ETV Bharat / science-and-technology

QLED Google Smart TV: ଲଞ୍ଚ ହେଲା ଆମେରିକାର ଶସ୍ତା ଏଲଇଡି ଟିଭି, ରହିଛି ଏହି ଫିଚର

author img

By

Published : Jul 12, 2023, 3:29 PM IST

ଉପଭୋକ୍ତାଙ୍କୁ ସାନଦାର ଏକ୍ସପିରିୟନ୍ସ ଦେବା ପାଇଁ ଆମେରିକାର ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ ୱେଷ୍ଟିଙ୍ଗହାଉସ୍ 5ଟି Google Smart TV ଲଞ୍ଚ କରିଛି । ଏହି ଟିଭିର ଦାମ କମ ରହିଥିବା ବେଳେ ଅନେକ ଫିଚର ରହିଛି । ଲୋକେ ମଧ୍ୟ ଆକୃଷ୍ଟ ହେବେ ବୋଲି ଜଣାପଡିଛି । ଅଧିକ ପଢନ୍ତୁ

QLED Google Smart TV
QLED Google Smart TV

ହାଇଦ୍ରାବାଦ: ଆମେରିକାର ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ ୱେଷ୍ଟିଙ୍ଗ ହାଉସ୍ ମଙ୍ଗଳବାର ଦିନ ଭାରତରେ ପାଞ୍ଚଟି ନୂତନ QLED ସ୍ମାର୍ଟ ଗୁଗୁଲ୍ ଟିଭି ଲଞ୍ଚ କରିଛି । ଅଗ୍ରଣୀ ଅନଲାଇନ ରିଟେଲର ଆମାଜନ ସହ ମିଳିତ ଭାବରେ କମ୍ପାନୀ W2 ସିରିଜ୍ 32 ଇଞ୍ଚ HD ରେଡି, 43 ଇଞ୍ଚ ଏବଂ 40 ଇଞ୍ଚ FHD ଏବଂ କ୍ୱାଣ୍ଟମ୍ ସିରିଜ୍ 50 ଇଞ୍ଚ ଏବଂ 55 ଇଞ୍ଚ 4000 GTVକୁ 10499 ଟଙ୍କା ମୂଲ୍ୟରେ ଉନ୍ମୋଚନ ବା ଲଞ୍ଚ କରିଛି । ଏହା ପୂର୍ବରୁ ମଧ୍ୟ ପିଆଇ ଏବଂ କ୍ବାଣ୍ଟମ ସିରିଜ ଟିଭି ଲଞ୍ଚ କରିଥିଲା । ଏହାର ଦାମ ଯଥାକ୍ରମେ 10 ହଜାର 499, 16 ହଜାର 999 ଏବଂ 17 ହଜାର 999 ରହିଛି ।

ୱେଷ୍ଟଇଙ୍ଗ ହାଉସ୍ ଇଲେକ୍ଟ୍ରିକ୍ କର୍ପୋରେସନ ସିଇଓ ଜେମ୍ସ ଲୁଇସ୍ ଏକ ବିବୃତ୍ତିରେ କହିଛନ୍ତି, "ଭାରତୀୟ ବଜାରରେ ଟିଭିର ବିସ୍ତାରକୁ ନେଇ ଆମେ ବହୁତ ଉତ୍ସାହିତ । ଏକ ଶକ୍ତିଶାଳୀ ବ୍ରାଣ୍ଡ ଭାବରେ ୱେଷ୍ଟଇଙ୍ଗ ହାଉସ୍ ଭାରତୀୟ ଗ୍ରାହକଙ୍କୁ ଏକ ସାନଦାର ଟିଭି ଅଭିଜ୍ଞତା ପ୍ରଦାନ କରିବାକୁ ପ୍ରସ୍ତୁତ ।" ରିଅଲଟେକ୍ ସହିତ ଏହି ଟିଭି 32, 40 ଏବଂ 43 ଇଞ୍ଚ୍ HD ଆଣ୍ଡ୍ରଏଡ୍ ଟିଭି ଏହାର ପାଓ୍ବାରଫୁଲ ସ୍ପିକର ଟେକ୍ନୋଲୋଜି ସହିତ ଏକ ଶକ୍ତିଶାଳୀ ଅଡିଓ ଅଭିଜ୍ଞତା ପ୍ରଦାନ କରେ । ଏହି ମଡେଲ ଗୁଡିକରେ ଦୁଇଟି 36 ୱାଟ ବକ୍ସ ସ୍ପିକର ରହିଛି ଯାହା ଇମର୍ସିଭ୍ ସାଉଣ୍ଡ ପ୍ରଦାନ କରେ ।

କମ୍ପାନୀ ଅନୁଯାୟୀ, ଏହି ମଡେଲ ଗୁଡିକ 1 GB RAM ଏବଂ 8 GB ROM ସହିତ ଆସିଥାଏ । ଯାହା ଆପ୍ ଏବଂ କଣ୍ଟେଣ୍ଟ ପାଇଁ ଉତ୍ତମ କାର୍ଯ୍ୟଦକ୍ଷତା ଏବଂ ପର୍ଯ୍ୟାପ୍ତ ଷ୍ଟୋରେଜ ସୁନିଶ୍ଚିତ କରିଥାଏ । ଏହାର ଅର୍ଥ ଲୋକେ ଟିଭି ଦେଖିବା ସହ ଅନ୍ୟ କିଛି ଫାଇଲ ମଧ୍ୟ ରଖିପାରିବେ । ଭାରତର ୱେଷ୍ଟିଙ୍ଗ ହାଉସ୍ ବ୍ରାଣ୍ଡ ଲାଇସେନ୍ସ ପ୍ରାପ୍ତ ସୁପର ପ୍ଲାଷ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡର ଉପାଧ୍ୟକ୍ଷ ପଲଭି ସିଂ ମାରୱା ଏକ ବିବୃତ୍ତିରେ କହିଛନ୍ତି, "ଏହାର ସୁନ୍ଦର ଏବଂ ଷ୍ଟାଇଲିସ୍ ଡିଜାଇନ୍, ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍ ଭଳି ଉନ୍ନତ ଫିଚର ଏବଂ ଆଣ୍ଡ୍ରୋଏଡ ଅପରେଟିଂ ସିଷ୍ଟମ ଷ୍ଟନିଙ୍ଗ ଭିଜୁଆଲ୍ ଏବଂ ଉତ୍ତମ ବା ଜବରଦସ୍ତ ସାଉଣ୍ଡ କ୍ବାଲିଟି ରହିଛି । ଏହି ଟିଭି ସଭିଙ୍କର ପ୍ରିୟ ହେବ ଏବଂ ମନୋରଞ୍ଜନକୁ ଦ୍ବିଗୁଣିତ କରିବ ।"

ଏହା ମଧ୍ୟ ପଢନ୍ତୁ: ଆଜି ଲଞ୍ଚ ହେବେ Motorola razr 40 Series, ଜାଣନ୍ତୁ କେତେ ରହିବ ଦାମ

ଏହା ବ୍ୟତିତ 50 ଏବଂ 55-ଇଞ୍ଚ୍ ଗୁଗୁଲ୍ ଟିଭି ମଡେଲ ଗୁଡିକରେ 2GB RAM ଏବଂ 16GB ROM ରହିଛି । ଯାହାକି ପର୍ଯ୍ୟାପ୍ତ ପ୍ରୋସେସିଂ ପାୱାର ଏବଂ ଷ୍ଟୋରେଜ ପ୍ରଦାନ କରିଥାଏ । ଏହି ନୂଆ ମଡେଲ ଗୁଡିକ ଦୁଇଟି 48 ୱାଟ ଡଲବି ଅଡିଓ ଷ୍ଟେରିଓ ବକ୍ସ ସ୍ପିକର ରହିଛି । ଯେଉଁଥିରେ ଦର୍ଶକଙ୍କ ପାଇଁ ଏକ ଇମର୍ସିଭ୍ ଅଡିଓ ଏକ୍ସପିରିଏନ୍ସ ନେବା ପାଇଁ DTS ଟ୍ରୁସାଉଣ୍ଡ ଟେକ୍ନୋଲୋଜି ରହିଛି । ଟିଭିରେ ଏକ ବେଜେଲ-ଲେସ ଏବଂ ଏୟାର-ସ୍ଲିମ୍ ଡିଜାଇନ୍, ବ୍ଲୁଟୁଥ୍ ଏବଂ ୱାଇ-ଫାଇ ସଂଯୋଗୀକରଣ, ଏକ ଭଏସ୍-ଇନେବେଲ ରିମୋଟ ଏବଂ ତିନୋଟି HDMI ଏବଂ ବିଭିନ୍ନ ଡିଭାଇସ୍ ସହିତ ଅଟୋମେଟିକ୍‌ ସଂଯୋଗ ପାଇଁ ଦୁଇଟି USB ପୋର୍ଟ ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.