ETV Bharat / science-and-technology

Huge Moon Rocket: ଲିକ୍ ହେଲା ହାଇଡ୍ରୋଜେନ, NASAର ପରୀକ୍ଷଣ ବିଫଳ - ହାଇଡ୍ରୋଜେନ ଲିକ୍‌ ଯୋଗୁଁ ନାସାର ମିଶନ ବିଫଳ

ଅଧାରେ ରହିଗଲା ନାସାର ମିଶନ । ଚନ୍ଦ୍ରକୁ ପଠାଯାଉଥିବା ରକେଟରୁ ନିର୍ଗତ ହେଲା ମାରାତ୍ମକ ତରଳ ହାଇଡ୍ରୋଜେନ ଗ୍ୟାସ । ଅଧିକ ପଢନ୍ତୁ

Huge moon rocket: ହାଇଡ୍ରୋଜେନ ଲିକ୍‌ ଯୋଗୁଁ NASAର ପରୀକ୍ଷଣ ବିଫଳ
Huge moon rocket: ହାଇଡ୍ରୋଜେନ ଲିକ୍‌ ଯୋଗୁଁ NASAର ପHuge moon rocket: ହାଇଡ୍ରୋଜେନ ଲିକ୍‌ ଯୋଗୁଁ NASAର ପରୀକ୍ଷଣ ବିଫଳରୀକ୍ଷଣ ବିଫଳ
author img

By

Published : Apr 15, 2022, 8:11 PM IST

ଫ୍ଲୋରିଡ଼ା: ଚନ୍ଦ୍ରକୁ ଯିବାକୁ ଥିବା ରକେଟରୁ ହାଇଡ୍ରୋଜେନ ଲିକ ହେବା ପରେ ରୋକିଲା ନାସା (National Aeronautics and Space Administration)ର ବଡ ମିଶନ । ଗୁରୁବାର ଏହି ମିଶନ ବିଫଳ ହୋଇଛି । ଏହି ରକେଟର ଇନ୍ଧନ ଭର୍ତ୍ତି କରିବା ସମୟରେ ଏ ସମ୍ପର୍କରେ ଜଣାପଡିଥିଲା । ଚନ୍ଦ୍ରକୁ ଉଡାଣ ଭରିବା ପୂର୍ବରୁ ଏହି ରକେଟ ଉତକ୍ଷେପଣ କରିବା ପ୍ରମୁଖ କାର୍ଯ୍ୟ । ହେଲେ ଦୁର୍ଭାଗ୍ୟବଶତଃ ଏଥିରେ ବିଫଳ ହୋଇଛି ନାସା ।

ସ୍ପେସ ଲଞ୍ଚ ସିଷ୍ଟମ
ସ୍ପେସ ଲଞ୍ଚ ସିଷ୍ଟମ

ଏହି ବିଶାଳ SLS ରକେଟ (huge moon rocket)କୁ ଜହ୍ନକୁ ପଠାଇଥାନ୍ତା ନାସା । ଏଥିଲାଗି ସ୍ପେସ ଲଞ୍ଚ ସିଷ୍ଟମରେ ସୁପର କୋଲ୍ଡ ଲିକ୍ବିଡ ହାଇଡ୍ରୋଜେନ ଓ ଅମ୍ଳଜାନ ଭର୍ତ୍ତି କରାଯାଇଥିଲା । ତେବେ ଏହି ସମୟରେ ରକେଟରୁ ହାଇଡ୍ରୋଜେନ ନିର୍ଗତ ହେବା ସମ୍ପର୍କରେ ଜଣାପଡ଼ିଥିଲା । ନାସା ଅଧିକାରୀଙ୍କ ସୂଚନା ଅନୁସାରେ ତରଳ ହାଇଡ୍ରୋଜେନ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ପରୀକ୍ଷଣ ପୂର୍ବରୁ ସମସ୍ତ ଯାଞ୍ଚ ମଧ୍ୟ କରାଯାଇଥିଲା । ହେଲେ ଏହାକୁ ଉତକ୍ଷେପଣ କରିବା ପାଇଁ ସଂସ୍ଥା ଯୋଜନା କରୁଛି ।

ଆସନ୍ତା ଜୁନରେ ନାସା ୩୨୨ ଫୁଟ(୯୮ ମିଟର)ର ଏହି SLS ରକେଟ ଉତକ୍ଷେପଣ କରିବା ପାଇଁ ଯୋଜନା କରୁଛି । ଏହାରୁ ୪ରୁ ୬ ସପ୍ତାହ ପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠକୁ ପଠାଯିବ । ଏହା ଚନ୍ଦ୍ର କକ୍ଷପଥରେ ଘୂରିବ । ଏହି ପରୀକ୍ଷଣ ପରେ ମହାକାଶକୁ ଯାତ୍ରୀଙ୍କୁ ପଠାଯିବ । ଏହା ୨୦୨୪ ସୁଦ୍ଧା କରାଯିବାର ଲକ୍ଷ୍ୟ ରଖାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.