ETV Bharat / science-and-technology

ଆରବିଆଇର ଚେତାବନୀ, ଫ୍ରଡରୁ ବର୍ତ୍ତିବାକୁ ହେଲେ ସୋସିଆଲ ମିଡିଆ ଲିଙ୍କଠୁ ଦୂରତା ଜରୁରୀ - ସୋସିଆଲ ମିଡିଆ ଫ୍ରଡ

RBI Warns On Loan Waiver: ସମୟ ଅନୁସାରେ, ଫ୍ରଡର ନୂଆ ନୂଆ ଫଣ୍ଡା ଆପଣାଉଛନ୍ତି ଦୁର୍ବୃତ୍ତ। ଏଭଳି ସ୍ଥିତିରେ ଆରବିଆଇ ପକ୍ଷରୁ ଚେତାବନୀ ଦିଆଯାଇଛି। ଫ୍ରଡରୁ ବର୍ତ୍ତିବାକୁ ହେଲେ ସୋସିଆଲ ମିଡିଆ ଲିଙ୍କଠୁ ଦୂରତା ଆବଶ୍ୟକ ବୋଲି କୁହାଯାଇଛି। ଅଧିକ ପଢନ୍ତୁ

RBI Warns On Loan Waiver
RBI Warns On Loan Waiver
author img

By ETV Bharat Odisha Team

Published : Dec 12, 2023, 4:38 PM IST

ହାଇଦ୍ରାବାଦ: ଦିନକୁ ଦିନ ବୃଦ୍ଧି ପାଉଛି ସ୍କାମ। ଗୋଟିଏ କ୍ଲିକରେ ଆକାଉଣ୍ଟରୁ ଯାଉଛି ଲକ୍ଷ ଲକ୍ଷ ଟଙ୍କା। ତେବେ ଏଭଳି ସ୍ଥଳେ ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟ ରହିଛି ସେମାନଙ୍କ ପାଇଁ ଚେତାବନୀ ଜାରି କରିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ। ସୋସିଆଲ ମିଡିଆରେ ସେୟାର ହେଉଥିବା ବିଜ୍ଞାପନ ଉପରେ ବିଶ୍ବାସ ନକରିବା ପାଇଁ କୁହାଯାଇଛି। ଆରବିଆଇ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଅନେକ ପ୍ରକାର ଓ୍ବେବ ଲିଙ୍କ ସେୟାର କରାଯାଇଛି ଯାହା ଉପରେ କ୍ଲିକ କରିବା ମାତ୍ରେ ବିପଦ ରହିଛି। ବିଶେଷ କରି ଏଭଳି ଲିଙ୍କ୍ ଗୁଡିକୁ ଫେସବୁକ ଏବଂ ଇନଷ୍ଟାଗ୍ରାମ ପରି ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଜ୍ଞାପନ ଭାବେ ସେୟାର କରାଯାଉଛି।

ଆରବିଆଇ ନିଜର ସାଇଟରେ ଏକ ବିଜ୍ଞପ୍ତି ଜାରି କରିଛି। ନୋଟିଫିକେସନରେ ଲେଖାଯାଇଛି ଯେ, ସୋସିଆଲ ମିଡିଆରେ ଋଣଛାଡ ନେଇ ଅନେକ ପ୍ରକାର ବିଜ୍ଞାପନ ସେୟାର କରାଯାଉଛି। ଯାହାକି ନକଲି ବା ବିଭ୍ରାନ୍ତକାରୀ ଅଟେ। କିନ୍ତୁ ଆରବିଆଇ ପକ୍ଷରୁ ସୋସିଆଲ ମିଡିଆ ଫେସବୁକ କିମ୍ବା ଇନଷ୍ଟାଗ୍ରାମରେ କୌମସି ସରକାରୀ ବିଜ୍ଞପ୍ତି ସେୟାର କରିନଥିବା ନେଇ କୁହାଯାଇଛି।

ଏହା ମଧ୍ୟ ପଢନ୍ତୁ: Cyber Fraud: IRCTCରୁ କ୍ୟାନ୍ସେଲ କରୁଥିଲେ ଟିକେଟ, ବ୍ୟାଙ୍କରୁ ଉଡିଗଲା ୩.୫ ଲକ୍ଷ ଟଙ୍କା

ଋଣ ଛାଡ ଉପରେ ସେୟାର ହେଉଥିବା ବିଜ୍ଞାପନ ଉପରେ ରୁହନ୍ତୁ ସାବଧାନ: ଆରବିଆଇ ପକ୍ଷରୁ ଆଉ ଏକ ବିବୃତ୍ତିରେ କୁହାଯାଇଛି ଯେ, ସୋସିଆଲ ମିଡିଆରେ ଋଣ ଛାଡ ସମ୍ବନ୍ଧୀୟ ଅନେକ ବିଜ୍ଞାପନ ସେୟାର ହୋଇଛି। କିନ୍ତୁ ତାହା ଆଇବିଆଇ ପକ୍ଷରୁ ସେୟାର କରାଯାଇ ନାହିଁ କୁହାଯାଇଛି। ଏହାସହ ଋଣଛାଡ ପାଇଁ ଆଇନଗତ ଭାବେ ଫି ମଧ୍ୟ ଆଦାୟ କରାଯାଉଥିବା ଜଣାପଡିଛି। ଏଥିରେ କୁହାଯାଇଛି ଯେ, ବ୍ୟାଙ୍କଗୁଡିକ ସମେତ ଆର୍ଥିତ ସଂସ୍ଥାଗୁଡିକର ଦେୟ ଫେରସ୍ତ କରିବାର କୌଣସି ଆବଶ୍ଯକତା ନାହିଁ ବୋଲି ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେଉଛି। କିନ୍ତୁ ଆରବିଆଇ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି ବୋଲି ବିଭ୍ରାନ୍ତ ହୁଅନ୍ତୁ ନାହିଁ।

ଏଭଳି କାର୍ଯ୍ୟକଳାପ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର ସ୍ଥିରତା ଏବଂ ସର୍ବୋପରି ଜମାକାରୀଙ୍କ ଆଗ୍ରହକୁ କ୍ଷୁର୍ଣ୍ଣ କରିଥାଏ। ଏଭଳି ସଂସ୍ଥା ସହ ଜଡିତ ହେବା ଦ୍ୱାରା ଆର୍ଥିକ କ୍ଷତି ହୋଇପାରେ ବୋଲି ଆରବିଆଇ ପକ୍ଷରୁ ଚେତବନୀ ଜାରି କରାଯାଇଛି। ପ୍ରିଣ୍ଟ ମିଡିଆ ଠାରୁ ଆରମ୍ଭ କରି ସୋସିଆଲ ମିଡିଆରେ ଏଭଳି ବିଜ୍ଞାପନକୁ ସେୟାର କରାଯାଉଛି। ବ୍ୟାଙ୍କ ଆକାଉଣ୍ଟ କିମ୍ବା ବ୍ରାଞ୍ଚ ସମ୍ବନ୍ଧରେ କୌଣସି ସୂଚନା ଜାଣିବାକୁ ହେଲେ ନିକଟସ୍ଥ ବ୍ରାଞ୍ଚରେ ଯୋଗାଯୋଗ କରିବା ପାଇଁ ଆରବିଆଇ ପକ୍ଷରୁ କୁହାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.