ETV Bharat / science-and-technology

Jio Space Fiber: ଦୁର୍ଗମ ଅଞ୍ଚଳରେ ରହିବନି ଇଣ୍ଟରନେଟ ସମସ୍ୟା, ଆସିବ ଜିଓ ସ୍ପେସ୍‌ ଫାଇବର - ଆସିବ ଜିଓ ସର୍ଭିସ ଫାଇବର

ଭାରତୀୟ ମୋବାଇଲ କଂଗ୍ରେସ 2023ର ସପ୍ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜିଓ ସ୍ପେସ୍‌ ଫାଇବରର ଡେମୋ ଦେଖାଇଲେ ଆକାଶ ଅମ୍ବାନୀ । ଅଧିକ ପଢନ୍ତୁ

Jio Space Fiber
Jio Space Fiber
author img

By ETV Bharat Odisha Team

Published : Oct 27, 2023, 2:33 PM IST

Updated : Oct 27, 2023, 3:44 PM IST

ହାଇଦ୍ରାବାଦ: ଏଣିକି ଉପାନ୍ତ ଅଞ୍ଚଳରେ ମଧ୍ୟ ରହିବନି ଇଣ୍ଟରନେଟ ସମସ୍ୟା । ଭାରତୀୟ ମୋବାଇଲ କଂଗ୍ରେସ 2023ର ସପ୍ତମ ସଂସ୍କରଣରେ ଜିଓ ନିଜର ନୂଆ ସର୍ଭିସ ନେଇ ଘୋଷଣା କରିଛି । କମ୍ପାନୀ ପକ୍ଷରୁ Jio Space Fiberକୁ ଖୁବ ଶୀଘ୍ର ଲଞ୍ଚ କରାଯିବା ନେଇ କୁହାଯାଇଛି । ଏହା ଦେଶର ବିଭିନ୍ନ ଦୁର୍ଗମ ଅଞ୍ଚଳ ସହିତ ମଧ୍ୟ ସଂଯୁକ୍ତ କରିପାରିବ । ଏହା ସାଟେଲାଇଟ ବେସ ଗିଗା ଫାଇବର ଟେକ୍ନୋଲୋଜି ଅଟେ । ଏହା ସାହାଯ୍ୟରେ ଉପାନ୍ତ ଅଞ୍ଚଳକୁ ମଧ୍ୟ ଇଣ୍ଟରନେଟ ସଂଯୋଗ କରାଯାଇ ପାରିବ ।

ଏନେଇ କମ୍ପାନୀ ପକ୍ଷରୁ କୁହାଯାଇଛି, "ଏହି ସେବା ସମଗ୍ର ଦେଶରେ ସୁଲଭ ଦରରେ ଉପଲବ୍ଧ ହେବ ।" କହିରଖୁଛୁ କି ବର୍ତ୍ତମାନ ଜିଓର Jio Fiber ବ୍ରଡବ୍ୟାଣ୍ଡ ଏବଂ Jio AirFiber ସେବା ଜାରି ରହିଛି । ଇଣ୍ଟରନେଟ ସଂଯୋଗ କରିବା ଉଭୟଙ୍କର କାମ ଅଟେ । ତେବେ ଆଜିର ଆଇଏସମି 2023ରେ କମ୍ପାନୀ ପକ୍ଷରୁ Jio Space Fiber ନେଇ ଘୋଷଣା କରାଯାଇଛି ।

ତେବେ ଜିଓ ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି, "ଭାରତରେ ଲକ୍ଷ ଲକ୍ଷ ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନକୁ ଜିଓ ପ୍ରଥମ ଥର ପାଇଁ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସୁବିଧା ଯୋଗାଇଛି । କିନ୍ତୁ ଜିଓ ସ୍ସେସ ଫାଇବର ଉପାନ୍ତ ଅଞ୍ଚଳର ଲୋକଙ୍କୁ ଇଣ୍ଟରନେଟ ସେବା ପ୍ରଦାନ କରିବ । ଶିକ୍ଷା, ସ୍ୱାସ୍ଥ୍ୟ କିମ୍ବା ଅନ୍ୟାନ୍ୟ କ୍ଷେତ୍ରରେ ଜିଓ ସ୍ପେସ୍ ଫାଇବର ବ୍ୟବହାର କରାଯାଇପାରିବ । ଏହା ଦେଶର ଯେକୌଣସି ସ୍ଥାନରେ ମଧ୍ୟ ଉପଲବ୍ଧ ହେବ ।"

ପ୍ରକାଶଥାଉକି, ଭାରତର ଚାରୋଟି ସ୍ଥାନ ଜିଓ ସ୍ପେସ୍ ଫାଇବରର ସଂଯୋଗ ହୋଇଛି । ଗୁଜୁରାଟର ଗିର୍ ନ୍ୟାସନାଲ ପାର୍କ, ଛତିଶଗଡର କୋରବା, ଓଡ଼ିଶାର ନବରଙ୍ଗପୁର ଏବଂ ଆସାମର ONGC-Jorhatରେ ଜିଓ ସ୍ପେସ୍ ଫାଇବର ଯୋଡା ଯାଇଛି । ଜିଓ ଫାଇବର ଏବଂ ଜିଓ ଏୟାର ଫାଇବର ପରେ ରିଲାଏନ୍ସ ଜିଓର କନେକ୍ଟିଭିଟି ପୋର୍ଟଫୋଲିଓରେ ଏହା ତୃତୀୟ ପ୍ରମୁଖ ଟେକ୍ନୋଲୋଜି ।

ଏହା ମଧ୍ୟ ପଢନ୍ତୁ: ଭାରତରେ 5G ଲଞ୍ଚ ଦେଖି ବିଶ୍ବ ହୋଇଥିଲା ଆଶ୍ଚର୍ଯ୍ୟ, 6Gରେ ବି ସାଜିବ ଲିଡର: ମୋଦି

ଜିଓ ସ୍ସେସ ଫାଇବର ଟେକ୍ନୋଲୋଜି କଣ: ଜିଓ ସ୍ସେସ ଫାଇବର ସାହାଯ୍ୟରେ ବ୍ରଡବ୍ୟାଣ୍ଡ କନେକ୍ଟିଭିଟି ପାଇଁ SIS କମ୍ପାନୀର ସାଟେଲାଇଟ ବ୍ୟବହାର କରାଯିବ । ଏନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଜିଓ ସ୍ସେସ ଫାଇବର ବର୍ତ୍ତମାନ ଯେକୌଣସି ସ୍ଥାନ ଏବଂ ସମୟରେ ମଲ୍ଟି ଗିଗିବିଟ କନେକ୍ଟିଭିଟି ଯୋଗାଇବ। ଦୁର୍ଗମ ଅଞ୍ଚଳରେ ସାଟେଲାଇଟ ବେସ ଇଣ୍ଟରନେଟ ପହଞ୍ଚାଇବା ପାଇଁ ଜିଓ ସ୍ସେସ ଫାଇବର ଇନୋଭେଟିବ ଏବଂ ଆଡଭାନ୍ସ NGSO ଟେକନିକର ବ୍ୟବହାର କରାଯିବ।

ଭାରତୀୟ ମୋବାଇଲ କଂଗ୍ରେସରେ ମୁକେଶ ଅମ୍ବାନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ସର୍ଭିସର ଡେମୋ ଦେଖାଇଛନ୍ତି। ତେବେ ଏହି ସର୍ଭିସ ବିଲେନିୟର ଏଲନ ମସ୍କଙ୍କ ଷ୍ଟାରଲିଙ୍କ ଭଲି ଅଟେ । ଯାହାକି ସାଟେଲାଇଟ ସାହାଯ୍ୟରେ ଇଣ୍ଟରନେଟ ପ୍ରଦାନ କରିବ । ଯେଉଁ ସ୍ଥାନରେ ବ୍ରଡବ୍ୟାଣ୍ଡ କିମ୍ବା ଏୟାର ଫାଇବର ନାହିଁ ସେହି ସ୍ଥାନରେ ମଧ୍ୟ ଜିଓ ସ୍ସେସ ଫାଇବର ସାହାଯ୍ୟରେ ଇଣ୍ଟରନେଟ ପାଇବେ ଲୋକେ । ତେବେ ଏହି ସର୍ଭିସକୁ କେବେ ରୋଲଆଉଟ କରାଯିବ ସେନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ । ତେବେ କେତେ ଟଙ୍କା ରହିବ ସେନେଇ ମଧ୍ୟ କୌଣସି ଘୋଷଣା କରାଯାଇ ନଥିବା ବେଳେ କମ ଦାମରେ ମିଳିବ ବୋଲି କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 27, 2023, 3:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.