା ଅସଲି କି ନକଲି ଜାଣିହେବ ।

ଏହିପରି ସାଇବର କ୍ରାଇମ୍ ପାଇଁ ଭାରତୀୟ ଆଇ. ଟି ଆକ୍ଟର ସେକ୍ସନ୍ 66 ଡି ଅନୁସାରେ ବିହିତ ଦଣ୍ଡ ବିଧାନ ରହିଛି । ତେବେ ପୂର୍ବରୁ ସ୍କାରଲେଟ୍ ଜୋହାନସନ୍, ବାରାକ ଓବାମା, ମାର୍କ ଜୁକରବର୍ଗ, ନାନସି ପେଲୋସିଙ୍କ ଭଳି ବିଭିନ୍ନ ସେଲିବ୍ରିଟିଙ୍କ ଡିପ୍ ଫେକ୍ ଭିଡିଓ ବିବାଦ ସୃଷ୍ଟି କରିଛି । ମହାରାଷ୍ଟ୍ରରେ ଜଣେ ୭୩ ବର୍ଷୀୟା ବୃଦ୍ଧ ନିଜ ବନ୍ଧୁଙ୍କ ନକଲି ଭିଡିଓ ଜରିଆରେ ସାଇବର ଠକେଇର ଶିକାର ହୋଇଛନ୍ତି । ସେହିପରି ଭାରତରେ ଅନେକ ଡିପ୍ ଫେକ୍ ଭିଡିଓ ସ୍କାମ ଗୁଡିକର ଉଦାହରଣ ରହିଛି । ତେବେ ଏଥିପାଇଁ ଡିପ୍ ଫେକ୍ ଭଳି ସମସ୍ୟାକୁ ମୁକାବିଲା କରିବା ବିଭିନ୍ନ ଟେକ୍ କମ୍ପାନି ମାନଙ୍କୁ ସମାଧାନର ବାଟ ଖୋଜିବା ସହ ଲୋକଙ୍କ ମଧ୍ୟରେ ଡିଜିଟାଲ୍ ସାକ୍ଷରତା ଏବଂ ସଚେତନତା ଆଣିବା ଜରୁରୀ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.