ETV Bharat / science-and-technology

ପ୍ରଥମ ଓଡିଆ ବୈଜ୍ଞାନିକ ସ୍ବାତୀ ନାୟକଙ୍କୁ ନରମାନ ବୋରଲଗ ଫିଲ୍ଡ ଆୱାର୍ଡ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Sep 22, 2023, 3:23 PM IST

ପ୍ରଥମ ଓଡିଆ ବୈଜ୍ଞାନିକ ସ୍ବାତୀ ନାୟକଙ୍କୁ ନରମାନ ବୋରଲଗ ଫିଲ୍ଡ ଆୱାର୍ଡ। କୃଷି ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ। ଅଧିକ ପଢନ୍ତୁ

Indian scientist Swati Nayak
Indian scientist Swati Nayak

ହାଇଦ୍ରାବାଦ: ଓଡିଆ ବୈଜ୍ଞାନିକଙ୍କୁ ବଡ ସଫଳତା । ଓଡିଆ ବୈଜ୍ଞାନିକ ସ୍ବାତୀ ନାୟକଙ୍କୁ ମିଳିଲା ସମ୍ମାନଜନକ ନରମାନ ବୋରଲଗ ଫିଲ୍ଡ ଆଓ୍ବାର୍ଡ। ସ୍ବାତୀ ବର୍ତ୍ତମାନ ଆନ୍ତର୍ଜାତୀୟ ଚାଉଳ ଗବେଷଣା ପ୍ରତିଷ୍ଠାନ (ଆଇଆରଆରଆଇ)ରେ ଜଣେ କାର୍ଯ୍ୟରତ ବୈଜ୍ଞାନିକ। ବିଶ୍ୱ ଖାଦ୍ୟ ପୁରସ୍କାର ଫାଉଣ୍ଡେସନ ତାଙ୍କୁ ଜଣେ ଉଲ୍ଲେଖନୀୟ ଯୁବ ବୈଜ୍ଞାନିକ ଭାବରେ ବର୍ଣ୍ଣନା କରିଛି।। ଏନେଇ ଓ୍ବାଲ୍ଡ ଫୁଡ ପ୍ରାଇଜ ଫାଉଣ୍ଡେସନ ପକ୍ଷରୁ ଗତ ବୁଧବାର ଦିନ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।

  • Congratulate Odia scientist Dr Swati Nayak on receiving the prestigious Norman Borlaug Field Award, 2023. Her outstanding contribution in the field of agriculture and food production will inspire young scientists from across the world. Wish her all the best in future endeavours.

    — Naveen Patnaik (@Naveen_Odisha) September 20, 2023 " class="align-text-top noRightClick twitterSection" data=" ">

ଖବର ମୁତାବକ, ନୂଆଦିଲ୍ଲୀର ଆଇଆରଆରଆଇରେ ବିହନ ସିଷ୍ଟମ ଏବଂ ଉତ୍ପାଦ ପରିଚାଳନା ବିଭାଗର ଦକ୍ଷିଣ ଏସିଆ ପ୍ରମୁଖ ରହିଛନ୍ତି ସ୍ବାତୀ। ଆମେରିକାରେ ରହିଥିବା ବିଶ୍ବ ଖାଦ୍ୟ ପୁରସ୍କାର ସଂସ୍ଥା ପକ୍ଷରୁ ସ୍ବାତୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ନ୍ୟୁୟର୍କରେ ଜଳବାୟୁ ସପ୍ତାହ ଉତ୍ସବରେ ସ୍ବାତୀଙ୍କ ନାମ ଘୋଷଣା କରାଯାଇଥିଲା। ଖାଦ୍ୟ ଏବଂ ପୋଷଣ ସୁରକ୍ଷା, ଦାରିଦ୍ର ଦୂରିକରଣ ଇତ୍ୟାଦି କ୍ଷେତ୍ରରେ କାର୍ଯ୍ୟ କରୁଥିବା 40 ବର୍ଷରୁ କମ୍ ବୟସର ବୈଜ୍ଞାନିକମାନଙ୍କୁ ନୋବେଲ ବିଜେତା ତଥା ସବୁଜ ବିପ୍ଳବର ମୁଖ୍ୟ ବାସ୍ତୁକାର ଡ. ନରମାନ ବୋରଲୋଗଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ତେବେ ଦିଲ୍ଲୀରେ କାର୍ଯ୍ୟରତ ସ୍ବାତୀ ନାୟକଙ୍କୁ ଆସନ୍ତା ମାସରେ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ ସୂଚନା ରହିଛି।

  • Hon'ble Governor congratulates
    Odisha’s scientist Dr Swati Nayak for winning the prestigious Norman Borlaug Field Award-2023.
    'Ms Nayak's innovative approach to involve farmers in demand-driven rice seed systems will inspire a lot to walk on her path,' said the Governor.

    — Governor Odisha (@GovernorOdisha) September 20, 2023 " class="align-text-top noRightClick twitterSection" data="

Hon'ble Governor congratulates
Odisha’s scientist Dr Swati Nayak for winning the prestigious Norman Borlaug Field Award-2023.
'Ms Nayak's innovative approach to involve farmers in demand-driven rice seed systems will inspire a lot to walk on her path,' said the Governor.

— Governor Odisha (@GovernorOdisha) September 20, 2023 ">

ସ୍ବାତୀ ନାୟକ ଏମିଟି ବିଶ୍ୱବିଦ୍ୟାଳୟରୁ(Amity university) କମ୍ପିଟେଟିଭ ଇଣ୍ଟେଲିଜେନ୍ସ ଆଣ୍ଡ ଷ୍ଟ୍ରାଟେଜିକ୍ ମେନେଜମେଣ୍ଟ ଫର ଏଗ୍ରିକଲଚର ଏକ୍ସଟେନସନ ମେନେଜମେଣ୍ଟ ଷ୍ଟାଟର୍ଜିରେ ପିଏଚଡି ହାସଲ କରିଛନ୍ତି। 2017ରୁ 2022 ମସିହାର ଛାତ୍ରୀ ରହିଥିଲେ ସ୍ବାତୀ। ପରବର୍ତ୍ତୀ ସମୟରେ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ରାମୀଣ ପରିଚାଳନା ସଂସ୍ଥା ଆନନ୍ଦରୁ (2008-2010) ଗ୍ରାମୀଣ ପରିଚାଳନାରେ ମାଷ୍ଟର ଡିଗ୍ରୀ ଏବଂ ଆଚାର୍ଯ୍ୟ ଏନ.ଜି ରଙ୍ଗା କୃଷି ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ବିଜ୍ଞାନ (2003-2007) ସମାପ୍ତ କରିଥିଲେ।

ଏହା ମଧ୍ୟ ପଢନ୍ତୁ: Chandrayaan on Moon: ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସୂଚନା ଅନୁସାରେ ଏହି ଆଓ୍ବାଡ ହାତେଇବାରେ ସ୍ବାତୀ ନାୟକ ହେଉଛନ୍ତି ପ୍ରଥମ ଓଡିଆ। ସ୍ବାତୀଙ୍କୁ ଏହି ଆଓ୍ବାର୍ଡ ମିଳିବା ପରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି, "ନରମାନ ବୋରଲଗ ଫିଲ୍ଡ ଆୱାର୍ଡ ୨୦୨୩ ପାଇଥିବାରୁ ମୁଁ ସ୍ବାତୀ ନାୟକଙ୍କୁ ଶୁଭେଚ୍ଚା ଜଣାଉଛି। କୃଷି ଏବଂ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ତାଙ୍କର ଅବଦାନ ସମଗ୍ର ବିଶ୍ବର ଯୁବ ବୈଜ୍ଞାନିକଙ୍କୁ ପ୍ରେରଣା ଯୋଗାଇବ। ତାଙ୍କର ଉଜ୍ବଳ ଭବିଷ୍ୟତ ପାଇଁ ମୁଁ ଶୁଭେଚ୍ଛା ଜଣାଉଛି।" ତେବେ ପୁରସ୍କାର ଘୋଷଣା ହେବା ପରେ ସ୍ବାତୀ ନାୟକ କହିଛନ୍ତି, "ମୁଁ ଏହି ପୁରସ୍କାରକୁ ହଜାର ହଜାର କୃଷି ସମ୍ପ୍ରସାରଣକାରୀ, ଏଜେଣ୍ଟ ଏବଂ ବିଶେଷ ଭାବରେ ଯୁବ ବୈଜ୍ଞାନିକମାନଙ୍କୁ ଉତ୍ସର୍ଗ କରୁଛି।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ହାଇଦ୍ରାବାଦ: ଓଡିଆ ବୈଜ୍ଞାନିକଙ୍କୁ ବଡ ସଫଳତା । ଓଡିଆ ବୈଜ୍ଞାନିକ ସ୍ବାତୀ ନାୟକଙ୍କୁ ମିଳିଲା ସମ୍ମାନଜନକ ନରମାନ ବୋରଲଗ ଫିଲ୍ଡ ଆଓ୍ବାର୍ଡ। ସ୍ବାତୀ ବର୍ତ୍ତମାନ ଆନ୍ତର୍ଜାତୀୟ ଚାଉଳ ଗବେଷଣା ପ୍ରତିଷ୍ଠାନ (ଆଇଆରଆରଆଇ)ରେ ଜଣେ କାର୍ଯ୍ୟରତ ବୈଜ୍ଞାନିକ। ବିଶ୍ୱ ଖାଦ୍ୟ ପୁରସ୍କାର ଫାଉଣ୍ଡେସନ ତାଙ୍କୁ ଜଣେ ଉଲ୍ଲେଖନୀୟ ଯୁବ ବୈଜ୍ଞାନିକ ଭାବରେ ବର୍ଣ୍ଣନା କରିଛି।। ଏନେଇ ଓ୍ବାଲ୍ଡ ଫୁଡ ପ୍ରାଇଜ ଫାଉଣ୍ଡେସନ ପକ୍ଷରୁ ଗତ ବୁଧବାର ଦିନ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।

  • Congratulate Odia scientist Dr Swati Nayak on receiving the prestigious Norman Borlaug Field Award, 2023. Her outstanding contribution in the field of agriculture and food production will inspire young scientists from across the world. Wish her all the best in future endeavours.

    — Naveen Patnaik (@Naveen_Odisha) September 20, 2023 " class="align-text-top noRightClick twitterSection" data=" ">

ଖବର ମୁତାବକ, ନୂଆଦିଲ୍ଲୀର ଆଇଆରଆରଆଇରେ ବିହନ ସିଷ୍ଟମ ଏବଂ ଉତ୍ପାଦ ପରିଚାଳନା ବିଭାଗର ଦକ୍ଷିଣ ଏସିଆ ପ୍ରମୁଖ ରହିଛନ୍ତି ସ୍ବାତୀ। ଆମେରିକାରେ ରହିଥିବା ବିଶ୍ବ ଖାଦ୍ୟ ପୁରସ୍କାର ସଂସ୍ଥା ପକ୍ଷରୁ ସ୍ବାତୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ନ୍ୟୁୟର୍କରେ ଜଳବାୟୁ ସପ୍ତାହ ଉତ୍ସବରେ ସ୍ବାତୀଙ୍କ ନାମ ଘୋଷଣା କରାଯାଇଥିଲା। ଖାଦ୍ୟ ଏବଂ ପୋଷଣ ସୁରକ୍ଷା, ଦାରିଦ୍ର ଦୂରିକରଣ ଇତ୍ୟାଦି କ୍ଷେତ୍ରରେ କାର୍ଯ୍ୟ କରୁଥିବା 40 ବର୍ଷରୁ କମ୍ ବୟସର ବୈଜ୍ଞାନିକମାନଙ୍କୁ ନୋବେଲ ବିଜେତା ତଥା ସବୁଜ ବିପ୍ଳବର ମୁଖ୍ୟ ବାସ୍ତୁକାର ଡ. ନରମାନ ବୋରଲୋଗଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ତେବେ ଦିଲ୍ଲୀରେ କାର୍ଯ୍ୟରତ ସ୍ବାତୀ ନାୟକଙ୍କୁ ଆସନ୍ତା ମାସରେ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ ସୂଚନା ରହିଛି।

  • Hon'ble Governor congratulates
    Odisha’s scientist Dr Swati Nayak for winning the prestigious Norman Borlaug Field Award-2023.
    'Ms Nayak's innovative approach to involve farmers in demand-driven rice seed systems will inspire a lot to walk on her path,' said the Governor.

    — Governor Odisha (@GovernorOdisha) September 20, 2023 " class="align-text-top noRightClick twitterSection" data=" ">

ସ୍ବାତୀ ନାୟକ ଏମିଟି ବିଶ୍ୱବିଦ୍ୟାଳୟରୁ(Amity university) କମ୍ପିଟେଟିଭ ଇଣ୍ଟେଲିଜେନ୍ସ ଆଣ୍ଡ ଷ୍ଟ୍ରାଟେଜିକ୍ ମେନେଜମେଣ୍ଟ ଫର ଏଗ୍ରିକଲଚର ଏକ୍ସଟେନସନ ମେନେଜମେଣ୍ଟ ଷ୍ଟାଟର୍ଜିରେ ପିଏଚଡି ହାସଲ କରିଛନ୍ତି। 2017ରୁ 2022 ମସିହାର ଛାତ୍ରୀ ରହିଥିଲେ ସ୍ବାତୀ। ପରବର୍ତ୍ତୀ ସମୟରେ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ରାମୀଣ ପରିଚାଳନା ସଂସ୍ଥା ଆନନ୍ଦରୁ (2008-2010) ଗ୍ରାମୀଣ ପରିଚାଳନାରେ ମାଷ୍ଟର ଡିଗ୍ରୀ ଏବଂ ଆଚାର୍ଯ୍ୟ ଏନ.ଜି ରଙ୍ଗା କୃଷି ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ବିଜ୍ଞାନ (2003-2007) ସମାପ୍ତ କରିଥିଲେ।

ଏହା ମଧ୍ୟ ପଢନ୍ତୁ: Chandrayaan on Moon: ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସୂଚନା ଅନୁସାରେ ଏହି ଆଓ୍ବାଡ ହାତେଇବାରେ ସ୍ବାତୀ ନାୟକ ହେଉଛନ୍ତି ପ୍ରଥମ ଓଡିଆ। ସ୍ବାତୀଙ୍କୁ ଏହି ଆଓ୍ବାର୍ଡ ମିଳିବା ପରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି, "ନରମାନ ବୋରଲଗ ଫିଲ୍ଡ ଆୱାର୍ଡ ୨୦୨୩ ପାଇଥିବାରୁ ମୁଁ ସ୍ବାତୀ ନାୟକଙ୍କୁ ଶୁଭେଚ୍ଚା ଜଣାଉଛି। କୃଷି ଏବଂ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ତାଙ୍କର ଅବଦାନ ସମଗ୍ର ବିଶ୍ବର ଯୁବ ବୈଜ୍ଞାନିକଙ୍କୁ ପ୍ରେରଣା ଯୋଗାଇବ। ତାଙ୍କର ଉଜ୍ବଳ ଭବିଷ୍ୟତ ପାଇଁ ମୁଁ ଶୁଭେଚ୍ଛା ଜଣାଉଛି।" ତେବେ ପୁରସ୍କାର ଘୋଷଣା ହେବା ପରେ ସ୍ବାତୀ ନାୟକ କହିଛନ୍ତି, "ମୁଁ ଏହି ପୁରସ୍କାରକୁ ହଜାର ହଜାର କୃଷି ସମ୍ପ୍ରସାରଣକାରୀ, ଏଜେଣ୍ଟ ଏବଂ ବିଶେଷ ଭାବରେ ଯୁବ ବୈଜ୍ଞାନିକମାନଙ୍କୁ ଉତ୍ସର୍ଗ କରୁଛି।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.