ETV Bharat / science-and-technology

ଚନ୍ଦ୍ର ପୃଷ୍ଠରେ ପାଦ ଥାପିଥିବା ପ୍ରଥମ ଆମେରିକୀୟ ମହାକାଶଚାରୀ ‘ନିଲ ଆର୍ମଷ୍ଟ୍ରଙ୍ଗ’

author img

By

Published : Jul 21, 2020, 6:45 AM IST

Updated : Feb 16, 2021, 7:31 PM IST

ଜୁଲାଇ 20,1969 ମସିହାରେ ଏହି ମହାକାଶଚାରୀ ଚନ୍ଦ୍ରପୃଷ୍ଠରେ ପାଦ ଥାପି ସୃଷ୍ଟି କରିଥିଲେ ଇତିହାସ । ଆଉ ପାଲଟି ଯାଇଥିଲେ ଚନ୍ଦ୍ର ପୃଷ୍ଠରେ ପାଦ ଥାପିଥିବା ପ୍ରଥମ ମହାକାଶଚାରୀ । ସେ ହେଉଛନ୍ତି ଆମେରିକୀୟ ମହାକାଶଚାରୀ ନିଲ ଆର୍ମଷ୍ଟ୍ରଙ୍ଗ । ଅଧିକ ପଢନ୍ତୁ...

Neil armstrong, first human on moon, history of monn mission, neil armstrong on moon, latest space news, american astronaut neil armstrong, ନିଲ ଆର୍ମଷ୍ଟ୍ରଙ୍ଗ, ଚନ୍ଦ୍ରପୃଷ୍ଠରେ ପ୍ରଥମ ମାନବ, ଚନ୍ଦ୍ର ମିଶନ ଇତିହାସ, ଚନ୍ଦ୍ରପୃଷ୍ଠରେ ନିଲ ଆର୍ମଷ୍ଟ୍ରଙ୍ଗ, ଲାଟେଷ୍ଟ ମହାକାଶ ଖବର, ଆମେରିକୀୟ ମହାକାଶଚାରୀ ନିଲ ଆର୍ମଷ୍ଟ୍ରଙ୍ଗ
ଚନ୍ଦ୍ର ପୃଷ୍ଠରେ ପାଦ ଥାପିଥିବା ପ୍ରଥମ ଆମେରିକୀୟ ମହାକାଶଚାରୀ ‘ନିଲ ଆର୍ମଷ୍ଟ୍ରଙ୍ଗ’

ହାଇଦ୍ରାବାଦ: ମହାକାଶର ଅନେକ ଗୂଢ ରହସ୍ୟ ଉପରୁ ପରଦା ହଟାଇବା ପାଇଁ ମାନବର ଚେଷ୍ଟା ବହୁ ପୁରୁଣା । ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହର ସଂରଚନା ବୁଝିବା ସହ ସେଠାରେ ମାନବ ସତ୍ତାର ସମ୍ଭାବନା ନେଇ ମଧ୍ୟ ଅଧ୍ୟୟନ ଜାରି ରହିଛି । ଏମିତିରେ ରାତିର ନିରୋଳା ଆକାଶରେ ଶୀତଳ ଜ୍ୟୋତ୍ସ୍ନା ଦେଉଥିବା ଚନ୍ଦ୍ରପୃଷ୍ଠରେ ପାଦ ଥାପିବା ମାନବଜାତି ପାଇଁ କିଛି ଛୋଟ ଘଟଣା ନଥିଲା । ଆଜି ବି ପ୍ରତିଟି ମଣିଷର ମୁହଁରେ ରହିଛି ଏହି ଐତିହାସିକ ଘଟଣାକୁ ବାସ୍ତବତାରେ ପରିଣତ କରିଥିବା ମଣିଷର ନାମ ।

Neil armstrong, first human on moon, history of monn mission, neil armstrong on moon, latest space news, american astronaut neil armstrong, ନିଲ ଆର୍ମଷ୍ଟ୍ରଙ୍ଗ, ଚନ୍ଦ୍ରପୃଷ୍ଠରେ ପ୍ରଥମ ମାନବ, ଚନ୍ଦ୍ର ମିଶନ ଇତିହାସ, ଚନ୍ଦ୍ରପୃଷ୍ଠରେ ନିଲ ଆର୍ମଷ୍ଟ୍ରଙ୍ଗ, ଲାଟେଷ୍ଟ ମହାକାଶ ଖବର, ଆମେରିକୀୟ ମହାକାଶଚାରୀ ନିଲ ଆର୍ମଷ୍ଟ୍ରଙ୍ଗ
(ଫଟୋ- ଚନ୍ଦ୍ରପୃଷ୍ଠରେ ଅବତରଣ କରୁଥିବା ନିଲ ଆର୍ମଷ୍ଟ୍ରଙ୍ଗ)

ଜୁଲାଇ 20,1969 ମସିହାରେ ଏହି ମହାକାଶଚାରୀ ଚନ୍ଦ୍ରପୃଷ୍ଠରେ ପାଦ ଥାପି ସୃଷ୍ଟି କରିଥିଲେ ଇତିହାସ । ଆଉ ପାଲଟି ଯାଇଥିଲେ ଚନ୍ଦ୍ର ପୃଷ୍ଠରେ ପାଦ ଥାପିଥିବା ପ୍ରଥମ ମହାକାଶଚାରୀ । ସେ ହେଉଛନ୍ତି ଆମେରିକୀୟ ମହାକାଶଚାରୀ ନିଲ ଆର୍ମଷ୍ଟ୍ରଙ୍ଗ । ଲୁନାର ଲ୍ୟାଣ୍ଡିଂ ମଡ୍ୟୁଲ ଇଗଲରୁ ଓହ୍ଲାଇ ଚନ୍ଦ୍ରପୃଷ୍ଠରେ ପାଦ ଥାପିବା ସହ ‘ଜୁଲାଇ 20, 1969 । 10.56pm EDT’ ବୋଲି କହିଥିଲେ ନିଲ । ପୃଥିବୀଠାରୁ ପ୍ରାୟ 240,000 ମାଇଲ ଦୂରରେ ଥିଲେ ସୁଦ୍ଧା ତାଙ୍କର ଏହି ସ୍ବର୍ଣ୍ଣିମ ଇତିହାସ ସୃଷ୍ଟିକାରୀ ମୁହୂର୍ତ୍ତକୁ ଘରେ ବସି ଉପଭୋଗ କରିଥିଲେ ଅଗଣିତ ବିଶ୍ବବାସୀ ।

କିପରି ଥିଲା ନିଲଙ୍କ ଏହି ଐତିହାସିକ ମିଶନ ଦେଖନ୍ତୁ :

(ଫଟୋ- ନିଲ ଆର୍ମଷ୍ଟ୍ରଙ୍ଗଙ୍କ ମୁନ ମିଶନ-1)

(ଫଟୋ- ନିଲ ଆର୍ମଷ୍ଟ୍ରଙ୍ଗଙ୍କ ମୁନ ମିଶନ-2)

ଚନ୍ଦ୍ରପୃଷ୍ଠରେ ଅବତରଣ କରି ପୃଥିବୀକୁ ଫେରିବା ପରେ ଆପୋଲୋ 11ର ତିନି ମହାକାଶଚାରୀଙ୍କୁ ନିଜ ସହରରେ ସ୍ବାଗତ କରିବା ପାଇଁ ନ୍ୟୁୟର୍କ ସଡକରେ ଲମ୍ବିଥିଲା ପ୍ରଶଂସକଙ୍କ ଲମ୍ବା ଲାଇନ । ଇତିହାସ ସୃଷ୍ଟି କରିଥିବା ଏହି ହିରୋମାନଙ୍କୁ ସମ୍ମାନ ଜଣାଇବା ପାଇଁ ଏକ ଟିକର ଟେପ ପ୍ୟାରେଡ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହାପରେ ଏକାଧିକ ପୁରସ୍କାର ଓ ସମ୍ମାନର ସମେତ ମେଡାଲ ଫର୍‌ ଫ୍ରିଡମ ଓ କଗ୍ରେସନାଲ ସ୍ପେଶ ମେଡାଲର ମଧ୍ୟ ଅଧିକାରୀ ହୋଇଥିଲେ ନିଲ ଆର୍ମଷ୍ଟ୍ରଙ୍ଗ ।

ପରବର୍ତ୍ତୀ ସମୟରେ ସେ ନ୍ୟାସନାଲ ଆଡଭାଇଜରି କମିଟି ଫର୍‌ ଏରୋନୋଟିକ୍ସ (ଏନଏସିଏ)ରେ ଯୋଗ ଦେଇଥିଲେ । ଯାହା ପରେ ପରେ ନ୍ୟାସନାଲ ଏରୋନୋଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେସନ (ନାସା)ରେ ପରିଣତ ହୋଇଥିଲା । ସରକାରଙ୍କ ଅଧିକୃତ ଏହି ଏଜେନ୍ସିରେ ନିଲ ବିଭିନ୍ନ ଆକାରରେ ନିଜ ଶ୍ରମ ଦାନ କରିଥିଲେ । ସେ ଟେଷ୍ଟ ପାଇଲଟ ହେଉ ଅବା ଇଞ୍ଜିନିୟର, ପ୍ରତ୍ୟେକ ଭୂମିକାକୁ ବେଶ ସୂଚାରୁ ରୂପେ ସେ ନିଭାଇ ଥିଲେ । ଏହି ସମୟରେ ସେ ଏକ୍ସ-15 ପରି ଘଣ୍ଟାକୁ 4000 ମାଇଲ ଅତିକ୍ରମ କରୁଥିବା ହାଇ ସ୍ପିଡ ଏୟାର କ୍ରାଫ୍ଟର ଟେଷ୍ଟ ମଧ୍ୟ କରିଥିଲେ ।

1962ରେ ନାସାର ମହାକାଶଚାରୀ ଯୋଜନାରେ ସାମିଲ ହୋଇଥିଲେ । ଏହାପରେ ସେ ପରିବାର ସମେତ ହୋଷ୍ଟନ, ଟେକ୍ସାସକୁ ସ୍ଥାନାନ୍ତର ହୋଇଥିଲେ । ନିଜ ପ୍ରଥମ ମିଶନ ଜେମିନି 8 ରେ ସେ କମାଣ୍ଡ ପାଇଲଟ ଭାବେ ଭୂମିକା ଗ୍ରହଣ କରିଥିଲେ । ଏନେଇ ନିଲ ଓ ସହଯୋଗୀ ଡେଭିଡ ସ୍କଟଙ୍କୁ 1966 ମସିହାରେ ପୃଥିବୀର କକ୍ଷପଥକୁ ପଠାଯାଇଥିଲା । ଇତିହାସରେ ଏହା ପ୍ରଥମ ଘଟଣା ଥିଲା ଯେବେ ଦୁଇଟି ଯାନକୁ ସଫଳତାର ସହ ମହାକାଶକୁ ପଠାଯାଇଥିଲା । ଏହି ସମୟରେ ଉଭୟେ କିଛି ଅସବୁଧାର ସମ୍ମୁଖୀନ ହେବାରୁ ନିର୍ଦ୍ଧାରିତ ଅବଧି ପୂର୍ବରୁ ଦୁହେଁ ପୁଣି ଫେରି ଆସିଥିଲେ । ମିଶନ ଆରମ୍ଭ ହେବାର 11 ଘଣ୍ଟା ପରେ ଉଭୟେ ପାସିଫିକ ସାଗରରେ ଅବତରଣ କରିଥିଲେ । ପରେ ୟୁଏସଏସ ମାସନ ଉଭୟଙ୍କୁ ସେଠାରୁ ଉଦ୍ଧାର କରିଥିଲା ।

(ଫଟୋ- ଚନ୍ଦ୍ର ପୃଷ୍ଠ)

ନିଲଙ୍କ ପ୍ରାଥମିକ ଜୀବନ:

ଷ୍ଟିଫେନ କୋଏଙ୍ଗ ଆର୍ମଷ୍ଟ୍ରଙ୍ଗ ଓ ଭିଓଲା ଲୁଇସ ଏଙ୍ଗଲଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିବା ତିନି ସନ୍ତାନ ସନ୍ତତୀଙ୍କ ମଧ୍ୟରେ ସବୁଠାରୁ ବଡ ଥିଲେ ନିଲ ଆର୍ମଷ୍ଟ୍ରଙ୍ଗ । ମାତ୍ର 6 ବର୍ଷ ବୟସରେ ଯେବେ ପ୍ରଥମ ଥର ପାଇଁ ନିଲ ବିମାନରେ ବସିଥିଲେ ସେବେଠାରୁ ବିମାନ ଓ ମହାକାଶ ପ୍ରତି ତାଙ୍କର ଏକ ରୁଚି ସୃଷ୍ଟି ହୋଇଥିଲା ।

ଏହି ରୁଚି ପାଇଁ ମାତ୍ର 16 ବର୍ଷ ବୟସରେ ସେ ଜଣେ ଲାଇସେନ୍ସପ୍ରାପ୍ତ ଛାତ୍ର ପାଇଲଟ ପାଲଟିଥିବା ବେଳେ 1947 ମସିହାରେ ସେ ନାଭାଲ ଏୟାର କ୍ୟାଡେଟ ପାଲଟିଥିଲେ । ଇତି ମଧ୍ୟରେ ସେ ଇଣ୍ଡିଆନାସ୍ଥିତ ୱେଷ୍ଟ ଲାଫାୟେଟ୍ଟେର ପର୍ଡ୍ୟୁ ୟୁନିଭର୍ସିଟିରୁ ଏରୋନୋଟିକାଲ ଇଞ୍ଜିନିୟରିଂ ପଢା ଆରମ୍ଭ କରିଥିଲେ । ଯାହା 1950 ମସିହାରେ ହୋଇଥିବା କୋରିଆନ ଯୁଦ୍ଧରେ ତାଙ୍କ ସେବା ପାଇଁ ବ୍ୟାହତ ହୋଇଥିଲା । ଏହି ସମୟରେ ତାଙ୍କୁ 3ଟି ଏୟାର ମେଡାଲ ହାସଲ ହୋଇଥିଲା ।

1955 ମସିହାରେ ସେ ନିଜ ଡିଗ୍ରୀ ହାସଲ କରିଥିଲେ । ଏହାପରେ ତତ୍‌କ୍ଷଣାତ ସେ ଜଣେ ସିଭିଲିଆନ ରିସର୍ଚ୍ଚ ପାଇଲଟ ଭାବେ ପ୍ରଥମେ ଏନଏସିଏ ଓ ପରେ ନାସାରେ କାର୍ଯ୍ୟ ଆରମ୍ଭ କରିଥିଲ । ନିଜ ଜୀବନ କାଳରେ ସେ ମୋଟ 1100 ଘଣ୍ଟାର ଉଡାଣ ଭରିଛନ୍ତି । ଏଥିରେ ସେ ଅନେକ ସୁପରସୋନିକ ଫାଇଟରର ମଧ୍ୟ ଟେଷ୍ଟିଂ କରିଛନ୍ତି ।

1956 ମସିହା ଜାନୁଆରୀ 28ରେ ଜାନେଟ ଶିଆରୋନଙ୍କ ସହ ତାଙ୍କର ବିବାହ ହୁଏ । ଏହାର ବର୍ଷେ ପରେ ପୁଅ ଏରିକଙ୍କ ସହ ଆରମ୍ଭ ହୁଏ ତାଙ୍କ ସଂସାର । ପରେ 1959ରେ ଜନ୍ମ ନିଅନ୍ତି ଝିଅ କାରେନ । ହେଲେ ଦୁଃଖର ବିଷୟ କି ବ୍ରେନ ଟ୍ୟୁମର ଓ ଅନ୍ୟ ଅସୁବିଧା କାରଣରୁ 1962 ମସିହାରେ କାରେନଙ୍କ ମୃତ୍ୟୁ ହୁଏ । ଏହି ବର୍ଷ ହିଁ ଜନ୍ମ ନେଇଥିଲେ ତୃତୀୟ ସନ୍ତାନ ମାର୍କ ।

2012 ମସିହାରେ ଓହିଓର ସିନସିନାଟିସ୍ଥିତ ଏକ ହସ୍ପିଟାଲରେ ନିଲଙ୍କ ହାର୍ଟରେ ବାଏପାସ ସର୍ଜରୀ କରାଯାଇଥିଲା । ଏହାର ଠିକ୍‌ ଦୁଇ ସପ୍ତାହ ପରେ ଅର୍ଥାତ ଅଗଷ୍ଟ 25, 2012 ମସିହାରେ ସର୍ଜରୀରୁ ହୋଇଥିବା ଅସୁବିଧା ଯୋଗୁଁ ଆଖି ବୁଜିଥିଲେ 82 ବର୍ଷୀୟ ନିଲ ଆର୍ମଷ୍ଟ୍ରଙ୍ଗ ।

(ଫଟୋ- ନିଲ ଆର୍ମଷ୍ଟ୍ରଙ୍ଗ)

ନିଜ ଜୀବନ କାଳରେ ନିଲ ନାସା ସହ ପ୍ରଥମେ ଡେପୁଟି ଆସୋସିଏଟ ଆଡମିନିଷ୍ଟ୍ରେଟର ଫର ଏରୋନଟିକ୍ସ ଭାବେ 1971 ଯାଏଁ କାର୍ଯ୍ୟ କରିଥିଲେ । ଏହାପରେ ସେ ସିନସିନାଟି ୟୁନିଭର୍ସିଟିରେ ଏରୋସ୍ପେଶ ଇଞ୍ଜିନିୟରିଂ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ସେଠାରେ ସେ 8 ବର୍ଷ ଯାଏଁ କାର୍ଯ୍ୟରତ ଥିଲେ । ଏଥିସହ 1982ରୁ 1992 ପର୍ଯ୍ୟନ୍ତ ସେ କମ୍ପ୍ୟୁଟିଂ ଟେକ୍ନୋଲୋଜିସ ଫର୍‌ ଏଭିଏସନରେ ଚେୟାରମ୍ୟାନ ଭାବେ ମଧ୍ୟ କାର୍ଯ୍ୟରତ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 16, 2021, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.