ETV Bharat / science-and-technology

ମହାକାଶରେ ବର୍ଷେ ପୂରଣ କଲା ଚନ୍ଦ୍ରାୟନ-୨

author img

By

Published : Aug 21, 2020, 9:30 PM IST

Updated : Feb 16, 2021, 7:31 PM IST

ଚନ୍ଦ୍ରଯାନ-2 ମହାକାଶଯାନ 2019 ମସିହା ଅଗଷ୍ଟ 20ରେ ଚନ୍ଦ୍ରର କକ୍ଷପଥରେ ସ୍ଥାପନ କରାଯାଇଥିଲା । ଯାହା ଆଜି ବର୍ଷେ ପୂରଣ କରିଛି । ମିଶନର ଯୋଜନା ଅନୁସାରେ ବର୍ତ୍ତମାନ ଚନ୍ଦ୍ର ପୃଷ୍ଠରେ ଗ୍ଲୋବାଲ୍ ମ୍ୟାପିଂ ଓ ପୋଲାର କଭରେଜ ଚାଲିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

ମହାକାଶରେ ବର୍ଷେ ପୂରଣ କଲା ଚନ୍ଦ୍ରାୟଣ-୨
ମହାକାଶରେ ବର୍ଷେ ପୂରଣ କଲା ଚନ୍ଦ୍ରାୟଣ-୨

ଚେନ୍ନାଇ: ଚନ୍ଦ୍ରଯାନ-2 ମହାକାଶଯାନ 2019 ମସିହା ଅଗଷ୍ଟ 20ରେ ଚନ୍ଦ୍ରର କକ୍ଷପଥରେ ସ୍ଥାପନ କରାଯାଇଥିଲା । ଯାହା ଆଜି ବର୍ଷେ ପୂରଣ କରିଛି । ମିଶନର ଯୋଜନା ଅନୁସାରେ ବର୍ତ୍ତମାନ ଚନ୍ଦ୍ର ପୃଷ୍ଠରେ ଗ୍ଲୋବାଲ୍ ମ୍ୟାପିଂ ଓ ପୋଲାର କଭରେଜ ଚାଲିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଏହି ମିଶନ ଦ୍ବାରା ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ଏକ ନୂତନ ମାଇଲ ଷ୍ଟୋନ ପ୍ରତିଷ୍ଠା କରିଛି ।

ମହାକାଶରେ ବର୍ଷେ ପୂରଣ କଲା ଚନ୍ଦ୍ରାୟଣ-୨
ମହାକାଶରେ ବର୍ଷେ ପୂରଣ କଲା ଚନ୍ଦ୍ରାୟଣ-୨

ଭାରତର ଦ୍ୱିତୀୟ ଚନ୍ଦ୍ର ମହାକାଶଯାନ ‘ଚନ୍ଦ୍ରଯାନ-୨’ଚନ୍ଦ୍ର କକ୍ଷପଥରେ ସ୍ଥାପନ ହେବାର ଗୋଟିଏ ବର୍ଷ ପୂରଣ କରିଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଟ୍ୱିଟରରେ ଉଲ୍ଲେଖ କରିଛି ।

ଅବଶ୍ୟ ବିକ୍ରମ ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଙ୍ଗ ସଫଳ ହୋଇନଥିଲେ ମଧ୍ୟ ଆଠଟି ଯନ୍ତ୍ରପାତି ସହିତ କକ୍ଷପଥରେ ସଫଳତାର ସହିତ ଚନ୍ଦ୍ର କକ୍ଷପଥରେ ସ୍ଥାନିତ ହୋଇଥିଲା । ଚନ୍ଦ୍ରର କକ୍ଷପଥରେ ଚନ୍ଦ୍ରାୟନ ପ୍ରାୟ 4,400ରୁ ଅଧିକ ପରିକ୍ରମା କରିଛି । ଏହା ସହ ବର୍ତ୍ତମାନ ସମସ୍ତ ଯନ୍ତ୍ର ଭଲ ପ୍ରଦର୍ଶନ କରୁଛି ବୋଲି ଇସ୍ରୋ କହିଛି।

ମହାକାଶରେ ବର୍ଷେ ପୂରଣ କଲା ଚନ୍ଦ୍ରାୟଣ-୨
ମହାକାଶରେ ବର୍ଷେ ପୂରଣ କଲା ଚନ୍ଦ୍ରାୟଣ-୨

100 +/- 25 କିଲୋମିଟର ଗତିରେ ପୋଲାର କକ୍ଷପଥରେ ରକ୍ଷଣାବେକ୍ଷଣ (OM)ମନିଭର୍ସ ସହିତ ରକ୍ଷଣାବେକ୍ଷଣ କରାଯାଏ । କକ୍ଷପଥରେ ସ୍ଥାପନ ପରେ 100 କିଲୋମିଟର ଲୁନାର ଅର୍ବିଟ କକ୍ଷପଥ ହାସଲ କରିବା ପରଠାରୁ ଏପର୍ଯ୍ୟନ୍ତ 17ଟି ଓଏମ କାର୍ଯ୍ୟ କରାଯାଇଛି । ଏହା ସାତ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାପାଇଁ ପର୍ଯ୍ୟାପ୍ତ ଇନ୍ଧନ ରହିଥବା କଥା ଇସ୍ରୋ ପ୍ରକାଶ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 16, 2021, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.