ହାଇଦ୍ରାବାଦ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର 46 ତମ ବାର୍ଷିକ ସାଧାରଣ ସଭା(AGM) । ଅପରାହ୍ନ 2ଟାରୁ ଭିଡିଓ କନଫେରନ୍ସରେ ଏହି ବୈଠକ ଆରମ୍ଭ ହେବ । କମ୍ପାନୀର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଭିଡିଓ କନଫେରେନ୍ସ ମାଧ୍ୟମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର 46ତମ ବୈଠକକୁ ସମ୍ବୋଧିତ କରିବେ । ନିବେଶକମାନେ ଏହି ଇଭେଣ୍ଟରେ https://jiomeet.jio.com/rilagm/ ମାଧ୍ୟମରେ ଯୋଗଦାନ କରିପାରିବେ । ଏହି 46 ତମ ଏଜିଏମ ବୈଠକରେ କମ୍ପାନୀ ଭବିଷ୍ୟତ ପାଇଁ ବ୍ୟବସାୟ ବ୍ଲୁ ପ୍ରିଣ୍ଟ ରଖିପାରନ୍ତି । ନିବେଶକମାନେ ଏହି ବୈଠକରୁ ଜିଓର IPO(Initial Public offering) ଆଶା କରୁଥିବା ବେଳେ ଅନେକ ଦଲାଲ୍ ସଂସ୍ଥା ଏପରି କିଛି ଘଟିବ ନାହିଁ ବୋଲି ଯୁକ୍ତି ବାଢିଛନ୍ତି । ଏହି ଇଭେଣ୍ଟରେ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଜିଓ ଫୋନ୍ 5G ଏବଂ 5G ପ୍ରିପେଡ୍ ଯୋଜନା ମଧ୍ୟ ଲଞ୍ଚ କରିପାରନ୍ତି ବୋଲି ଏକ ରିପୋର୍ଟରେ କୁହାଯାଇଛି । RIL ର ନିବେଶକମାନଙ୍କ ସହିତ କର୍ପୋରେଟ୍ ଜଗତ ଏବଂ ଷ୍ଟକ୍ ମାର୍କେଟର ନଜର ମଧ୍ୟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର 46 ତମ ବାର୍ଷିକ ସାଧାରଣ ସଭା ଉପରେ ରହିଛି ।
ସାଧାରଣତଃ RILର AGM ବୈଠକରେ କିଛି ନୂଆ ଯୋଜନା ବା କିଛି ପ୍ରଡକ୍ଟ ଲଞ୍ଚ ନେଇ ଘୋଷଣା ହୋଇଥାଏ । ତେବେ ମିଡିଆ ରିପୋର୍ଟ ଅନୁଯାୟୀ, ବଜାର ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେବେଠାରୁ RIL ଏବଂ Jio ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍ (JFSL) ଅଲଗା ହୋଇଛି ସେବେ ଠାରୁ ମାର୍କେଟ ଫ୍ୟୁଚର ରିଟେଲ୍ ଆଇପିଓ ଏବଂ ରିଲାଏନ୍ସ ଜିଓ ଆଇପିଓ ସମ୍ବନ୍ଧରେ କିଛି ବଡ ଘୋଷଣା ଆଶା କରାଯାଉଛି । ବର୍ତ୍ତମାନ ସମସ୍ତଙ୍କର ନଜର ମୁକେଶ ଅମ୍ବାନୀଙ୍କ ଉପରେ ରହିଛି । ନୂଆ ଯୋଜନା ନେଇ କଣ ବଡ ଘୋଷଣା ହେବ ସେ ଉପରେ ସମସ୍ତଙ୍କର ନଜର ରହିଛି ।
ଏହା ମଧ୍ୟ ପଢନ୍ତୁ: IPO ପାଇଁ 8-10% ଅଂଶ ବିକ୍ରି କରିବ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ
Reliance AGM 2023ରେ ଏହା ଘୋଷଣା ହୋଇପାରେ ବୋଲି ଆଶା:
- ଏହି ବୈଠକରେ ଅମ୍ବାନୀ RIL 5G ରୋଲଆଉଟ୍ ଏବଂ ପ୍ରିପେଡ୍ ଯୋଜନା ଉପରେ ସୂଚନା ଦିଆଯାଇପାରେ। ଜୁଲାଇ ମାସପେ କମ୍ପାନୀ 999 ଟଙ୍କାରେ ଜିଓ ଭରତ ଡିଭାଇସ ଲଞ୍ଚ କରିଥିଲା । 2G ଟେକ୍ନୋଲୋଜି ବ୍ୟବହାର କରୁଥିବା ଗ୍ରାହକମାନଙ୍କୁ ଜିଓର 4G ସେବା ପ୍ରଦାନ କରିବା ।
- କମ୍ପାନୀ ପକ୍ଷରୁ ଏହି ଇଭେଣ୍ଟରେ ଆଜି ଜିଓ ଏୟାର ଫାଇବର ଏବଂ ଜିଓବୁକ ଲାପଟପ ମଧ୍ୟ ଲଞ୍ଚ ହୋଇପାରେ।
- ଜିଓପ ଫାଇନାନ୍ସିଆଲ ସର୍ଭିସେସର ଯୋଜନା ବିଷୟରେ ମଧ୍ୟ କିଛି ଅପଡେଟ ଘୋଷଣା କରାଯାଇପାରେ।
- ଫ୍ୟୁଚର ରିଟେଲ ଆଇପିଓ ବିଷୟରେ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।
- RIL ଦ୍ବାରା ପ୍ରିପେଡ ବଣ୍ଡଲ ପ୍ୟାକ ପାଇଁ ନିଟଫ୍ଲିକ୍ସ ଦ୍ବାରା କରାଯାଇଥିବା ସହଭାଗିତା ଉପରେ ମଧ୍ୟ କିଛି ଘୋଷଣା କରାଯାଇପାରେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ