ETV Bharat / science-and-technology

Chandrayaan-3 Mission: ନିଦରୁ ଉଠୁନାହାନ୍ତି ବିକ୍ରମ ଓ ପ୍ରଜ୍ଞାନ, ଆସୁନି କୌଣସି ସିଗ୍ନାଲ

author img

By ETV Bharat Odisha Team

Published : Sep 22, 2023, 10:18 PM IST

ଆଜି ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟାଲୋକ ପଡ଼ିବା ପରେ ମଧ୍ୟ ନିଦରୁ ଉଠୁନାହାନ୍ତି ବିକ୍ରମ ଓ ପ୍ରଜ୍ଞାନ । ସେପଟୁ ସିଗ୍ନାଲ ଆସୁନାହିଁ ବୋଲି ଇସ୍ରୋ ସୂଚନା ଦେଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

ବେଙ୍ଗାଲୁରୁ: ଚନ୍ଦ୍ରପୃଷ୍ଠରେ ଆଜି ପଡ଼ିଛି ସୂର୍ଯ୍ୟାଲୋକ । ସ୍ଲିପମୋଡରେ ରହିଥିବା ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ପୁନଃ କାର୍ଯ୍ୟକ୍ଷମ ହେବାର ଥିଲା । ହେଲେ ନିଦରୁ ଉଠୁନାହାନ୍ତି ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ । ସେପଟୁ କୌଣସି ସିଗ୍ନାଲ ଆସୁନାହିଁ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି । ଯଦି ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ପୁନଃ କାର୍ଯ୍ୟକ୍ଷମ ହୁଅନ୍ତି ତେବେ ଚନ୍ଦ୍ରପୃଷ୍ଠରେ ପୁଣି ଅଧୁରା ଥିବା ଗବେଷଣାକୁ ଜାରି କରିପାରିବ ଇସ୍ରୋ ।

  • Union Minister of State Science & Technology Dr Jitendra Singh tweets, "Chandrayaan 3 Update: For the last several hours, Team #ISRO making best effort to establish contact with the Vikram lander and Pragyan rover to ascertain their wake-up condition after the sunrise on Moon.… pic.twitter.com/T80jiBb2Xw

    — ANI (@ANI) September 22, 2023 " class="align-text-top noRightClick twitterSection" data=" ">

ଇସ୍ରୋ ପକ୍ଷରୁ ଏ ନେଇ ଟ୍ବିଟ କରି ସୂଚନା ଦିଆଯାଇଛି ଯେ ଚନ୍ଦ୍ରଯାନ-୩ ମିଶନର ଅଂଶ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ସହିତ ଯୋଗାଯୋଗ କରିବା ଲାଗି ସମସ୍ତ ଉଦ୍ୟମ କରାଯାଉଛି । ଉଭୟଙ୍କୁ ୱେକ-ଅପ ଅବସ୍ଥାକୁ ଆଣିବା ଲାଗି ପ୍ରଚେଷ୍ଟା ଜାରି ରହିଛି । ମାତ୍ର ଏଯାବତ ବିକ୍ରମ ଲ୍ୟାଣ୍ଡର ବା ରୋଭର ପ୍ରଜ୍ଞାନଠାରୁ କୌଣସି ସଙ୍କେତ ମିଳିନାହିଁ । ଉଭୟଙ୍କ ସହିତ ଯୋଗାଯୋଗ ସ୍ଥାପନ କରିବା ଲାଗି ପ୍ରଚେଷ୍ଟା ଜାରି ରହିବ ।

ଏହା ବି ପଢନ୍ତୁ- Chandrayan-3: କାଲି ଚନ୍ଦ୍ରପୃଷ୍ଠରେ ପାହିବ ରାତି, ନିଦରୁ ଉଠିବେ ବିକ୍ରମ-ପ୍ରଜ୍ଞାନ!

ଗତ ସେପ୍ଟେମ୍ବର ୨ ତାରିଖରେ ରୋଭର ପ୍ରଜ୍ଞାନକୁ ସ୍ଲିପମୋଡରେ ନେବା ପରେ ଇସ୍ରୋ ଟ୍ବିଟ କରି କହିଥିଲା ଯେ ରୋଭର ତାର କାର୍ଯ୍ୟଭାରକୁ ପୂର୍ଣ୍ଣ କରିଛି । ଏହାକୁ ବର୍ତ୍ତମାନ ସୁରକ୍ଷିତ ଭାବରେ ପାର୍କ କରାଯାଇ ସ୍ଲିପମୋଡରେ ରଖାଯାଇଛି । ଏହାସହ APXS ଓ LIBS ପେଲୋଡକୁ ଅଫ୍‌ କରାଯାଇଛି । ବର୍ତ୍ତମାନ ବ୍ୟାଟେରୀ ମଧ୍ୟ ସମ୍ପୂର୍ଣ୍ଣ ଚାର୍ଜ ରହିଛି । ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ସୋଲାର ପ୍ୟାନେଲ ସୂର୍ଯ୍ୟ କିରଣ ପାଇବା ପରେ ୱେକ-ଅପ ଅବସ୍ଥାକୁ ଆସିବ । ଏହାସହିତ ଏକ ସଫଳ ୱେକ-ଅପ୍‌ ଲାଗି ଇସ୍ରୋ ଆଶା ରଖିଥିଲା । ମାତ୍ର ଆଜି ରୋଭର ଓ ଲ୍ୟାଣ୍ଡର ୱେକ-ଅପ ଅବସ୍ଥାକୁ ଆସିବାର ଥିଲା । ମାତ୍ର ସେପଟୁ କୌଣସି ସଙ୍କେତ ମିଳୁନାହିଁ ।

ଏହା ବି ପଢନ୍ତୁ- Chandrayaan-3: ପୁନଃ କାର୍ଯ୍ୟକ୍ଷମ ହେବେ କି ପ୍ରଜ୍ଞାନ-ବିକ୍ରମ ? ଏମିତି କହିଲେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ

ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟକିରଣ ନ ପଡ଼ିବା ବେଳେ ତାପମାତ୍ରା ପ୍ରାୟ -୧୫୦ ଡିଗ୍ରୀ ରହିଥାଏ । ତେବେ ଅତ୍ୟଧିକ ଥଣ୍ଡା ଯୋଗୁଁ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ୱେକ-ଅପ ଅବସ୍ଥାକୁ ଆସୁନଥିବା କେନ୍ଦ୍ର ବିଜ୍ଞାନ ଏବଂ ବୈଷୟିକ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ କହିଛନ୍ତି । ଚନ୍ଦ୍ରର ଗୋଟିଏ ରାତି ଭାରତର ୧୪ ଦିନ ସହିତ ସମାନ । ଗତ ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ-୩ କୁ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ପେଶ ସେଣ୍ଟରରୁ ସଫଳତାର ସହିତ ଉତକ୍ଷେପଣ କରାଯାଇଥିଲା । ଏହା ଅଗଷ୍ଟ ୩ ତାରିଖରେ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା । ଏହାପରେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡରରୁ ରୋଭର ପ୍ରଜ୍ଞାନ ବାହାରି ନିଜ ଗବେଷଣା ଜାରି ରଖିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.