ETV Bharat / science-and-technology

Ring of Fire: ଆସନ୍ତା 14 ତାରିଖରେ ବିରଳ ସୂର୍ଯ୍ୟପରାଗ, ଦେଖାଯିବ ରିଙ୍ଗ ଅଫ୍‌ ଫାୟାର

author img

By ETV Bharat Odisha Team

Published : Oct 9, 2023, 12:42 PM IST

ଆସନ୍ତା 14 ତାରିଖରେ ହେବାକୁ ଯାଉଛି ରିଙ୍ଗ ଅଫ ଫାୟାର। ତେବେ ଏବି ବିରଳ ଦୃଶ୍ୟକୁ କିଭଳି ଦେଖିବେ ଜାଣନ୍ତୁ

Ring of Fire
Ring of Fire

ହାଇଦ୍ରାବାଦ: ଆସନ୍ତା 14 ତାରିଖରେ ବିରଳ ସୂର୍ଯ୍ୟପରାଗ ହେବାକୁ ଯାଉଛି। ଏହା ସମ୍ପୂର୍ଣ୍ଣ ରିଙ୍ଗ ଅଫ୍‌ ଫାୟାର ଭଳି ଦେଖାଯିବ । ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଆଚ୍ଛାଦିତ କରି ରଖିଥିବା ବେଳେ କେବଳ ସୂର୍ଯ୍ୟର ବାହ୍ୟ ଅଂଶ ଉଜ୍ବଳ ଦେଖାଯିବ। ଫଳରେ ଏହା ଏକ ରିଙ୍ଗ ଆକୃତିର ଦେଖାଯିବ। ତେଣୁ ଏହାକୁ ରିଙ୍ଗ୍‌ ଅଫ୍‌ ଫାୟାର କୁହାଯାଏ ।

  • On October 14, a “ring of fire” solar eclipse will appear across a swath of the western United States, as well as in parts of Central and South America. Here’s what it is and where you can experience it for yourself
    https://t.co/qq9z5boi8B

    — National Geographic (@NatGeo) October 3, 2023 " class="align-text-top noRightClick twitterSection" data=" ">

ଯଦି ଆପଣ ତାରା, ଗ୍ରହ, ନକ୍ଷତ୍ର ବିଷୟରେ ଜାଣିବାକୁ ଆଗ୍ରହୀ ତେବେ ଆସନ୍ତା ଅକ୍ଟୋବର 14 ତାରିଖ ଆକର୍ଷଣୀୟ ହେବ । ଉକ୍ତ ଦିନ ସ୍ମରଣୀୟ ହେବ ବୋଲି କୁହାଯାଉଛି। 14 ତାରିଖରେ ଦୁର୍ଲଭ ସୂର୍ଯ୍ୟପରାଗ ହେବ ବୋଲି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ସୂଚନା ଦିଆଯାଇଛି । 2012 ମସିହା ପରେ ଏହି ସୂର୍ଯ୍ୟପରାଗ ବିରଳ ହେବ ବୋଲି ନାସା ପକ୍ଷରୁ କୁହାଯାଇଛି ।

ଆକାଶରେ ଦେଖାଯିବ ବିରଳ ଦୃଶ୍ୟ: ଓ୍ବାଶିଂଟନ ପୋଷ୍ଟ ଅନୁସାରେ, ଆସନ୍ତା 14 ତାରିଖରେ ଚନ୍ଦ୍ର ସୂର୍ଯ୍ୟର ସମ୍ମୁଖରେ ରହିବେ । ଯାହା ଫଳରେ ସୂର୍ଯ୍ୟଙ୍କର ଅଧିକାଂଶ ଭାଗ ଲୁଚି ରହିବ । ଫଳରେ ଆକାଶରେ ଏକ ସ୍ବତନ୍ତ୍ର ରିଙ୍ଗ୍‌ ଭଳି ଦେଖାଯିବ । ତେବେ ଏହି ଦୃଶ୍ୟ ଯୁକ୍ତରାଷ୍ଟ୍ର ଆମେରିକା, ମେକ୍ସିକୋ, ମଧ୍ୟ ଆମେରିକାର ଅନେକ ଦେଶ ଏବଂ ପଶ୍ଚିମ ଗୋଲାର୍ଦ୍ଧରେ ଏହା ଦୃଶ୍ୟମାନ ହେବ। ନାସାର ହୋଲିୟୋଫିଜିକ୍ସ ଡିଭିଜନର କାର୍ଯ୍ୟବାହାକ ନିର୍ଦ୍ଦେଶକ ପେଗ ଲୁସ କହିଛନ୍ତି ଯେ, "ଫାୟାର ରିଙ୍ଗ ଭଳି ଏହି ଚମତ୍କାର ଦୃଶ୍ୟକୁ ଲକ୍ଷଲକ୍ଷ ଲୋକ ଦେଖିପାରିବେ । ଯାହା ସମସ୍ତଙ୍କୁ ରୋମାଞ୍ଚିତ କରିବ ।"

ଏହା ମଧ୍ୟ ପଢନ୍ତୁ: ଜୁନ୍ 21 ରେ ଦୁର୍ଲଭ ସୂର୍ଯ୍ୟପରାଗ, ଦେଖିବାକୁ ମିଳିବ ‘ରିଙ୍ଗ ଅଫ୍ ଫାୟାର'

ବାର୍ଷିକ ସୂର୍ଯ୍ୟପରାଗ କଣ: ନାସା ଅନୁଯାୟୀ, ଚନ୍ଦ୍ର ଯେତେବେଳେ ପୃଥିବୀ ଠାରୁ ସର୍ବାଧିକ ଦୂରତାରେ ରହି ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଗତିକରେ ସେତେବେଳେ ଏହି ସୂର୍ଯ୍ୟପରାଗ ହୋଇଥାଏ। ଯେଉଁଥିପାଇଁ ଆକାଶରେ ସୂର୍ଯ୍ୟ କିରଣର ଏକ ପତଳା ବୃତ୍ତ ବା 'ରିଙ୍ଗ ଅଫ୍ ଫାୟାର' ସୃଷ୍ଟି ହୋଇଥାଏ। ଏହି ସମୟର ମୁହୁର୍ତ୍ତ ଅତ୍ୟନ୍ତ ସୁନ୍ଦର ଦେଖାଯାଇଥାଏ। ତେବେ ଏହାକୁ ଖାଲି ଆଖିରେ ଦେଖିବା ଉଚତ ନୁହେଁ ବୋଲି କୁହାଯାଇଛି । ତେବେ ଆଖିକୁ ଏହା କ୍ଷତି ପହଞ୍ଚାଇପାରେ ବୋଲି କୁହାଯାଇଛି ।

କେମିତି ଦେଖିବେ ରିଙ୍ଗ ଅଫ ଫାୟାର: ଏହି ସୂର୍ଯ୍ୟପରାଗ ଭାରତୀୟ ସମୟ ରାତି 11ଟା 29ରୁ ଆରମ୍ଭ ହୋଇ ରାତି 11ଟା 37 ପର୍ଯ୍ୟନ୍ତ ରହିବ । ତେବେ ଏହି ସୁନ୍ଦର ଦୃଶ୍ୟକୁ ଭାରତୀୟମାନେ ଦେଖିବାକୁ ବଞ୍ଚିତ ହେବେ । ତେବେ ରିଙ୍ଗ ଅଫ୍‌ ଦି ଫାୟାର ପାଇଁ ନାସା ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଛି । ଅକ୍ଟୋବର 14 ତାରିଖ ଅପରାହ୍ନ 4ଟା 30 ମିନିଟରୁ ନାସା ପକ୍ଷରୁ ୟୁଟ୍ୟୁବରେ ଲାଇଭ୍‌ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.