ETV Bharat / science-and-technology

2040 ସୁଦ୍ଧା ଚନ୍ଦ୍ରକୁ ପ୍ରଥମ ଭାରତୀୟ ପଠାଇବା ପାଇଁ ମହତ୍ତ୍ବାକାଂକ୍ଷୀ ଲକ୍ଷ୍ୟ ରଖିବା ଜରୁରୀ: ପ୍ରଧାନମନ୍ତ୍ରୀ - ଶୁକ୍ର ମିଶନ ନେଇ କଣ କହିଲେ ମୋଦି

ଇସ୍ରୋର ଗଗନଯାନ ପ୍ରସ୍ତୁତିର ଅଗ୍ରଗତି ନେଇ ସମୀକ୍ଷା ବୈଠକ କରି ବୈଜ୍ଞାନିକଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି । ଏହି କରିବା ପାଇଁ ଦେଲେ ନିର୍ଦ୍ଦେଶ

pm narendra modi on gaganyaan mission
pm narendra modi on gaganyaan mission
author img

By ETV Bharat Odisha Team

Published : Oct 17, 2023, 3:49 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଇସ୍ରୋର ଗଗନଯାନ ମିଶନ ନେଇ ବସିଲା ସମୀକ୍ଷା ବୈଠକ । ଗତକାଲି(ସୋମବାର) ଗଗନଯାନ ମିଶନର ପ୍ରଥମ ଟେଷ୍ଟ ଫ୍ଲାଇଟ ଉତକ୍ଷେପଣ ନେଇ ଇସ୍ରୋ ପକ୍ଷରୁ ତାରିଖ ଘୋଷଣା କରାଯାଇଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ କରିଛନ୍ତି । ଆସନ୍ତା ଅକ୍ଟୋବର 21 ତାରିଖ ସକାଳ 7ଟାରୁ 9 ମଧ୍ୟରେ TV-D1ଟେଷ୍ଟ ଫ୍ଲାଇଟ ଶୀହରିକୋଟାକ ସତୀଶ ଧାଓ୍ବନ ସେଣ୍ଟରରୁ ଉତକ୍ଷେପଣ କରାଯିବ ବୋଲି ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ 2024ରେ ଏହାକୁ ଲଞ୍ଚ କରିବା ନେଇ ଇସ୍ରୋ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଆଜି ଏକ ବୈଠକ କରି ପ୍ରଥମ ଭାରତୀୟଙ୍କୁ ଚନ୍ଦ୍ରକୁ ପଠାଇବା ପାଇଁ ଯୋଜନା କରିବା ପାଇଁ ବୈଜ୍ଞାନିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

  • PM Modi directed that India should now aim for new and ambitious goals, including setting up ‘Bharatiya Antariksha Station’ (Indian Space Station) by 2035 and sending the first Indian to the Moon by 2040: PMO https://t.co/Pyewj2fEio

    — ANI (@ANI) October 17, 2023 " class="align-text-top noRightClick twitterSection" data=" ">

ବୈଠକରେ ଏହା ହେଲା ଆଲୋଚନା: ଗଗନଯାନ ମିଶନ ପାଇଁ ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଡକାଯାଇଥିବା ସମୀକ୍ଷା ବୈଠକରେ ଇସ୍ରୋର ପରବର୍ତ୍ତୀ ମିଶନ ଗଗନଯାନ ନେଇ ଆଲୋଚନା କରାଯାଇଥିଲା। ହ୍ୟୁମାନ୍-ରେଟେଡ୍ ଲଞ୍ଚ୍ ଯାନ (HLVM3) ଏବଂ ସିଷ୍ଟମ୍ କ୍ବାଲିଫିକେସନ ନେଇ ଆଲୋଚନା କରାଯାଇଥିଲା। ହ୍ୟୁମାନ୍ ରେଟେଡ୍ ଲଞ୍ଚ୍ ଭେଇକିଲର କ୍ରୁଡ୍ ମିଶନ୍ ସହିତ ପ୍ରାୟ 20ଟି ପ୍ରମୁଖ ଟେଷ୍ଟର ଯୋଜନା କରାଯାଇଥିବା ନେଇ ବୈଠକରେ କୁହାଯାଇଛି । ତେବେ 2025 ମସିହାରେ ଗଗନଯାନ ଲଞ୍ଚ କରାଯିବା ନେଇ ବୈଠକରେ ଘୋଷଣା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Mission Gaganyaan: ଆସନ୍ତା 21ରେ ହେବ TV-D1 ପରୀକ୍ଷଣ

କଣ କହିଲେ ପ୍ରଧାନମନ୍ତ୍ରୀ: ମହାକାଶ ଗବେଷଣା କ୍ଷେତ୍ରରେ ଅନକ ସଫଳତା ହାସଲ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)। ଚନ୍ଦ୍ରଯାନ-3 ଏବଂ ଆଦିତ୍ୟ L1 ଭଳି ଅନେକ ସଫଳତା ହାତେଇଛି ଇସ୍ରୋ । ତେବେ 2035 ସୁଦ୍ଧା ଭାରତୀୟ ଅନ୍ତରୀକ୍ଷ ସ୍ପେସ ଷ୍ଟେସନ ତିଆରି କରିବା ପାଇଁ ମୋଦି ବୈଜ୍ଞାନିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ବର୍ତ୍ତମାନ ଆମକୁ ମହତ୍ତ୍ବାକାଂକ୍ଷୀ ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । 2040 ସୁଦ୍ଧା ଚନ୍ଦ୍ରକୁ ପ୍ରଥମ ଭାରତୀୟ ପଠାଇବା ପାଇଁ ଯୋଜନା କରିବା ଉଚିତ ବୋଲି କହିଲେ ମୋଦି । ଏହି ସ୍ୱପ୍ନକୁ ସାକାର କରିବା ପାଇଁ(ଚନ୍ଦ୍ରକୁ ଏକ୍ସପ୍ଲୋର କରିବା ପାଇଁ) ଇସ୍ରୋକୁ ଏକ ରୋଡମ୍ୟାପ ପ୍ରସ୍ତୁତ କରିବା ଆବଶ୍ୟକ । NGLVର ବିକାଶ (Next Generation Launch Vehicle), ଏକ ନୂଆ ଲଞ୍ଚ ପ୍ୟାଡ୍ ନିର୍ମାଣ, ମାନବ-କେନ୍ଦ୍ରିତ ଲାବ୍ରୋଟୋରି ଏବଂ ଆନୁଷଙ୍ଗିକ ପ୍ରଯୁକ୍ତିବିଦ୍ୟା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ମୋଦି ।

ଶୁକ୍ର ମିଶନ ନେଇ କଣ କହିଲେ ମୋଦି: ଚନ୍ଦ୍ରଯାନ-3ର ଐତିହାସିକ ସଫଳତା ଏବଂ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ 1ର ଲଞ୍ଚ ପରେ ଇସ୍ରୋର ନଜରରେ ରହିଛି ଇସ୍ରୋ । ଶୁକ୍ରର ଗବେଷଣା ପାଇଁ ମିଶନ ପୂର୍ବରୁ ସୁନିଶ୍ଚିତ ରହିଥିଲା ଏବଂ ଭବିଷ୍ୟତକୁ ଲକ୍ଷ୍ୟ କରି ପେଲୋଡ ମଧ୍ୟ ବିକଶିତ କରାଯାଇଥିବା ନେଇ ପୂର୍ବରୁ କହିଥିଲେ ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ । ତେବେ ପ୍ରଧାନମନ୍ତ୍ରୀ ଆଜିର ବୈଠକରେ ଇସ୍ରୋର ଶୁକ୍ର ମିଶନକୁ ନେଇ ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିଛନ୍ତି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଭାରତର ସାମର୍ଥ୍ୟ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି କହିଛନ୍ତି, ମହାକାଶ ଅନୁସନ୍ଧାନରେ ଭାରତ ନିଶ୍ଚିତ ଭାବେ ଶୀର୍ଷକୁ ଛୁଇଁ ନୂଆ ରେକର୍ଡ ହାସଲ କରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.