ETV Bharat / science-and-technology

Truecaller New Feature: ମେସେଜ ପଠାଇବା ପରେ ବି କରିପାରିବେ ଏଡ଼ିଟ୍‌ - ଟ୍ରୁକଲର ଆଣିଲା ନୂଆ ଫିଚର

ୟୁଜର୍ସଙ୍କ ପାଇଁ ନୂଆ ଫିଚର ଆଣିଲା Truecaller । ଏବେ ଯେକୌଣସି ସମୟରେ କରି ହେବ ମେସେଜ ଏଡିଟିଂ । ଅଧିକ ପଢନ୍ତୁ

Truecaller New Feature: ମେସେଜ ପଠାଇବା ପରେ ବି କରିପାରିବେ ଏଡ଼ିଟ୍‌

author img

By

Published : Mar 25, 2022, 1:57 PM IST

ନୂଆଦିଲ୍ଲୀ: କଲ୍‌ କରୁଥିବା ବ୍ୟକ୍ତିର ପ୍ରକୃତ ପରିଚୟ ଜାଣିବା ପାଇଁ Truecaller ଆପ୍‌କୁ ବହୁଳ ବ୍ୟବହାର କରାଯାଏ । ତେବେ ଏହି ସ୍ବିଡିଶ ଆପ୍‌ର ନୂଆ ଫିଚର ଯୋଗୁଁ ଉପଭୋକ୍ତାଙ୍କ ନିକଟରେ ଏହାର ଲୋକପ୍ରିୟତା ଆହୁରି ବୃଦ୍ଧି ହେବାକୁ ଯାଉଛି । ଗୁରୁବାର ଏହି ଆପ୍‌ ମେସେଜ ପଠାଇବା ପରେ ଏହାକୁ ଏଡ଼ିଟ୍‌ କରିବାର ବିକଳ୍ପ ଆଣିଛି । ଏହାସହ ସେୟାରିଂ ସ୍ମାର୍ଟ କାର୍ଡ, ସ୍ମାର୍ଟ SMS ଆଦିକୁ ଏଡ଼ିଟ କରିବାର ନୂଆ ଫିଚର ଆଣିଛି ।

ଏହି ଆପ୍‌ ଇଣ୍ଡିଆର ମୁଖ୍ୟ ଉତ୍ପାଦ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଋଷି ଝୁନଝୁନୱାଲା ଏକ ବିବୃତ୍ତିରେ କହିଛନ୍ତି, 'ଏହି ବୈଶିଷ୍ଟ୍ୟଗୁଡିକ ଯୋଗାଯୋଗକୁ ଅଧିକ ନିରାପଦ ଏବଂ ଅଧିକ ଦକ୍ଷ କରିବାରେ ସହାୟକ ହୋଇଥାଏ । ଏହା ଏକ ଶକ୍ତିଶାଳୀ ଯୋଗାଯୋଗ ହବ୍‌ରେ ବିକଶିତ ହୋଇଛି ଏବଂ ଏହି ବୈଶିଷ୍ଟ୍ୟଗୁଡିକ ଯେଉଁମାନେ ଆପର ସମ୍ପୂର୍ଣ୍ଣ ବ୍ୟବହାର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଅଭିଜ୍ଞତାକୁ ବଢାଇବ । ଏହି ସମସ୍ତ ବୈଶିଷ୍ଟ୍ୟଗୁଡିକ ବ୍ୟବହାର କରିବା ସହଜ ଏବଂ ଦୈନିକ ମେସେଜିଂରେ ଆମେ ସମ୍ମୁଖୀନ ହେଉଥିବା ଅନେକ ସମସ୍ୟାର ସମାଧାନ କରିବ । '

ଏହାର ଅରଜେଣ୍ଟ ମେସେଜ ଫିଚର ଏକ କଷ୍ଟମ୍ ନୋଟିଫିକେସନ ମାଧ୍ୟମରେ ଗୁରୁତ୍ବପୂର୍ଣ୍ଣ ଏବଂ ସମ୍ବେଦନଶୀଳ ବାର୍ତ୍ତାଗୁଡ଼ିକୁ ପ୍ରାପ୍ତକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସାହାଯ୍ୟ କରେ । ଏହି ବିଜ୍ଞପ୍ତି ପ୍ରାପ୍ତକର୍ତ୍ତାଙ୍କ ସ୍କ୍ରିନର ଉପରି ଭାଗରେ ଦେଖାଯାଏ ଏବଂ ଗ୍ରହୀତା ଏହାକୁ ପଢିବା ପର୍ଯ୍ୟନ୍ତ ଅଦୃଶ୍ୟ ହୁଏ ନାହିଁ । ଏହାସହିତ Truecaller ୟୁଜର୍ସ ଆପ୍‌ ଖୋଲିବା ପରେ ଡିଫଲ୍ଟ ଭ୍ୟୁ(Default View)କୁ ମଧ୍ୟ ଦେଖିପାରିବେ ।

କଲ୍‌ କିମ୍ବା ମେସେଜ ଟ୍ୟାବ ଉପରେ ଅଧିକ ସମୟ ପର୍ଯ୍ୟନ୍ତ ପ୍ରେସ କଲେ ଏହାରି ମାଧ୍ୟମରେ ଆପ୍‌ର ଡିଫଲ୍ଟ ଭ୍ୟୁ ସେଟ୍‌ କରିହେବ । ଏହାସହିତ ୟୁଜର୍ସ ଚାଟ୍‌କୁ ପଠାଇବା ପରେ ଏହାକୁ ଯେକୌଣସି ସମୟରେ ଏଡ଼ିଟ୍‌ କରିପାରିବେ । ଏହା କେବଳ Truecaller ଚାଟ୍‌ରେ ଏହି ସୁବିଧା ଉପଲବ୍ଧ ହୋଇ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.