ETV Bharat / science-and-technology

ଭାଇକୁ ବିପଦରୁ ସୁରକ୍ଷା ଦେବ Smart Rakshi, ପ୍ରସ୍ତୁତ କଲେ ଦୁଇ ଇଞ୍ଜିନିୟରିଂ ଛାତ୍ରୀ

author img

By

Published : Aug 10, 2022, 7:37 PM IST

ଭାଇର ସୁରକ୍ଷା କରିବ ସ୍ମାର୍ଟ ରାକ୍ଷୀ । ପ୍ରସ୍ତୁତ କଲେ ଉତ୍ତର ପ୍ରଦେଶର କମ୍ପ୍ଯୁଟର ସାଇନ୍ସ ବିଭାଗର ଦୁଇ ଛାତ୍ରୀ । ଅଧିକ ପଢନ୍ତୁ

ଭାଇକୁ ବିପଦରୁ ସୁରକ୍ଷା ଦେବ Smart Rakshi, ପ୍ରସ୍ତୁତ କଲେ ଦୁଇ ଛାତ୍ରୀ

ଲକ୍ଷ୍ନୌ: ଭଉଣୀଟିଏ ଭାଇର ଶୁଭ ମନାସୀ ତା'ର ଦୀର୍ଘାୟୁ କାମନା କରି ରାକ୍ଷୀ ବାନ୍ଧିଥାଏ । ଏପରିକି ସମ୍ପର୍କର ଡୋରୀ ରାକ୍ଷୀ ସୁରକ୍ଷାର ଶକ୍ତ କବଚ ବୋଲି କୁହାଯାଏ । ବର୍ତ୍ତମାନ କିନ୍ତୁ ଏହା ବିଜ୍ଞାନ ଆଧାରରେ ସତ ହେବାକୁ ଯାଉଛି । ଆଇଟିଏମ୍ ଇଞ୍ଜିନିୟରିଂ କଲେଜ ଗୋରଖପୁର(ITM Engineering College Gorakhpur)ର ଦୁଇ ଛାତ୍ରୀ ଏହାକୁ ବାସ୍ତବ ରୂପ ଦେବାକୁ ଯାଉଛନ୍ତି । ଏଥର ରକ୍ଷା ବନ୍ଧନରେ, ଏହା ଏକ ଅନନ୍ୟ ଉପହାର, ଯାହା ଭାଇକୁ ସୁରକ୍ଷିତ ରଖିବା ପାଇଁ ଏକ ଡିଭାଇସ ରାକ୍ଷୀ (Device Rakhi) ଅଟେ ।

ଗୋରଖପୁର ଗିଡା ଇଞ୍ଜିନିୟରିଂ କଲେଜର କମ୍ପ୍ୟୁଟର ସାଇନ୍ସ ବିଭାଗର ଦୁଇ ଛାତ୍ରୀ ପୂଜା ଏବଂ ବିଜୟା ରାଣୀ ଏହି ସ୍ମାର୍ଟ ରାକ୍ଷୀ ପ୍ରସ୍ତୁତ କରିଛନ୍ତି । ପୂଜା କହିଛନ୍ତି ଯେ, ସ୍ମାର୍ଟ ରାକ୍ଷୀ କୌଣସି ପ୍ରକାରର ଅଘଟଣ ଘଟିବା ପୂର୍ବରୁ ସଚେତନ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ହେବ । ଏହି ରାକ୍ଷୀର ଗୋଟିଏ ବଟନ୍ ଦବାଇବା ଦ୍ବାରା ଯଦି ଆପଣ କୌଣସି ସମସ୍ୟାରେ ଥିବେ ତେବେ ଏହା ପରିବାର ଲୋକଙ୍କୁ ସୂଚାଇ ଦେବ ଏବଂ ଦୁଇ ଥର ବଟନ୍ ଦବାଇବା ଦ୍ବାରା ସମ୍ପର୍କୀୟ କିମ୍ବା ଏମର୍ଜନ୍ସି ନଂକୁ କଲ୍ ମଧ୍ୟ କରିପାରିବେ । ସେହିପରି ଡିଭାଇସ ରାକ୍ଷୀ ଦୁର୍ଘଟଣା ସମୟରେ ବାର୍ତ୍ତା ପଠାଇବା ସହିତ ବ୍ଲଡ୍ ଗୃପ ଏବଂ ମେଡିସିନ୍ ବାବଦରେ ସୂଚନା ଦେବାରେ ସକ୍ଷମ ହେବ ।

ଦୁଇ ଛାତ୍ରୀ କହିଛନ୍ତି ଯେ, ମୋଟରସାଇକେଲ କିମ୍ବା ଚାରି ଚକିଆ ଗାଡି ଚଲାଇବା ସମୟରେ ଆପଣ ଏହାକୁ ମୋବାଇଲର ବ୍ଲୁଟୁଥ୍ ସହିତ ସଂଲଗ୍ନ କରି ସ୍ମାର୍ଟ ମେଡିକାଲ୍ ରାକ୍ଷୀ ବ୍ୟବହାର କରିପାରିବେ । ସ୍ମାର୍ଟ ମେଡିକାଲ୍ ରାକ୍ଷୀ (ITM GIDA)ରେ ଆପଣ ଆପଣଙ୍କର ଡାକ୍ତର, ଆମ୍ବୁଲାନ୍ସ କିମ୍ବା ପରିବାର ସଦସ୍ୟଙ୍କ ଫୋନ୍ ନଂ ସେଟ୍ କରିପାରିବେ ଏବଂ ଜରୁରୀକାଳୀନ ପରିସ୍ଥିତିରେ, ରାକ୍ଷୀରେ ଥିବା ବଟନ୍ ଦବାଇବା ସମୟରେ କଲ୍ ସେଟ ନମ୍ବରକୁ କଲ୍ କରିପାରିବେ । ଏହାକୁ ତିଆରି କରିବା ପାଇଁ 900 ଟଙ୍କା ଖର୍ଚ୍ଚ ହୋଇଥିବା କହିଛନ୍ତି ଛାତ୍ରୀ । ବ୍ଲୁଟୁଥ୍ ଏବଂ ବ୍ୟାଟେରୀ ବ୍ୟତୀତ ଏଥିରେ ନାନୋ ପାର୍ଟସ୍ ବ୍ୟବହାର କରାଯାଇଛି । ଏହାକୁ ଥରେ ଚାର୍ଜ କରିବା ଦ୍ବାରା ପ୍ରାୟ 12 ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ।

ଛାତ୍ରୀ ଜଣକ କହିଛନ୍ତି ଯେ, ଏହି ରାକ୍ଷୀକୁ ହାତରେ ବାନ୍ଧି ମୋବାଇଲର ବ୍ଲୁଟୁଥ୍ ସହିତ ସଂଲଗ୍ନ କରିବା ପରେ ସମ୍ପର୍କୀୟ, ଆମ୍ବୁଲାନ୍ସ ନମ୍ବର କିମ୍ବା ପୋଲିସ୍ ଷ୍ଟେସନ ନମ୍ବର ସେଟ୍ କରିପାରିବେ । ଏହା ସହିତ, ଆପଣ ଏହି ସଫ୍ଟୱେୟାରରେ ଆପଣଙ୍କର ବ୍ଲଡ୍ ଗୃପ, ଆପଣଙ୍କର ଚିକିତ୍ସା ସୂଚନା ମଧ୍ୟ ସେଟିଂ କରିପାରିବେ । ଯାହା ଦ୍ବାରା ଆବଶ୍ଯକ ସମୟରେ ଏହା ଆପଣଙ୍କୁ ମନେ ପକାଇଦେବା ସହ ସାହାଯ୍ୟ ମଧ୍ୟ କରିବ । ସ୍ମାର୍ଟ ରାକ୍ଷୀରେ ଏକ ବଟନ୍ ଅଛି, ଯାହାକୁ ମହିଳାମାନେ ଅସୁବିଧା ସମୟରେ ଦବାଇ ନିଜ ଭାଇ, ସମ୍ପର୍କୀୟ, ପୋଲିସ୍ ଏବଂ ଆମ୍ବୁଲାନ୍ସ ଡାକ୍ତରଙ୍କ ନିକଟକୁ ଲୋକେସନ ପଠାଇ ପାରିବେ । ଦୁର୍ଘଟଣା ସମୟରେ ବିନା ମୋବାଇଲରେ ଏହି ରାକ୍ଷୀ ଡାକ୍ତର ଓ ଆମ୍ବୁଲାନ୍ସକୁ କଲ୍ କରିପାରିବା ସହ ଦୁର୍ଘଟଣା ସ୍ଥଳର ଲୋକେସନ ମଧ୍ୟ ପଠାଇ ପାରିବ । ଏହି ଡିଭାଇସକୁ ଉଭୟ ଯୁବକ, ଯୁବତୀ ବ୍ଯବହାର କରିପାରିବେ । ତେବେ ଉତ୍ତର ପ୍ରଦେଶର ଦୁଇ ଛାତ୍ରୀ ପୂଜା ଏବଂ ବିଜୟା ରାଣୀ ଏହି ସ୍ମାର୍ଟ ରାକ୍ଷୀକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଥିବା ଜଣାପଡିଛି ।

ବ୍ୟୁର ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.