ନ୍ୟୁୟର୍କ: ଦୀର୍ଘଦିନର ବିବାଦ ଏବଂ ଆଲୋଚନା ପରେ ଟ୍ୱିଟର ଶେଷରେ ଏହାର ‘ଏଡିଟ୍ ବଟନ୍’(Twitter Edit Button) ପାଇଁ ପାଇଲଟ୍ ଲଞ୍ଚ କରିବାକୁ ନିଷ୍ପତ୍ତି ନେଇଛି । ମାତ୍ର ଏହା କେବଳ ନିର୍ଦ୍ଦିଷ୍ଟ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ, ଯେଉଁମାନେ ଦେୟଯୁକ୍ତ ଟ୍ବିଟର ବ୍ଲୁ ସବ୍ସ୍କ୍ରିପସନ୍ । ତେବେ ଟ୍ୱିଟର କିପରି ଏହି ଫିଚର୍ସକୁ ଆଗକୁ ନେବାକୁ ଯୋଜନା କରୁଛି ସେ ସମ୍ବନ୍ଧରେ ଅଧିକ ବିବରଣୀ ପ୍ରକାଶ ପାଇଛି ।
ଏକ ରିପୋର୍ଟ ଅନୁଯାୟୀ, ଏଡିଟ୍ ବଟନ୍ ମାଧ୍ୟମରେ ଉପଭୋକ୍ତାମାନେ ୩୦ ମିନିଟ୍ ମଧ୍ୟରେ କେବଳ ୫ ଥର ଟ୍ୱିଟ୍ ଏଡିଟ୍ କରିପାରିବେ । ଟ୍ୱିଟରର ଏଡିଟ୍ ବଟନ୍ କିପରି କାମ କରିପାରିବ ସେ ବିଷୟରେ ବିସ୍ତୃତ ଭାବରେ ଜାଣନ୍ତୁ…
ଏଡିଟ୍ ବଟନ୍ କେବଳ ୩୦ ମିନିଟ୍ ପାଇଁ କାମ କରିବ
ଏକ ସରକାରୀ ବ୍ଲଗ୍ ପୋଷ୍ଟରେ ଏହି ସେବା ବାବଦରେ କୁହାଯାଇଛି । ପ୍ରକୃତରେ, ଟ୍ୱିଟର କହିଛି ଯେ, ଏଡିଟ୍ ବଟନ୍ ଟ୍ୱିଟ୍ ପ୍ରକାଶିତ ହେବା ପରର ପ୍ରଥମ ୩୦ ମିନିଟ୍ ପାଇଁ ଉପଭୋକ୍ତାମାନଙ୍କ ପାଇଁ ଦୃଶ୍ୟମାନ ହେବ । ଏହା ଉପଭୋକ୍ତାମାନଙ୍କୁ ପୁରୁଣା ଟ୍ୱିଟ୍କୁ ମେନୁପଲେଟିଂ କରିବାକୁ ଅନୁମତି ଦେବ, ଏହା ବିଶେଷ ଭାବେ ବ୍ୟବସାୟିକ ଏବଂ ରାଜନୈତିକ ପୋଷ୍ଟ କ୍ଷେତ୍ରରେ ଉପଲବ୍ଧ ହେବ ।
ଉପଭୋକ୍ତାମାନେ ପାଞ୍ଚ ଥରଟ୍ୱିଟ୍ ଏଡିଟ୍ କରିବାକୁ ସକ୍ଷମ ହେବେ
ଏଥିସହ ଟ୍ୱିଟର ପରାମର୍ଶ ଦେଇଛି ଯେ, ଟ୍ୱିଟ ପ୍ରକାଶ ପାଇବା ପରେର ପ୍ରଥମ ୩୦ ମିନିଟ ମଧ୍ୟରେ ଏଡିଟ୍ ବିକଳ୍ପ ସର୍ବାଧିକ ପାଞ୍ଚ ଥର ଦେଖାଯିବ । ସେଠାରେ ଏକ ସ୍ପଷ୍ଟ ଟ୍ୟାଗ୍ ମଧ୍ୟ ପ୍ରକାଶ ପାଇବ ।