ETV Bharat / science-and-technology

ବୁଷ୍ଟର ଡୋଜକୁ ନେଇ ଦ୍ବନ୍ଦ୍ବରେ Sputnik V ନେଇଥିବା ବ୍ୟକ୍ତି

author img

By

Published : Aug 30, 2022, 10:57 AM IST

ବୁଷ୍ଟର ଡୋଜ ନେବାକୁ ବିଶେଷଜ୍ଞମାନଙ୍କ ପରାମର୍ଶ ପରେ ଏବେ ଚିନ୍ତାରେ ସ୍ପୁଟନିକ୍ ଭି Sputnik V ନେଇଥିବା ବ୍ୟକ୍ତି । ଅଧିକ ପଢନ୍ତୁ

ବୁଷ୍ଟର ଡୋଜକୁ ନେଇ ଦ୍ବନ୍ଦ୍ବରେ Sputnik V ନେଇଥିବା ବ୍ୟକ୍ତି
ବୁଷ୍ଟର ଡୋଜକୁ ନେଇ ଦ୍ବନ୍ଦ୍ବରେ Sputnik V ନେଇଥିବା ବ୍ୟକ୍ତି

କୋଲକାତା: Covid-19 ବିପକ୍ଷରେ ଟିକା ପ୍ରଭାବୀ ସାବ୍ୟସ୍ତ ହେବା ପରେ ଦୁଇ ଡୋଜ୍ ପରେ ଏବେ ପାଳି ବୁଷ୍ଟର ଡୋଜର । ଏଥିପାଇଁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତଙ୍କୁ ବୁଷ୍ଟର ଡୋଜ୍(Booster Dose) ନେଇଯିବାକୁ ପରାମର୍ଶ ଦିଆଯାଇଛି । ଯେଉଁମାନେ କୋଭିଶିଲ୍ଡ(Covishield) କିମ୍ବା କୋଭାକ୍ସିନ୍(Covaxin) ନେଇଥିଲେ, ସେମାନେ କାର୍ଯ୍ୟସୂଚୀ ଅନୁଯାୟୀ ବର୍ତ୍ତମାନ ବୁଷ୍ଟର୍ ଡୋଜ୍ ନେଉଛନ୍ତି ।

କିନ୍ତୁ ଯେଉଁମାନେ ସ୍ପୁଟନିକ୍ ଭି(Sputnik V) ନେଇଥିଲେ ସେମାନେ ବର୍ତ୍ତମାନ କରିବେ କଣ ତାକୁ ନେଇ ଉଠିଛି ଦ୍ବନ୍ଦ୍ବ ? ଏନେଇ କେନ୍ଦ୍ର ସରକାର କ୍ରସ ଟିକା(cross vaccine) ବାବଦରେ ଚିନ୍ତା କରୁଥିବା ଜଣାପଡିଛି । ଭାରତୀୟ ବଜାରରେ ସ୍ପୁଟ୍ନିକ୍ ଭି ବିରଳ । ସ୍ପୁଟ୍ନିକ୍ ଭି ଟିକା ପାଇଁ ବୁଷ୍ଟର୍ ଡୋଜ ଉପଲବ୍ଧ ନାହିଁ । ଫଳରେ ଚିନ୍ତାରେ ପଡିଯାଇଛନ୍ତି ସ୍ପୁଟନିକ ଭି ନେଇଥିବା ବ୍ୟକ୍ତି ।

ପଶ୍ଚିମବଙ୍ଗ ସୋନାରପୁରର ବାସିନ୍ଦା ଶମିକ୍ ଘୋଷ କହିଛନ୍ତି ଯେ, "ମୁଁ ଗତ ବର୍ଷ ଅଗଷ୍ଟରେ ଏକ ଘରୋଇ ଡାକ୍ତରଖାନାରୁ ସ୍ପୁଟ୍ନିକ୍ ଭି ର ଦୁଇଟି ଡୋଜ ନେଇଥିଲି । ବର୍ତ୍ତମାନ ବୁଷ୍ଟର୍ ଡୋଜ ନେବାର ସମୟ ଆସିଛି । କିନ୍ତୁ କୌଣସି ସ୍ଥାନରେ ଉପଲବ୍ଧ ନାହିଁ ଟିକା, ତେଣୁ ମୁଁ ସମସ୍ୟାର ସମ୍ମୁଖୀନ ହେଉଛି । ବର୍ତ୍ତମାନ ମୁଁ କ୍ରସ୍ ଟୀକାକରଣ ବିଷୟରେ ଶୁଣିଛି । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟର ସମସ୍ୟାକୁ ନେଇ ମୁଁ ଅବଗତ ନାହିଁ ।"

ତଥାପି, ଅନେକ ଅଧ୍ୟୟନରେ କ୍ରସ୍ ଟୀକାକରଣର ପ୍ରଭାବ ଥିବା ଜଣାପଡିଛି । ଅନ୍ୟପକ୍ଷରେ, କ୍ରସ୍ ଟିକା ମାନବ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ମଧ୍ୟ ହେଉଛି ।

ଭ୍ୟାକ୍ସିନ୍ ଟ୍ରାଏଲ୍ ଫେସିଲିଟେଟର ସ୍ନେହେନ୍ଦୁ କୋନର୍ କହିଛନ୍ତି, "ସ୍ପୁଟ୍ନିକର ପ୍ରଥମ ଡୋଜ୍ ବୁଷ୍ଟର୍ ଡୋଜ ଭାବରେ ଦିଆଯାଉଥିଲା । କିନ୍ତୁ ବର୍ତ୍ତମାନ ଏହା ବଜାରରେ ଉପଲବ୍ଧ ନାହିଁ । କ୍ରସ୍ ଟୀକାକରଣ ବିଷୟରେ ଚିନ୍ତା କରି କେନ୍ଦ୍ର ସରକାର ଏକ ଭଲ ନିଷ୍ପତ୍ତି ନେଉଛନ୍ତି । ଆମେ ଦେଖୁଛୁ ଏହି ବିଷୟ ଉପରେ ବିଦେଶୀ ଦେଶରେ ଅନେକ ଅଧ୍ୟୟନ କରାଯାଇଛି, ଯାହାର ବହୁତ ଭଲ ଫଳାଫଳ ରହିଛି । ଆମେ ଭାରତରେ ମଧ୍ୟ ଏହା ପରୀକ୍ଷା କରିଛୁ ।” କିନ୍ତୁ କ୍ରସ ଟିକା ଉପରେ ଅଧିକ ପରୀକ୍ଷଣ ଆବଶ୍ୟକ ଥିବା ସ୍ନେହେନ୍ଦୁ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.