ETV Bharat / science-and-technology

Ben Barres Spotlight Award ପାଇବେ ଭାରତୀୟ ମହିଳା ବୈଜ୍ଞାନିକ

author img

By

Published : Dec 21, 2022, 1:13 PM IST

ବେନ୍ ବେରେସ୍ ସ୍ପଟ୍‌ଲାଇଟ୍ ଆୱାର୍ଡ (Ben Barres Spotlight Award) ପାଇବେ RGCB ମହିଳା ବୈଜ୍ଞାନିକ କାର୍ତ୍ତିକା ରାଜୀବ(RGCB scientist wins Ben Barres Spotlight Award) । ଅଧିକ ପଢନ୍ତୁ

କାର୍ତ୍ତିକା ରାଜୀବ
Karthika Rajeeve

ଥିରୁଅନନ୍ତପୁରମ୍: ବେନ୍ ବେରେସ୍ ସ୍ପଟ୍‌ଲାଇଟ୍ ଆୱାର୍ଡ(Ben Barres Spotlight Award) ପାଇବେ ଜଣେ ଭାରତୀୟ ମହିଳା ବୈଜ୍ଞାନିକ । ରାଜୀବ ଗାନ୍ଧୀ ସେଣ୍ଟର୍ ଫର୍ ବାୟୋଟେକ୍ନୋଲୋଜି(RGCB) ର ବୈଜ୍ଞାନିକ କାର୍ତ୍ତିକା ରାଜୀବଙ୍କୁ ବେନ୍ ବାରେସ୍ ସ୍ପଟ୍ ଲାଇଟ୍ ପୁରସ୍କାର 2022 ପାଇଁ ଚୟନ କରାଯାଇଛି(RGCB scientist wins Ben Barres Spotlight Award) । ଜୈବ ଚିକିତ୍ସା ଏବଂ ଜୀବ ବିଜ୍ଞାନ eLife ପାଇଁ ସାଇଣ୍ଟିଷ୍ଟ ଜର୍ଣ୍ଣାଲ୍ ଦ୍ବାରା ଏହି ପୁରସ୍କାର ପ୍ରଦାନ କରାଯିବ ।

ଆମେରିକୀୟ ନ୍ୟୁରୋବାୟୋଲୋଜିଷ୍ଟ୍ ଡ. ବେନ୍ ବେରେସ୍‌ଙ୍କ ସ୍ମୃତିରେ 2019 ଠାରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଉଛି । ବେନ୍ ବେରେସ୍‌, ବିଜ୍ଞାନରେ ସମାନତା ପାଇଁ ସ୍ବର ଉତ୍ତୋଳନ କରିବା ସହ ସେ ଟ୍ରାନ୍ସଜେଣ୍ଡର(ତୃତୀୟ ଲିଙ୍ଗ) ଅନୁସନ୍ଧାନକାରୀ ଥିଲେ । ତାଙ୍କ ସ୍ମୃତିରେ ପ୍ରତିବର୍ଷ ବେନ୍ ବେରେସ୍ ସ୍ପଟ୍‌ଲାଇଟ୍ ପୁରସ୍କାର ପ୍ରଦାନ କରାଯାଏ ।

ଚଳିତ ବର୍ଷ ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବିଶ୍ବର 12 ଜଣ ବୈଜ୍ଞାନିକଙ୍କ ମଧ୍ୟରୁ କାର୍ତ୍ତିକାଙ୍କ ନାମ ରହିଛି । ସେ ମାନବ ରୋଗଜନକ କ୍ଲାମିଡିଆ ଟ୍ରାକୋମାଟିସ୍(Human pathogens Chlamydia trachomatis) ଉପରେ କାମ କରୁଛନ୍ତି । ଏହି ରୋଗ ଗୁଡିକ କିପରି ପ୍ରତିରକ୍ଷା ପ୍ରଣାଳୀରୁ ରକ୍ଷା ପାଆନ୍ତି ? ସେ ଉପରେ କାର୍ତ୍ତିକାଙ୍କ ଅନୁସନ୍ଧାନ ଗୁରୁତ୍ବ ଦେଇଥାଏ ।

RGCBର ନିର୍ଦ୍ଦେଶକ ପ୍ରଫେସର ଚନ୍ଦ୍ରଭାସ ନାରାୟଣ କହିଛନ୍ତି ଯେ, "କାର୍ତ୍ତିକା ରାଜୀବ ଗ୍ରହଣ କରିବାକୁ ଯାଉଥିବା ଏହି ପୁରସ୍କାର ପାଇଁ ଆମେ ଖୁବ୍ ଆନନ୍ଦିତ ।" ସେହିପରି ସମ୍ମାନ ପାଇଁ ମନୋନୀତ ହୋଇ ଖୁସି ବ୍ୟକ୍ତ କରି କାର୍ତ୍ତିକା କହିଛନ୍ତି, ସେ ତାଙ୍କ ପୁରସ୍କାରର ବ୍ୟବହାର କରି ତାଙ୍କ ଅନୁସନ୍ଧାନ କ୍ଷେତ୍ରରେ ଆବଶ୍ୟକୀୟ ଯନ୍ତ୍ରପାତି କ୍ରୟ କରିବେ ଏବଂ ଏହି ଅନୁସନ୍ଧାନକୁ ଆହୁରି ଆଗକୁ ବଢାଇବେ ।

ତେବେ କ୍ଲାମିଡିଆ ଟ୍ରାକୋମାଟିସ୍(Ctr) ଏକ ଅବହେଳିତ ଟ୍ରପିକାଲ୍ ରୋଗ ଏବଂ ଏହି ସଂକ୍ରମଣକୁ ଏକ ନିରବ ମହାମାରୀ ବୋଲି କୁହାଯାଏ । କବକ ସେମାନଙ୍କ ହୋଷ୍ଟ କୋଷ ମଧ୍ୟରେ ଦୀର୍ଘ ସମୟ ଧରି ରହିଥା'ନ୍ତି ଏବଂ ଏହା ଦ୍ବାରା କ୍ରନିକ୍ ସଂକ୍ରମଣ ସ୍ଥାପିତ ହୁଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.