ETV Bharat / science-and-technology

ଭେରିଫାଇଡ ହେବ ହ୍ବାଟ୍ସଆପ୍ ବିଜନେସ ୟୁଜର୍ସଙ୍କ ଆକାଉଣ୍ଟ, ଖୁବଶୀଘ୍ର ରୋଲଆଉଟ ହେବ ଫିଚର

Verified Tick in Whatsapp: ହ୍ବାଟ୍ସଆପ୍ ଭଳି ହ୍ବାଟ୍ସଆପ୍ ବିଜନେସ ଆକାଉଣ୍ଚରେ ଆସିବ ଭେରିଫାଇଡ ଟିକ୍ । ଅଧିକ ପଢନ୍ତୁ

Verified Tick in Whatsapp
ହ୍ବାଟ୍ସଆପ ବିଜନେସ
author img

By ETV Bharat Odisha Team

Published : Jan 11, 2024, 10:50 AM IST

ହାଇଦ୍ରାବାଦ: ହ୍ବାଟ୍ସଆପ୍ ୟୁଜର୍ସଙ୍କ ପାଇଁ ମେଟା ଏକ ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି । ଖୁବଶୀଘ୍ର ହ୍ବାଟ୍ସଆପ୍ ବିଜନେସ ଆପରେ ୟୁଜର୍ସଙ୍କୁ ମିଳିବ ଭେରିଫାଇଡ ଟିକ୍ । ହ୍ବାଟ୍ସଆପ୍ ବିଜନେସ ୟୁଜର୍ସଙ୍କ ଆଇଡି ଭେରିଫାଇଡ ହେବା ସହିତ ମିଳିବ ବ୍ୟାଜ । ମେଟା ପୂର୍ବରୁ ଏହି ଫିଚରକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ରୋଲଆଉଟ କରିସାରିଛି । ଏହାରି ଭିତରେ କମ୍ପାନୀ ହ୍ବାଟ୍ସଆପରେ ମଧ୍ୟ ଭେରିଫିକେସନ ସୁବିଧା ଆରମ୍ଭ କରିବାକୁ ଯାଉଛି ।

ହ୍ବାଟ୍ସଆପ ବିଜନେସ ଆପରେ ଆସିବ ଭେରିଫାଇଡ ବ୍ୟାଜ୍: ହ୍ବାଟ୍ସଆପ୍ ବିଜନେସ ଆପରେ ବ୍ଲୁ ଟିକ୍ ଆସିବା ନେଇ ହ୍ବାଟ୍ସଆପରେ ନଜର ରଖୁଥିବା ଓ୍ବେବସାଇଟ WABetaInfo ପକ୍ଷରୁ ସୂଚନା ଦିଆଯାଇଛି । ଏହା କିପରି ହେବ ସେନେଇ ଏକ ଫଟୋ ମଧ୍ୟ ସେୟାର କରାଯାଇଛି । ତେବେ ହ୍ବାଟ୍ସଆପ୍ ସେଟିଙ୍ଗରେ ଏହି ଅପ୍ସନ ମିଳିବା ନେଇ ସୂଚନା ଦିଆଯାଇଛି । ଯଦି ଜଣେ ୟୁଜର୍ସ ଆକାଉଣ୍ଟକୁ ଫେରିଭାଇଡ କରିବାକୁ ଚାହିଁବେ ତାହେଲେ ଭେରିଫିକେସନ ପାଇଁ ଦେୟ ଦେବାକୁ ହେବ । ଏହାର ଅର୍ଥ ଏକ୍ସରେ ଯେଉଁଭଳି ଭେରିଫାଇଡ ଆକାଉଣ୍ଟ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ହୁଏ, ସେହିଭଳି ହ୍ବାଟ୍ସଆପ୍ ଭେରିଫାଇଡ ପାଇଁ ମଧ୍ୟ ଦେୟ ଦେବାକୁ ହେବ ।

ତେବେ ଭେରିଫିକେସନ ବ୍ୟାଜ ପାଇଁ କେତେ ଟଙ୍କା ଦେବାକୁ ହେବ ସେନେଇ କୌଣସି ଦେୟ ଧାର୍ଯ୍ୟ କରାଯାଇ ନାହିଁ । ଯଦି ହ୍ବାଟ୍ସଆପ ଆକାଉଣ୍ଟକୁ ଭେରିଫାଇଡ କରିବାକୁ ଚାହିଁବେ, ତାହା କେବଳ ବିଜନେସ ଆପରେ ହିଁ ସମ୍ଭବ ହେବ । ବିଜନେସରେ ଆକାଉଣ୍ଟ ଭେରିଫାଇଡ ବ୍ୟାଜ ଆଣିବା ସମ୍ପୂର୍ଣ୍ଣ ଭାବେ ୟୁଜର୍ସଙ୍କ ସହମତି ଉପରେ ନିର୍ଭର କରିଥାଏ ।

ଏହା ମଧ୍ୟ ପଢନ୍ତୁ: WhatsApp Status Archive Feature: ହ୍ବାଟ୍ସଆପ ବିଜନେସ ୟୁଜର୍ସଙ୍କ ପାଇଁ ଆସିବ ଏହି ଫିଚର

ବିଜନେସ ଆପର ଫାଇଦା: ହ୍ବାଟ୍ସଆପ୍ ମେସେଜିଂ ଆପ୍ ଭଳି ମେଟା ବିଜନେସ କରୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏକ ଆପ୍ ତିଆରି କରିଛି । ଏହାକୁ ହ୍ବାଟ୍ସଆପ ବିଜନେସ ଆପ୍ କୁହାଯାଉଛି । ଏହି ଆପ୍ ଦ୍ବାରା ବ୍ୟବସାୟୀମାନେ ନିଜ ପ୍ରଡକ୍ଟ କିମ୍ବା ସର୍ଭିସର ପ୍ରମୋସମ କରିପାରିବେ । ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଥିବା ହ୍ବାଟ୍ସଆପ୍ ବିଜନେସ ଭେରିଫାଇଡ ବ୍ୟାଜ ଆସିବା ପରେ ୟୁଜର୍ସ କେତେ ମାତ୍ରାରେ ଏହି ସୁବିଧାକୁ ଆପଣାଉଛନ୍ତି ।

ପ୍ରକାଶ ଥାଉକି, ବିନା ନମ୍ବରରେ ମଧ୍ୟ ମେସେଜ କରିବାର ସୁବିଧା ପାଇବେ ୟୁଜର୍ସ । ଆଉ କାହାକୁ ନିଜର ମୋବାଇଲ ନମ୍ବର ଦେବାକୁ ପଡିବ ନାହିଁ । ୟୁଜରମାନେ ୟୁଜରନେମ ବ୍ୟବହାର କରି ହ୍ବାଟ୍ସଆପ୍‌ରେ ମେସେଜ କରିପାରିବେ । ଏନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ତେବେ ଏହି ଫିଚର ଆସିବା ଦ୍ବାରା ୟୁଜର୍ସଙ୍କ ପ୍ରାଇଭେସି ବା ଗୋପନୀୟତା ବଜାୟ ରହିବ ବୋଲି ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.