ETV Bharat / science-and-technology

ମଙ୍ଗଳ ଗ୍ରହରେ ଜୀବ ସତ୍ତାର ସନ୍ଧାନ, ଆରମ୍ଭ ହେଲା 3 ନୂଆ ମିଶନ - ଲାଟେଷ୍ଟ ମହାକାଶ ଖବର

ଆମେରିକା, ଚୀନ ଓ ୟୁନାଇଟେଡ ଆରବ ଏମିରେଟ୍ସ ଚଳିତବର୍ଷ ଏହି ଲାଲ ଗ୍ରହରେ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ପ୍ରସ୍ତୁତ ଜୋରଦାର କରିଛନ୍ତି । ମଙ୍ଗଳଗ୍ରହର ଗଠନ, ପୃଷ୍ଠ ସଂରଚନା, ବାୟୁମଣ୍ଡଳର ସ୍ଥିତି ଓ ଏହା ମଧ୍ୟରେ ମାଇକ୍ରୋବିଆଲ ଜୀବାଣୁଙ୍କ ସ୍ଥିତି ପରୀକ୍ଷା କରିବା ପାଇଁ ତିନି ଦେଶ ସମସ୍ତ ପ୍ରସ୍ତୁତ କରିଥିବା ଜଣା ପଡିଛି ।

Mars mission, research on mars, rover mission to mars, latest space news, mars mission latest news, ମଙ୍ଗଳ ମିଶନ, ମଙ୍ଗଳ ଗ୍ରହରେ ଅନୁସନ୍ଧାନ, ମଙ୍ଗଳ ଗ୍ରହକୁ ରୋଭର ମିଶନ, ଲାଟେଷ୍ଟ ମହାକାଶ ଖବର, ମଙ୍ଗଳ ମିଶନ ଲାଟେଷ୍ଟ ନ୍ୟୁଜ୍‌
ମଙ୍ଗଳ ଗ୍ରହରେ ଜୀବ ସତ୍ତାର ସନ୍ଧାନ, ଆରମ୍ଭ ହେଲା 3 ନୂଆ ମିଶନ
author img

By

Published : Jul 19, 2020, 2:15 AM IST

Updated : Feb 16, 2021, 7:31 PM IST

କ୍ୟାପେ କାନାଭେରାଲ: ପ୍ରକୃତି ଓ ଏହାର ରହସ୍ୟ ଦେଖିବାକୁ ଯେତିକି ସୁନ୍ଦର ବୁଝିବା ପାଇଁ ସେତିକ ଜଟିଳ । ଏମିତିରେ ମାନବ ନିଜ ଜ୍ଞାନ ଓ କୌଶଳର ସାହାଯ୍ୟରେ ପ୍ରକୃତିର ଗୋଟିଏ ପରେ ଗୋଟିଏ ରହସ୍ୟ ଉପରୁ ପରଦା ହଟାଇବା ପାଇଁ ବ୍ୟଗ୍ର । ଯେଉଁଥିରେ ଏବେ ମୁଖ୍ୟ ଟାର୍ଗେଟ ହେଉଛି ମହାକାଶରେ ଅନ୍ୟ ଗ୍ରହମାନଙ୍କରେ ଜୀବନ ସତ୍ତାର ସନ୍ଧାନ । ଗୋଟିଏ ପଟେ ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ ଜମି କିଣିବା ଆରମ୍ଭ କରିଥିବା ବେଳେ ଅନ୍ୟପଟେ ମଙ୍ଗଳଗ୍ରହର ଇତିହାସ ଜାଣିବା ପାଇଁ ଜାରି ରହିଛି ଚେଷ୍ଟା ।

ମଙ୍ଗଳ ଗ୍ରହରେ ଜୀବ ସତ୍ତାର ସନ୍ଧାନ, ଆରମ୍ଭ ହେଲା 3 ନୂଆ ମିଶନ

ଆମେରିକା, ଚୀନ ଓ ୟୁନାଇଟେଡ ଆରବ ଏମିରେଟ୍ସ ଚଳିତବର୍ଷ ଏହି ଲାଲ ଗ୍ରହରେ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ପ୍ରସ୍ତୁତ ଜୋରଦାର କରିଛନ୍ତି । ମଙ୍ଗଳଗ୍ରହର ଗଠନ, ପୃଷ୍ଠ ସଂରଚନା, ବାୟୁମଣ୍ଡଳର ସ୍ଥିତି ଓ ଏହା ମଧ୍ୟରେ ମାଇକ୍ରୋବିଆଲ ଜୀବାଣୁଙ୍କ ସ୍ଥିତି ପରୀକ୍ଷା କରିବା ପାଇଁ ତିନି ଦେଶ ସମସ୍ତ ପ୍ରସ୍ତୁତ କରିଥିବା ଜଣା ପଡିଛି । ଚଳିତ ସପ୍ତାହ ତିନି ଦେଶ ନିଜ ସ୍ପେଶ କ୍ରାଫ୍ଟକୁ ମଙ୍ଗଳ ଗ୍ରହ ଅଭିମୁଖେ ପଠାଇବା ପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଯେଉଁଥିରେ ଆମେରିକା ଏକ 6 ଚକିଆ କାର ସଦୃଶ ରୋଭରକୁ ପଠାଇବା ପାଇଁ ସ୍ଥିର କରିଛି । ଏହାର ନାମ ପରଜର୍ଭରେନ୍ସ ରହିଥିବା ବେଳେ ଏହାର ମୂଳ ଲକ୍ଷ୍ୟ ହେଉଛି ମଙ୍ଗଳ ପୃଷ୍ଠରୁ ପଥର ନମୂନା ସଂଗ୍ରହ କରି ଏହାକୁ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା ।

ନାସାର ପରିଚାଳକ ଜିମ ବ୍ରିଡେନଷ୍ଟାଇନଙ୍କ ସୂଚନା ମୁତାବକ ଏହି ମିଶନର ନାମ ଅନେକଙ୍କୁ ଆକର୍ଷିତ କରିଛି । ଏହା ପଛରେ ପ୍ରକୃତ କାରଣ ହେଉଛି ମଙ୍ଗଳ ମିଶନ ପାଇଁ ଦୀର୍ଘ ସମୟରୁ ପ୍ରସ୍ତୁତି ଚାଲିଥିଲେ ସୁଦ୍ଧା ଶେଷ ମୁହୂର୍ତ୍ତରେ କୋରୋନା ମହାମାରୀ ଅନେକ ସମସ୍ୟା ସୃଷ୍ଟି କରିଥିଲା । ଏମିତିରେ ଏହି ରୋଭର ମିଶନର ନାମକରଣ ପାଇଁ ଏକ ପ୍ରତିଯୋଗିତାର ଆୟୋଜନ ହୋଇଥିଲା । ଯେଉଁଥିରେ ‘ପରଜର୍ଭରେନ୍ସ’କୁ ସର୍ବୋତ୍କୃଷ୍ଟ ଭାବେ ଚୟନ କରାଯାଇଥିଲା । ଏଥିରେ ମିଶନରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଥିବା ଆଶାୟୀଙ୍କ ନାମର ଏକ ତାଲିକା ମଧ୍ୟ ମଙ୍ଗଳ ଗ୍ରହକୁ ପଠାଯିବାର ବ୍ୟବସ୍ଥା କରାଯାଉଥିବା ଜଣା ପଡିଛି ।

ତେବେ ତିନି ଦେଶ ଦ୍ବାରା ଲଞ୍ଚ ହେବାକୁ ଥିବା ମିଶନରେ ସ୍ପେଶ କ୍ରାଫ୍ଟଗୁଡିକ ଆଗାମୀ ବର୍ଷ ଫେବୃଆରୀରେ ମଙ୍ଗଳ ଗ୍ରହରେ ପହଞ୍ଚିବା ପୂର୍ବରୁ ପ୍ରାୟ 300 ମିଲିୟନ ମାଇଲର ରାସ୍ତା ଅତିକ୍ରମ କରିବାକୁ ପଡିବ । ଏଥିପାଇଁ ପୃଥିବୀର ମାଧ୍ୟାକର୍ଷଣ ବଳୟରୁ ବାହାରି ମଙ୍ଗଳ ଗ୍ରହର କକ୍ଷ ପଥରେ ପହଞ୍ଚିବା ପାଇଁ 6ରୁ 7 ମାସର ସମୟ ଲାଗିବା ନେଇ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ।

Mars mission, research on mars, rover mission to mars, latest space news, mars mission latest news, ମଙ୍ଗଳ ମିଶନ, ମଙ୍ଗଳ ଗ୍ରହରେ ଅନୁସନ୍ଧାନ, ମଙ୍ଗଳ ଗ୍ରହକୁ ରୋଭର ମିଶନ, ଲାଟେଷ୍ଟ ମହାକାଶ ଖବର, ମଙ୍ଗଳ ମିଶନ ଲାଟେଷ୍ଟ ନ୍ୟୁଜ୍‌
(ଫଟୋ- ମାର୍ସ 2020 ରୋଭର ‘ପରଜର୍ଭରେନ୍ସ’ ବିଷୟରେ ଜାଣନ୍ତୁ)

ଚଳିତ ମିଶନରେ ବୈଜ୍ଞାନିକମାନଙ୍କ ଟାର୍ଗେଟ ହେଉଛି ଲକ୍ଷ ଲକ୍ଷ ବର୍ଷ ପୂର୍ବେ ମଙ୍ଗଳର ସ୍ଥିତି ଜାଣିବା । ଏହା ପୂର୍ବରୁ ମଙ୍ଗଳଗ୍ରହରେ ଜଳରାଶିର ସ୍ଥିତି ନେଇ ସ୍ପଷ୍ଟ ହୋଇଥିବା ବେଳେ ଯଦି ପୃଥିବୀ ଓ ମଙ୍ଗଳର ଗଠନ ସମାନ ହୁଏ ତେବେ ଉଭୟ ଗ୍ରହ ମଧ୍ୟରେ ଏତେ ତଫାତ୍‌ କାହିଁକି ବୋଲି ମଧ୍ୟ ଏକ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । ଯାହାର ସମାଧାନ ପାଇଁ ମଧ୍ୟ ବୈଜ୍ଞାନିକମାନେ ଚଳିତ ମିଶନରେ ଚେଷ୍ଟା ଜାରି ରଖିଥିବା ପ୍ରକାଶ କରିଛନ୍ତି । ସେପଟେ ଏହି ଲାଲ୍‌ ଗ୍ରହରେ ଜୀବନର ସମ୍ଭାବନା ପ୍ରମାଣ କରିବା ପାଇଁ ମଧ୍ୟ ବୈଜ୍ଞାନିକମାନେ ଅନେକ ପ୍ରସ୍ତୁତି କରିଥିବା ପ୍ରକାଶ କରିଛନ୍ତି ପରଜର୍ଊରେନ୍ସର ପ୍ରକଳ୍ପ ନିର୍ଦ୍ଦେଶକ କେନ ଫାର୍ଲେ ।

ତେବେ ତିନି ଦେଶ ପାଖାପାଖି ସମୟରେ ମିଶନ ଲଞ୍ଚ କରିବା କୌଣସି ଅକସ୍ମାତ ଘଟଣା ନୁହେଁ । ଅଧ୍ୟୟନ ମୁତାବକ ବିଜ୍ଞାନ କୁହେ କି ସାରା ବର୍ଷରେ ଏକ ଏପରି ସମୟ ଥାଏ ଯେବେ ମଙ୍ଗଳ ଗ୍ରହ, ପୃଥିବୀ ଓ ସୂର୍ଯ୍ୟ ଗୋଟିଏ ଧାଡିରେ ଅବସ୍ଥାନ କରିବା ସହ ମଙ୍ଗଳ ଗ୍ରହ ପୃଥିବୀର ସବୁଠାରୁ ନିକଟତର ହୁଏ । ପ୍ରତି 26 ମାସରେ ଥରେ ଏପରି ସମୟ ଆସୁଥିବା ବେଳେ ଏହି ସମୟରେ ସ୍ପେଶକ୍ରାଫ୍ଟ ପୃଥିବୀର କକ୍ଷ ପଥରୁ ମଙ୍ଗଳ ଗ୍ରହର କକ୍ଷ ପଥରେ ପ୍ରବେଶ କରିବା ସହଜ ହୋଇଥାଏ । ତେଣୁ ଏହି ସମୟରେ ତିନି ଦେଶ ମିଶନ ଲଞ୍ଚ କରିବା ପାଇଁ ଯୋଜନା କରିଛନ୍ତି । ଯାହା କୌଣସି ଅକସ୍ମାତ ଘଟଣା ନୁହେଁ ।

(ଫଟୋ- ମାର୍ସ 2020 ରୋଭର ପରଜର୍ଭରେନ୍ସ)

(ଫଟୋ- ମାର୍ସ 2020 ରୋଭର ପରଜର୍ଭରେନ୍ସ)

ତେବେ ମଙ୍ଗଳ ଗ୍ରହ ଏକ ଜଟିଳ ଗ୍ରହ ବୋଲି ପୂର୍ବରୁ ଅନେକ ପ୍ରମାଣ ମିଳିସାରିଛି । ଏହାର ଅଧ୍ୟୟନ ପାଇଁ ପ୍ରସ୍ତୁତ ହୋଇଥିବା ଅନେକ ମିଶନ ମଙ୍ଗଳ ଗ୍ରହ ପାଖରେ ପହଞ୍ଚିବା ସମୟରେ ନଷ୍ଟ ହେବା, ଅବତରଣ ସମୟରେ ଖଦଡ ପୃଷ୍ଠ ପାଇଁ ସ୍ପେଶକ୍ରାଫ୍ଟ ନଷ୍ଟ ହେବା କିମ୍ବା ପାରିପାର୍ଶ୍ବିକ ସ୍ଥିତି ବିଷୟରେ ଅବଗତ ନଥିବାରୁ ମିଶନ ଆରମ୍ଭ ହେବା ପୂର୍ବରୁ ନଷ୍ଟ ହେବାର ଅନେତ ନଜିର ରହିଛି । ତେଣୁ ଏହି ଗ୍ରହକୁ ସ୍ପେଶ କ୍ରାଫ୍ଟ ପହଞ୍ଚାଇବା ଅତି କାଠିକର ପାଠ ବୋଲି ବୈଜ୍ଞାନିକ ମାନେ ମତ ଦେଇଛନ୍ତି ।

2011 ମସିହାରେ ଋଷିଆ ସହ ମିଶି ଚୀନ ଶେଷ ଥର ପାଇଁ ଏହି ଗ୍ରହରେ ପହଞ୍ଚିବାକୁ ଚେଷ୍ଟା କରିଥିଲା । ଯାହା ବିଫଳ ହୋଇଥିଲା । ହେଲେ କେବଳ ଆମେରିକାରେ ଏହି ମିଶନରେ ଏକାଧିକ ଥର ସଫଳତାର ସ୍ବାଦ ଚାଖିବାରେ ସକ୍ଷମ ହୋଇଛି । ଚଳିତ ଥର ଆମେରିକା ମଙ୍ଗଳ ଗ୍ରହରେ ପହଞ୍ଚିବା ପାଇଁ ଅଷ୍ଟମ ପ୍ରୟାସ କରିବ । ସେପଟେ ମଙ୍ଗଳ ଗ୍ରହକୁ ଏହାର କକ୍ଷ ପଥରେ ରହି ତିନୋଟି ଦେଶର ସ୍ପେଶକ୍ରାଫ୍ଟ ଅବଲୋକନ କରୁଛନ୍ତି । ସେଥିରେ ରହିଛି ଆମେରିକାର 3, ୟୁରୋପର 2 ଓ ଭାରତର ଗୋଟିଏ ସ୍ପେଶକ୍ରାଫ୍ଟ । ତେଣେ ୟୁଏଇ ଓ ଚୀନ ଏହି ତାଲିକାରେ ସାମିଲ ହେବା ପାଇଁ ଚଳିତ ଥର ଚେଷ୍ଟା କରିବା ନେଇ ଜଣା ପଡିଛି ।

(ଫଟୋ- ମାର୍ସ ରୋଭର ପରଜର୍ଭରେନ୍ସର ରିମୋଟ)

(ଫଟୋ- ମାର୍ସ ରୋଭର ପରଜର୍ଭରେନ୍ସର ରିମୋଟ)

ଗତ ବୁଧବାର ଅର୍ଥାତ ଜୁଲାଇ 15ରେ ୟୁଏଇ ନିଜ ସ୍ପେଶ କ୍ରାଫ୍ଟ ଲଞ୍ଚ କରିବାର ଯୋଜନା ରଖିଥିବା ବେଳେ ଖରାପ ପାଗ ପାଇଁ ଲଗାତାର ତୃତୀୟ ଥର ପାଇଁ ଲଞ୍ଚିଂର ସ୍ଥଗିତ କରାଯାଇଛି । ସେପଟେ ୟୁଏଇ ଦ୍ବାରା ଏହି ମିଶନ ଲଞ୍ଚ ହେବା ଦ୍ବାରା ଦେଶର ଯୁବପୀଢିଙ୍କୁ ପ୍ରେରଣା ଯୋଗାଇ ହେବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଆଗକୁ ଜୁଲାଇ 23ରେ ଚୀନ ନିଜ ମଙ୍ଗଳ ମିଶନରେ ରୋଭର ପଠାଇବାର ଯୋଜନା ରଖିଛି । ଏହାପରେ ଜୁଲାଇ 30ରେ ଆମେରିକା ନିଜ ରୋଭର ମିଶନ ପରଜର୍ଭରେନ୍ସକୁ ଲଞ୍ଚ କରିବା ପାଇଁ ତାରିଖ ନିର୍ଦ୍ଧାରିତ କରିଥିବା ଜଣା ପଡିଛି ।

(ଫଟୋ- ମାର୍ସ ଲ୍ୟାଣ୍ଡର ହୋଭରିଂ)

(ଫଟୋ- ମାର୍ସ ଲ୍ୟାଣ୍ଡର ହୋଭରିଂ)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 16, 2021, 7:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.