ETV Bharat / science-and-technology

ସାବଧାନ ! ହେୟାର ଷ୍ଟ୍ରେଟନିଂ କେମିକାଲ୍ସ କାରଣରୁ ହୋଇପାରେ ଗର୍ଭାଶୟ କ୍ୟାନ୍ସର

ହେୟାର ଷ୍ଟ୍ରେଟନିଂ କେମିକାଲ୍ସ କାରଣରୁ ହୋଇପାରେ ଗର୍ଭାଶୟ କ୍ୟାନ୍ସର । ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଅନୁସାରେ, ହେୟାର୍ ଷ୍ଟ୍ରେଟନିଂ ପାଇଁ କେମିକାଲ୍ ପ୍ରଡକ୍ଟ ବ୍ୟବହାର କରିଥିବା ମହିଳା ଗର୍ଭାଶୟ କର୍କଟରେ ପୀଡିତ ହେବାରେ ଆଶଙ୍କା ଅଧିକ(Hair straightening chemicals associated with higher uterine cancer risk) । ଅଧିକ ପଢନ୍ତୁ

author img

By

Published : Oct 19, 2022, 5:36 PM IST

ସାବଧାନ ! ହେୟାର ଷ୍ଟ୍ରେଟନିଂ କେମିକାଲ୍ସ କାରଣରୁ ହୋଇପାରେ ଗର୍ଭାଶୟ କ୍ୟାନ୍ସର
ସାବଧାନ ! ହେୟାର ଷ୍ଟ୍ରେଟନିଂ କେମିକାଲ୍ସ କାରଣରୁ ହୋଇପାରେ ଗର୍ଭାଶୟ କ୍ୟାନ୍ସର

ୱାଶିଂଟନ: ହେୟାର୍ ଷ୍ଟ୍ରେଟନିଂ କେମିକାଲ୍ ମହିଳାମାନଙ୍କ ଗର୍ଭାଶୟ କ୍ୟାନ୍ସର(uterine cancer) କାରଣ ହୋଇପାରେ । ନିକଟରେ ବୈଜ୍ଞାନିକମାନେ କେଶ ସିଧା କରିବା(hair straightening) ସାମଗ୍ରୀ ଯେପରିକି ରାସାୟନିକ ରିଲାକ୍ସର୍ ଏବଂ ପ୍ରେସିଂ ପ୍ରଡକ୍ଟ ମହିଳାମାନଙ୍କ ଠାରେ କର୍କଟ ରୋଗ ଲିଙ୍କ୍ ଉପରେ ଅନୁସନ୍ଧାନ କରିଛନ୍ତି । ଏଥିରୁ ଜଣାପଡିଛି ଯେ, ଯେଉଁ ମହିଳାମାନେ ହେୟାର୍ ଷ୍ଟ୍ରେଟନିଂ ପାଇଁ କେମିକାଲ୍ ପ୍ରଡକ୍ଟ ବ୍ୟବହାର କରିଛନ୍ତି ସେମାନେ, ଏହି ପ୍ରଡକ୍ଟ ବ୍ୟବହାର କରିନଥିବା ମହିଳାଙ୍କ ତୁଳନାରେ ଅଧିକ ଗର୍ଭାଶୟ କର୍କଟରେ ପୀଡିତ ହେବାରେ ଆଶଙ୍କା ରହିଛି(Hair straightening chemicals associated with higher uterine cancer risk) ।

ତେବେ ସବୁଠୁ ବଡ କଥା ହେଉଛି କି, ଅନୁସନ୍ଧାନକାରୀମାନେ ଅନ୍ୟାନ୍ୟ ହେୟାର୍ ପ୍ରଡକ୍ଟ ଯେପରିକି, ହେୟାର କଲର୍, ବ୍ଲିଚ୍, ହାଇଲାଇଟ୍ କିମ୍ବା ପର୍ମ୍ସ ସହ ଗର୍ଭାଶୟ କର୍କଟ ଜଡିତ କି ନୁହେଁ ପରୀକ୍ଷଣ କରିଥିଲେ । ମାତ୍ର ଏହିସବୁ ପ୍ରଡକ୍ଟରେ ହାନୀକାରକ ରସାୟନ ପାଇ ନଥିବାବେଳେ କେବଳ ହେୟାର୍ ଷ୍ଟ୍ରଟନିଂ ପ୍ରଡକ୍ଟରେ ଏପରି କୁପ୍ରଭାବ ଥିବା ଜାଣିବାକୁ ପାଇଛନ୍ତି । ଅଧ୍ୟୟନ ତଥ୍ୟରେ, 35-74 ବୟସର 33,497 ଆମେରିକୀୟ ମହିଳାଙ୍କୁ ଅଧ୍ୟୟନରେ ଅଂଶଗ୍ରହଣ କରାଯାଇଥିଲା ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏନଭାୟର୍ନମେଣ୍ଟ ହେଲ୍‌ଥ ସାଇନ୍ସ (NIEHS) ଦ୍ୱାରା ପରିଚାଳିତ ଏକ ଅଧ୍ୟୟନ, ଯାହା ସ୍ତନ କର୍କଟ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅବସ୍ଥା ପାଇଁ ବିପଦ କାରଣ ଗୁଡିକ ଚିହ୍ନଟ କରିବାକୁ ଚେଷ୍ଟା କରିଥାଏ । ଏହି ଅନୁଷ୍ଠାନ ପ୍ରାୟ 11 ବର୍ଷ ଧରି ଅନୁସନ୍ଧାନ କରିଥିଲା ଏବଂ ସେହି ସମୟ ମଧ୍ୟରେ 378 ଗର୍ଭାଶୟ କର୍କଟ ରୋଗ ନିର୍ଣ୍ଣୟ କରାଯାଇଥିଲା ।

ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ଯେଉଁ ମହିଳାମାନେ ହେୟାର୍ ଷ୍ଟ୍ରେଟନିଂ ପ୍ରଡକ୍ଟର ବାରମ୍ବାର ବ୍ୟବହାର କରୁଥିଲେ, ଯେଉଁମାନେ ଉତ୍ପାଦ ବ୍ୟବହାର କରୁନଥିଲେ ସେମାନଙ୍କ ତୁଳନାରେ ଗର୍ଭାଶୟ କର୍କଟ ରୋଗ ହେବାର ସମ୍ଭାବନା ଦୁଇଗୁଣ ଅଧିକ ଥିଲା । ଜଣେ ଅନୁସନ୍ଧାନକାରୀ କହିଛନ୍ତି ଯେ, "ଆମେ ଅନୁମାନ କରିଛୁ ଯେ, 1.64% ମହିଳା ଯେଉଁମାନେ କେବେ ମଧ୍ୟ ହେୟାର ଷ୍ଟ୍ରେଟନର୍ ବ୍ୟବହାର କରନ୍ତି ନାହିଁ ସେମାନେ 70 ବର୍ଷ ବୟସ ପର୍ଯ୍ୟନ୍ତ ଗର୍ଭାଶୟ କର୍କଟ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି କିନ୍ତୁ ବାରମ୍ବାର ବ୍ୟବହାରକାରୀଙ୍କ ପାଇଁ ଏହି ବିପଦ 4.05% ଅଧିକ ରହିଥାଏ ।"

ସମସ୍ତ ନୂତନ ପ୍ରକାରର କର୍କଟ ରୋଗ ମଧ୍ୟରେ ପ୍ରାୟ 3% ଗର୍ଭାଶୟ କର୍କଟ ରହିଛି, କିନ୍ତୁ ମହିଳା ପ୍ରଜନନ ପ୍ରଣାଳୀର ସବୁଠାରୁ ସାଧାରଣ କର୍କଟ ଭାବରେ 2022 ମସିହାରେ 65,950 ଆନୁମାନିକ ନୂତନ ରୋଗ ଚିହ୍ନଟ ହୋଇଛି । ଅଧ୍ୟୟନରୁ ଜଣାପଡିଛି ଯେ, ଆମେରିକାରେ ଗର୍ଭାଶୟ କର୍କଟ ରୋଗର ମାତ୍ରା ବଢିବାରେ ଲାଗିଛି । ଯେଉଁଥିରେ ଅଧିକାଂଶ କୃଷ୍ଣକାୟ ମହିଳା ଅର୍ଥାତ୍ ଆଫ୍ରିକୀୟ ମହିଳା ସାମିଲ୍ ଅଛନ୍ତି ।

ନ୍ୟାସନାଲ କ୍ୟାନ୍ସର ପ୍ରତିଷ୍ଠାନର ଜର୍ଣ୍ଣାଲରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ପ୍ରାୟ 60% ଅଂଶଗ୍ରହଣକାରୀ ଯେଉଁମାନେ ପୂର୍ବ ବର୍ଷରେ ହେୟାଲ୍ ଷ୍ଟ୍ରେଟନର୍ ବ୍ୟବହାର କରୁଥିବା ରିପୋର୍ଟ କରିଥିଲେ ସେମାନେ କୃଷ୍ଣକାୟ ମହିଳା ଅଟନ୍ତି । ଯଦିଓ, ଅଧ୍ୟୟନରୁ ଜଣାପଡିଛି ଯେ, ଷ୍ଟ୍ରେଟନର୍ ବ୍ୟବହାର ଏବଂ ଗର୍ଭାଶୟ କର୍କଟ ରୋଗ ମଧ୍ୟରେ ସମ୍ପର୍କ ଜାତି ଅନୁଯାୟୀ ଭିନ୍ନ ଥିଲା, ବ୍ୟବହାରର ଅଧିକତା ହେତୁ କୃଷ୍ଣକାୟଙ୍କ ପାଇଁ ପ୍ରତିକୂଳ ସ୍ୱାସ୍ଥ୍ୟ ପ୍ରଭାବ ଅଧିକ ହୋଇପାରେ ।

ତେବେ କୃଷ୍ଣକାୟ ମହିଳାମାନେ କେଶକୁ ସିଧା କରିବା ପାଇଁ ରସାୟନ ସାମଗ୍ରୀକୁ ଅନ୍ୟ ଜନଜାତିଙ୍କ ଅପେକ୍ଷା କମ୍ ବୟସରୁ ବ୍ୟବହାର କରୁଥିବାରୁ ସେମାନଙ୍କ ସଂଖ୍ୟା ଅଧିକ ଥାଇପାରେ ବୋଲି ଅନୁସନ୍ଧାନକାରୀ ଜଣେ ଲେଖକ ଚେ-ଜଙ୍ଗ ଚାଙ୍ଗ(Che-Jung Chang) କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.