ETV Bharat / science-and-technology

ୟୁଜର୍ସଙ୍କ ପାଇଁ ଖୁସି ଖବର, ଟେଲିଗ୍ରାମ ଆଣିଲା 11 ନୂଆ ଫିଚର

author img

By ETV Bharat Odisha Team

Published : Dec 3, 2023, 5:10 PM IST

Updated : Dec 3, 2023, 5:23 PM IST

Telegram New Feature: ଟେଲିଗ୍ରାମ ଏକାସାଙ୍ଗରେ ୧୧ଟି ନୂଆ ଫିଚର ଲଞ୍ଚ କରିଛି । ବର୍ତ୍ତମାନ ୟୁଜର୍ସଙ୍କୁ କୌଣସି ଚ୍ୟାନେଲ ସହ ଯୋଡିବା ପାଇଁ ସମାନ ପ୍ଲବିକ ଚ୍ୟାନେଲ ଗୁଡିକର ଏକ ତାଲିକା ପାଇପାରିବେ । ଅଧିକ ପଢନ୍ତୁ

Telegram ଲଞ୍ଚ କଲା ୧୧ଟି ନୂଆ ଫିଚର
Telegram ଲଞ୍ଚ କଲା ୧୧ଟି ନୂଆ ଫିଚର

ନୂଆଦିଲ୍ଲୀ: ଏନକ୍ରିପ୍ଟେଡ ହୋଇଥିବା ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମ ଏହାର ୮୦୦ ମିଲିୟନରୁ ଅଧିକ ସକ୍ରିୟ ୟୁଜର୍ସଙ୍କ ପାଇଁ ଯୋଗାଯୋଗକୁ ସରଳ କରିବା ପାଇଁ ୧୧ ଟି ନୂତନ ଫଚର ଲଞ୍ଚ କରିଛି । ବର୍ତ୍ତମାନ ୟୁଜର୍ସଙ୍କୁ କୌଣସି ଚ୍ୟାନେଲ ସହ ଯୋଡିବା ପାଇଁ ସମାନ ପ୍ଲବିକ ଚ୍ୟାନେଲ ଗୁଡିକର ଏକ ତାଲିକା ପାଇପାରିବେ । କମ୍ପାନୀ ଏନେଇ କହିଛି ଯେ, ଏହି ଫିଚର ସବସ୍କ୍ରାଇବରଙ୍କ ସମାନତା ଉପରେ ଆଧାର କରି ସ୍ବୟଂଚାଳିତ ଚୟନ ଦ୍ୱାରା ପରିଚାଳିତ ହୋଇଥାଏ । ଯାହାଦ୍ବାରା ୟୁଜର୍ସ ନିଜ ପସନ୍ଦ ଅନୁଯାୟୀ ବିଷୟବସ୍ତୁ ଖୋଜିବା ସହଜ କରିଥାଏ । ୟୁଜର୍ସ କୋଣସି ଚ୍ୟାନେଲର ପ୍ରୋଫାଇଲରୁ ସମାନ ଚ୍ୟାନେଲ ଗୁଡିକ ବିଷୟରେ ଜାଣିପାରିବେ ।

ଫିଚର ଗୁଡିକ କ'ଣ?

ଟେଲିଗ୍ରାମ କହିଛି ଯେ ୟୁଜର୍ସମାନେ ବର୍ତ୍ତମାନ କେବଳ ଦୁଇଟି ଟ୍ୟାପ୍ ସହିତ ବନ୍ଧୁ ଏବଂ ପ୍ରିୟ ଚ୍ୟାନେଲ ଗୁଡିକର କାହାଣୀର ପ୍ରସାରକୁ ବୃଦ୍ଧି କରିବାକୁ କ୍ଷମତା ପାଇଛନ୍ତି । Text, ଅଡିଓ କିମ୍ବା ଭିଡିଓ ମନ୍ତବ୍ୟ ପରି ଅତିରିକ୍ତ ବିଷୟବସ୍ତୁ ଯୋଡିବାର ବିକଳ୍ପ ଷ୍ଟୋରୀ କହିବା ଅଭିଜ୍ଞତାକୁ ବଢାଇଥାଏ । 'Everyone' ଦୃଶ୍ୟମାନ ହେଉଥିବା ଷ୍ଟୋରୀ ଗୁଡିକରେ ରିପୋଷ୍ଟିଂ ସୀମିତ,' ଗୋପନୀୟତା ସୁରକ୍ଷା ନିଶ୍ଚିତ କରେ । ଏକ ଷ୍ଟୋରୀ ପୋଷ୍ଟ କରିବାବେଳେ, ଆପଣ ବର୍ତ୍ତମାନ ମନ୍ତବ୍ୟରେ କେବଳ ଏକ ଚେହେରା ପାଇଁ ଏକ ଭିଡିଓ ବାର୍ତ୍ତା ଯୋଡିପାରିବେ ।

ଏହି ବାର୍ତ୍ତା ଗୁଡିକର ଆକାର ବଦଳାଯାଇପାରିବ, ପରଦାରେ ଘୁଞ୍ଚାଯାଇପାରିବ ଏବଂ ଟାଇମ ଏକ୍ସେସ ସହ ରଖାଯାଇପାରିବ । ଯାହା ୟୁଜର୍ସମାନଙ୍କୁ ନିଜକୁ ପ୍ରକାଶ କରିବାକୁ ଅସୀମିତ ସୃଜନଶୀଳ ସମ୍ଭାବନା ଦେଇଥାଏ । ଟେଲିଗ୍ରାମ ପ୍ରିମିୟମ୍ ୟୁଜର୍ସମାନେ ବର୍ତ୍ତମାନ ପ୍ରୋଫାଇଲ୍ ରଙ୍ଗ "Profile Colours" ପରି ଅଧିକ କଷ୍ଟୋମାଇଜେସନ୍ ଅପ୍ସନ୍ ପାଇପାରିବେ । ଯାହାକି ୟୁଜର୍ସଙ୍କୁ ସେମାନଙ୍କର ପ୍ରୋଫାଇଲ୍ ପାଇଁ ଲୋଗୋ ସହ ଏକ ସ୍ୱତନ୍ତ୍ର ରଙ୍ଗ ମିଶ୍ରଣ ସେଟ୍ କରିବାକୁ ଅନୁମତି ଦିଏ । ବ୍ୟକ୍ତିଗତ ଚାଟ୍ ପାଇଁ ଯେକୌଣସି ବ୍ୟକ୍ତି ଏକ କଷ୍ଟମ୍ ୱାଲପେପର୍ ସେଟ୍ କରିପାରନ୍ତି, ପ୍ରିମିୟମ୍ ୟୁଜର୍ସ ମାନେ ବର୍ତ୍ତମାନ ସେମାନଙ୍କର ବ୍ୟକ୍ତିଗତକରଣକୁ ବାର୍ତ୍ତାଳାପର ଉଭୟ ପାର୍ଶ୍ୱରେ ବିସ୍ତାର କରିପାରିବେ ।

ଏହା ମଧ୍ୟ ପଢନ୍ତୁ: କ୍ରିପ୍ଟୋକରେନ୍ସି-ଫୋକସ୍ ପ୍ରୋଜେକ୍ଟ ବନ୍ଦ କଲା ଟେଲିଗ୍ରାମ

ଟେଲିଗ୍ରାମ୍ ଆହୁରି କହିଛି, ଭଏସ୍-ଟୁ-ଟେକ୍ସଟ୍ ଫିଚର, ଯାହା କେବଳ ପ୍ରିମିୟମ୍ ୟୁଜର୍ସଙ୍କ ପାଇଁ ଥିଲା ତାହା ବର୍ତ୍ତମାନ ସମସ୍ତ ୟୁଜର୍ସଙ୍କ ପାଇଁ ଉପଲବ୍ଧ । ସପ୍ତାହରେ ୨ଟି ମେସେଜକୁ ଟେକ୍ସରେ ରୂପାନ୍ତର କରିବାର କ୍ଷମତା ସହ ଏହି ଫିଚର ଅଡିଓ ବିଷୟବସ୍ତୁକୁ ଶୀଘ୍ର ବୁଝିବାରେ ସାହାଯ୍ୟ କରିବ କିମ୍ବା ବିଭିନ୍ନ ଭାଷାରେ ଅନୁବାଦ କରିବାର ସୁବିଧା ପ୍ରଦାନ କରିବ । ଷ୍ଟୋରୀ-ପୋଷ୍ଟିଂ କ୍ଷମତା ଥିବା ଚ୍ୟାନେଲଗୁଡ଼ିକ ବର୍ତ୍ତମାନ ଭ୍ୟୁ, ସେୟାର ଏବଂ ପ୍ରତିକ୍ରିୟା ସହ ବିସ୍ତୃତ ପରିସଂଖ୍ୟାନକୁ ପହଞ୍ଚିପାରିବ । କମ୍ପାନୀ କହିଛି, ଚ୍ୟାନେଲ ଆଡମିନମାନଙ୍କ ପାଖରେ ଏବେ ପ୍ରତିକ୍ରିୟା ପରିଚାଳନା ପାଇଁ ବର୍ତ୍ତମାନ ଏକ ନୂତନ ଇଣ୍ଟରଫେସ୍ ଅଛି । ଚ୍ୟାନେଲ ଗୁଡିକ ଷ୍ଟାଣ୍ଡାଡ୍ସ ପ୍ରତିକ୍ରିୟା ବ୍ୟତୀତ କଷ୍ଟମ୍ ଇମୋଜି ଗୁଡ଼ିକୁ ମଧ୍ୟ ଅନ୍ତର୍ଭୁକ୍ତ କରିପାରିବେ, ଯାହା ଅଧିକ ବ୍ୟକ୍ତିଗତ ତଥା ୟୁଜର୍ସ ଅଭିଜ୍ଞତା ପାଇଁ ଅନୁମତି ଦେଇଥାଏ ବୋଲି କମ୍ପାନୀ କହିଛି।

Last Updated : Dec 3, 2023, 5:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.